News18 Odia Digital
ଭୁବନେଶ୍ବର: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଟିକିଏ ଥଟ୍ଟା ତାମସା ଗୋଟିଏ ଭୟଙ୍କର ରୂପ ନେଲା। ଚାଲିଗଲା ସ୍ତ୍ରୀର ଜୀବନ। ଆରପାରିକୁ ଚାଲିଗଲା ନବ ବଧୂ। ବାପା ଘର ଲୋକ ପୁରୀ ସ୍ବର୍ଗ ଦ୍ବାରରେ ସୁଶ୍ରୀଙ୍କର ଶେଷକୃତ୍ୟ କରିଛନ୍ତି।
ଥଟ୍ଟା ତାମସା ଗୋଟିଏ ଭୟଙ୍କର ରୂପ ନେଲା। ଜଣେ ନବ ବଧୂ ଆରପାରିକୁ ଚାଲିଗଲା ପରେ ଏଭଳି କହିଛନ୍ତି ଶାଶୁ। ଶ୍ବଶୁର କହିଛନ୍ତି ବୋହୂକୁ ଝୁଲିଲା ଅବସ୍ଥାରେ ମୁଁ ଦେଖିଥିଲି। କିନ୍ତୁ ବାପ ଘର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।
୨୮ ବର୍ଷୀୟା ସୁଶ୍ରୀ ସଂଗୀତା ବସ୍ତିଆଙ୍କ ଘର ନିଆଳିର ବହାରଣା। ସେ କଟକ ଗୋବିନ୍ଦ ପୁର ନୂଆ ଗାଆଁର ପ୍ରବୀଣ ନାୟକଙ୍କୁ ବିବାହ କରିଥିଲେ। ସୁଶ୍ରୀ ଏକ ନର୍ସିଂ ହୋମ ରେ ନର୍ସିଂ କରୁଥିଲେ। ସ୍ବାମୀ, ଶାଶୁ ଓ ନଣନ୍ଦ ଘରେ ଥିବା ବେଳେ ସେ ଘରେ ଝୁଲି ପଡ଼ିଥିଲେ। ଝୁଲିବା ଅବସ୍ଥାରେ ତାଙ୍କୁ ଶଶୁର ଉଦ୍ଧାର କରିଥିଲେ। ତମୋଣ୍ଡ ପୋଲିସ ତଦନ୍ତ କରୁଛି।
ସୁଶ୍ରୀ ହିଲ ସାଇଡ ନର୍ସିଂ ହୋମ ରେ ଚାକିରି କରିବା ସହ ନର୍ସିଂ କୋର୍ସ ବି କରନ୍ତି। ଗତ କାଲି କର୍ମ କ୍ଷେତ୍ରରୁ ଘରକୁ ଫେରିବା ପରେ ଶାଶୁଙ୍କ ସହିତ ପାଟି ତୁଣ୍ଡ ହୋଇଥିଲା। ତା ପରେ ସ୍ବାମୀ ପ୍ରବୀଣ - ସୁଶ୍ରୀଙ୍କ ମଧ୍ୟରେ ଥଟ୍ଟା ତାମସା ପରେ ସେ ଘର କବାଟ କିଳି ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଶାଶୁ ସାବିତ୍ରୀ। ସୁଶ୍ରୀଙ୍କ ମୃତ ଶରୀର ଏମ୍ସରେ ହୋଇଛି ବ୍ୟବଚ୍ଛେଦ। ଏହି ଘଟଣା ଘଟିବା ଠୁ ସ୍ବାମୀ ପ୍ରବୀଣ ଫେରାର ଅଛନ୍ତି।
ବାହାଘରକୁ ଦେଢ଼ ବର୍ଷ ହୋଇନି। କାହିଁକି ଚାଲିଗଲେ ସୁଶ୍ରୀ? କଣ ପାଇଁ ଆତ୍ମହତ୍ୟା ଭଳି ହୀନ ବାଟକୁ ବାଛି ନେଲେ? ସୁଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। ପୋଲିସ ତଦନ୍ତ କରିବା ଆରମ୍ଭ କରିଥିବା ବେଳେ ସୁଶ୍ରୀ ଙ୍କ ଭାଇ ତମଣ୍ଡୋ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୁଶ୍ରୀ ଯଦି ରଶି ଲଗାଇ ଆତ୍ମହତ୍ୟା କରିଛି ତେବେ ସ୍ବାମୀ ପାଖରେ ଥିଲା। ଯଦି ରଶି ଲଗାଇ ଜୀବନ ଯାଇଛି ବିନା ପୋଲିସରେ ତାକୁ ରଶିରୁ ଓହ୍ଲାଇ ଆଣିବାକୁ ଶଶୁର କିଏ ବୋଲି ପ୍ରଶ୍ନ କରିଛନ୍ତି ସୁଶ୍ରୀଙ୍କ ପରିବାର ଲୋକେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।