News18 Odia Digital
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ (Sushmita Sen) ବଡ଼ ଖୁଲାସା । ନିକଟରେ ତାଙ୍କୁ ହୃଦଘାତ (Heart Attack) ହୋଇଥିଲା ବୋଲି ନିଜେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କଣାଇଛନ୍ତି । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହା ପରେ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନ ସେ ଏବେ ଭଲ ଅଛନ୍ତି ।

୪୭ ବର୍ଷୀୟା ଏହି ଅଭିନେତ୍ରୀ ଗୁରୁବାର ଦିନ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଜଣାଇଛନ୍ତି । ପିତା ସୁବୀର ସେନଙ୍କ ସହ ଏକ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ,‘ମୋର କିଛି ଦିନ ପୂର୍ବରୁ ହୃଦଘାତ ହୋଇଥିଲା । ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଠିକ୍ ସମୟରେ ସାହାଯ୍ୟ ପାଇଁ ମୁଁ ସୁସ୍ଥ ହୋଇପାରିଛି ଆପଣମାନଙ୍କୁ ଧନ୍ୟବାଦ । ଭଲ ଖବର ହେଉଛି ସବୁ ଠିକ୍ ଅଛି ଓ ମୁଁ ପୁଣି କିଛି ଜୀବନ ବଞ୍ଚିବାକୁ ପ୍ରସ୍ତୁତ । ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ବହୁତ ଭଲ ପାଏ ।

ସୁସ୍ମିତା ସେନ୍ ବିବି ନମ୍ବର ୧, ଡୁ ନଟ୍ ଡିଷ୍ଟ୍ରବ, ମେଁ ହୁଁ ନା, ମେନ୍ ପ୍ୟାର୍ କ୍ୟୁଉଁ କିୟା, ତୁମ୍କୋ ନା ଭୋଲ୍ ପେଏଙ୍ଗେ ଓ ନୋ ପ୍ରୋବ୍ଲେମ ଭଳି ଚଳଚ୍ଚିତ୍ରରେ ଅଭିନୟ ପାଇଁ ବେଶ୍ ଜଣାଶୁଣା । ସେ ଧାରାବାହିକ 'ଆର୍ଯ୍ୟ' ସହିତ ପୁର୍ନବାର ଅଭିନୟରେ ପାଦ ଥାପିଥିଲେ । ଖୁବ ଶୀଘ୍ର ସେ ଏହି ସିରିଜର ତୃତୀୟ ସିଜନରେ ନଜର ମଧ୍ୟ ଆସିବେ ।
ପଢନ୍ତୁ ପୂରା ଖବର :
http://ପ୍ରଧାନମନ୍ତ୍ରୀ ଚାହୁଁନାହାନ୍ତି ବୋଧେ ଗରିବର କଲ୍ୟାଣ ହେଉ : ସୌମ୍ୟ ରଞ୍ଜନସୁସ୍ମିତାଙ୍କର ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି । ଅଧିକାଂଶ ବ୍ୟବହାରକାରୀ ଏହି ପୋଷ୍ଟରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରୁଥିବାର ନଜର ଆସିଛନ୍ତି । ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆପଣ ନିଜର ଯତ୍ନ ନିଅନ୍ତୁ । ଏହି ସମୟରେ, ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମୁଁ ଖୁସି ଯେ ଆପଣ ଭଲ ଅଛନ୍ତି, ଆଶା କରୁଛି ଆପଣ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ । ଏଥିସହିତ ଶିଳ୍ପପତିମାନେ ସୁସ୍ମିତା ସେନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।