ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୁଶାନ୍ତ ମହାନ୍ତିଙ୍କ ନିଆରା କଳା; ଅଦରକାରି ନଡ଼ା ବା ପାଳରେ ତିଆରି କରୁଛନ୍ତି ଭଳିକି ଭଳି ଜିନିଷ

ସୁଶାନ୍ତ ମହାନ୍ତିଙ୍କ ନିଆରା କଳା; ଅଦରକାରି ନଡ଼ା ବା ପାଳରେ ତିଆରି କରୁଛନ୍ତି ଭଳିକି ଭଳି ଜିନିଷ

ଅଦରାକରି ନଡ଼ା ବା ପାଳକୁ ସଂଗ୍ରହ କରି ଭଳି କି ଭଳି ଚିତ୍ର ଆଙ୍କିବ ସିଦ୍ଧହସ୍ତ ଗଞ୍ଜାମର ବାସିନ୍ଦା ସୁଶାନ୍ତ ମହାନ୍ତି ।

ସୁଶାନ୍ତ ମହାନ୍ତିଙ୍କ ନିଆରା କଳା; ଅଦରକାରି ନଡ଼ା ବା ପାଳରେ ତିଆରି କରୁଛନ୍ତି ଭଳିକି ଭଳି ଜିନିଷ
ସୁଶାନ୍ତ ମହାନ୍ତିଙ୍କ ନିଆରା କଳା
  • News18 Odia
  • Last Updated: November 22, 2021, 5:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଜିଲ୍ଲା କବି ସୂର୍ଯ୍ୟନଗର ବ୍ଳକର ଓସିଙ୍ଗି ଗ୍ରାମର ସୁଶାନ୍ତ ମହାନ୍ତି । ସେ ଜଣେ ମଫସଲି ଗାଁର ଉଚ୍ଚ ଶିକ୍ଷିତ ଯୁବକ ହୋଇଥିବା ବେଳେ ତାଙ୍କର କଳାକୁ ନେଇ ସାରା ଜିଲ୍ଲାରେ ସେ ଏବେ ବେଶ୍ ପରିଚିତ । କାରଣ ସେ ଅଦରାକରି ନଡ଼ା ବା ପାଳକୁ ସଂଗ୍ରହ କରି ଭଳି କି ଭଳି ଚିତ୍ର ଆଙ୍କିବ।ରେ ସେ ସିଦ୍ଧହସ୍ତ । ଉଦ୍ଦେଶ୍ୟ କେବଳ ନିଜର ବିରଳ କଳାକୃତିକୁ ବଞ୍ଚାଇ ରଖିବା ସହ ଏକ ସ୍ଵତର୍ନ୍ତ୍ର ପରିଚୟ ସୃଷ୍ଟି କରିବା ।

କବି ସୂର୍ଯ୍ୟନଗର ବ୍ଳକ ତଥା ପାଇକଜମୁନା ଗ୍ରାମ ପଞ୍ଚାୟତର ଓସିଙ୍ଗି ଗ୍ରାମ । ଗ୍ରାମଟି ପୂରା ମଫସଲି ହୋଇଥିବା ବେଳେ ଏଠାରେ ହିଁ ସୁଶାନ୍ତ ମହାନ୍ତିଙ୍କ ଘର । ସେ ଜଣେ ନିହାତି ଗରିବ ଶ୍ରେଣୀର ଯୁବକ ହୋଇଥିବା ବେଳେ ନିଜ ହାତର ଯାଦୁରେ ସେ ଏବେ ଲୋକଙ୍କ ମନ କିଣିପାରୁଛନ୍ତି । ଧାନ କଟା ଶେଷ ହେବା ମାତ୍ରେ ସେ ଗାଁ କୁ ଗାଁ ବୁଲି ନଡ଼ା ବା ପାଳକୁ ସଂଗ୍ରହ କରିବା ସହ ବର୍ଷ ତମାମ ଭଳି କି ଭଳି ଚିତ୍ର ଆଙ୍କିବାରେ ଲାଗିପଡ଼ିନ୍ତି ।

ଅର୍ଡର ଅନୁସାରେ ଯେ କୌଣସୀ ଚିତ୍ର ବା ଚରିତ୍ରକୁ ବେଶ୍ ନିଖୁଣ ଭାବେ ନଡ଼ାରେ ଆଙ୍କି ନୂଆ ରୂପ ଦେଇଥାନ୍ତି । ଏହିଭଳି କଳା ବା ଚିତ୍ରକର ପୂରା ଜିଲ୍ଲାରେ ଏକ ପ୍ରକାର ପ୍ରଥମ ବୋଲି କୁହାଯାଉଥିବା ବେଳେ ଏହି ଭଳି ଚିତ୍ର ମଧ୍ୟ ପ୍ରାୟତଃ ବିରଳ ବୋଲି କୁହାଯାଉଛି । ସେ ୧୯୯୭ ମସିହାରୁ ଏହି କାର୍ଯ୍ୟ ଜାରି ରଖିଥିବା ବେଳେ ଏହାର ମହତ୍ଵ ବା ବିକ୍ରିବଟାର ସୁବିଧା ନଥିବା ହେତୁ ସେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଅଦରାକରି ନଡ଼ା ବା ପାଳକୁ ସଂଗ୍ରହ କରି ଭଳି କି ଭଳି ଚିତ୍ର ଆଙ୍କିବ ସିଦ୍ଧହସ୍ତ ଗଞ୍ଜାମର ବାସିନ୍ଦା ସୁଶାନ୍ତ ମହାନ୍ତି


ତଥାପି ସେ ଏହି କଳାକୁ ଯେତେ କଷ୍ଟ ହେଲେ ମଧ୍ୟ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଚଳାଇବା ସହ ଅନେକ ଯୁବକ ଯୁବତୀମାନଙ୍କୁ ଶିକ୍ଷା ଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରାଇବି ବୋଲି ନିଷ୍ପତ୍ତି ନେଇଥିବାର କହନ୍ତି ସେ ନିଜେ ।

ଖାଲି ଏତିକି ନୁହେଁ ବରଂ ନିଜ ଅଞ୍ଚଳ ତଥା ନିଜ କଳା ସଂସ୍କୃତିକୁ ବାହାରେ ପରିଚିତ ସାଙ୍ଗକୁ ତାହାକୁ ବଜାୟ ରଖିବା ପାଇଁ ସେ ନଡ଼ାରେ ଚିତ୍ର କରି ସାଇତି ରଖିଥିବା ବେଳେ ଏହାକୁ କିଭଳି ଅହୁରି ଲୋକଙ୍କ ଆଦୃତ ହୋଇପାରିବ ସେ ନେଇ ସେ ଚଳାଇଛନ୍ତି ଉଦ୍ୟମ । ତାଙ୍କର ଏହି କଳା ଯାଦୁ ନେଇ ପରିବାର ସଦସ୍ୟମାନଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ଲୋକେ ବେଶ୍ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି । ଏହି ନଡ଼ା ଚିତ୍ର ବା ଏହି କଳାକୁ ବଞ୍ଚାଇ ରଖିବାକୁ ହେଲେ ସରକାର ମଧ୍ୟ ସ୍ଵତର୍ନ୍ତ୍ର ନଜର ଦେବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ସମସ୍ତେ।

ବୋଲି ବରିଷ୍ଠ ଆଇନଜିବୀ ମୁରିଲି ଧର ପାଣିଗ୍ରାହୀ କହିଛନ୍ତି, “ଏମିତି କି ସରାକରୀ ସ୍ତରରେ କବି ସୂର୍ଯ୍ୟନଗର ତଥା ଏହି ଜିଲ୍ଲାରେ ଏକ ବିଦ୍ୟାଳୟ ଖୋଲା ଗଲେ ଅନେକ ଯୁବକ ଯୁବତୀମାନେ ଏଠାରୁ ଏହି କଳାକୁ ଶିକ୍ଷା ଗ୍ରହଣ କରି ନିଜର ରୋଜଗାର ଭାବେ ଗ୍ରହଣ କରିପାରନ୍ତେ । ଏହା ସହ ନଡ଼ାର କଳା ଯେ କେବଳ ଆମ ରାଜ୍ୟ ନୁହେଁ ପୂରା ଦେଶ ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରିପାରନ୍ତା’’

ସତରେ ଏହିଭଳି କଳା ଆମ ସମାଜରେ ଏକ ବିରଳ ହୋଇଥିବା ବେଳେ ନଡ଼ା ଚିତ୍ରଣ ହୋଇଥିବା ଚିତ୍ର ଗୁଡ଼ିକ ସତେ ଯେମିତି ଜୀବନ୍ତ ଚିତ୍ର ଓ ଚରିତ୍ର ବହନ କରିଥାଏ ।
Published by: Lipina Das
First published: November 22, 2021, 5:24 PM IST