ପୁରୀରେ ସୂର୍ଯ୍ୟ କିରଣ ଏୟାର ଶୋ’; ଆକାଶରେ ଜଲୱା ଦେଖାଇଲେ ବାୟୁବୀର

ନୀଳ ଆକାଶରେ ୫୦୦ ଫୁଟରୁ ୫ ହଜାର ଫୁଟ ଉଚ୍ଚରୁ ଘଣ୍ଟାପ୍ରତି ୧୫ ଶହ କିଲୋମିଟର ଗତିରେ ଆକାଶକୁ ଚିରି ଚିତ୍ତକର୍ଷକ ପ୍ରଦର୍ଶନ କରିଥିଲେ ବାୟୁବୀର। ଦୁଇଟି ପର୍ଯ୍ୟାୟରେ ଏୟାର ଶୋ ହୋଇଥିଲା ।

ପୁରୀରେ ସୂର୍ଯ୍ୟକିରଣ ଏୟାର ସୋ

ପୁରୀରେ ସୂର୍ଯ୍ୟକିରଣ ଏୟାର ସୋ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ପୁରୀ: ବ୍ଲୁ ଫ୍ଲାଗ ବିଚଠାରେ ସାମର୍ଥ୍ୟ ଦେଖାଇଥିଲେ ବାୟୁବୀର। ନୀଳ ଆକାଶରେ ଛାଇ ଯାଇଥିଲେ ୯ଟି ଲଢୁଆ ହକ ବିମାନ ।କେତେବେଳେ ଆଗକୁ ତ ପୁଣି କେତେବେଳେ ପଛକୁ ତ ପୁଣି ଆଉ କେତେବେଳେ ତଳକୁ । ବାଦଲ ଭିତରେ ଲୁଚି ଯାଉ ଥାଏ ତ ପୁଣି ବାଦଲ ଚିରି ବାହାରି ଆସୁଥାଏ ବିମାନ। ଏହିପରି ନୀଳ ଆକାଶରେ ୫୦୦ ଫୁଟରୁ ୫ ହଜାର ଫୁଟ ଉଚ୍ଚରୁ ଘଣ୍ଟାପ୍ରତି ୧୫ ଶହ କିଲୋମିଟର ଗତିରେ ଆକାଶକୁ ଚିରି ଚିତ୍ତକର୍ଷକ ପ୍ରଦର୍ଶନ କରିଥିଲେ ବାୟୁବୀର। ଦୁଇଟି ପର୍ଯ୍ୟାୟରେ ଏୟାର ସୋ’ ହୋଇଥିଲା । ପ୍ରଥମଟି କୋମ୍ପୋଜାଇଟ ଓ ଦ୍ବିତୀୟଟି ସିଙ୍କୋ।

ପ୍ରଥମ ପର୍ଯ୍ୟାୟର ଉଡାଣର ନେତୃତ୍ବ ନେଇଥିଲେ ଗ୍ରୁପ କ୍ୟାପ୍ଟେନ ଜିଏସ ଢିଲୋ । ୱିଙ୍ଗ କମାଣ୍ଡର ଅତୁଲ ତାଙ୍କ ପଛରେ ରହିଥିଲେ ସ୍କ୍ବର୍ଡନ ଲିଡର ଭଲ୍ଲା । ଆଖି ପିଛୁଳାରେ ଆକାଶ ମାର୍ଗରେ ଉଡିଥିଲେ ୯ଟି ହକ ବିମାନ । ଘଡିକି ଘଡିକି ଉଡାଣରେ ପରିବର୍ତ୍ତନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଗୋଟିଏ ପରେ ଗୋଟିଏ ବିମାନ ଆକାଶମାର୍ଗରେ ଚିତ୍ତାକର୍ଷକ ପ୍ରଦର୍ଶନ କରିିଥିଲେ ।ଭର୍ଟିକାଲ ଚାର୍ଲି, ଡାଇମଣ୍ଡ ଓ ଆରୋହେଡରେ ସୋ’ ପ୍ରଦର୍ଶନ କରିଥିଲେ ବାୟୁବୀର । ବେଳାଭୂମିର ତିନି କିଲୋମିଟର ବ୍ୟାପି ପ୍ରାୟ ୩୦୦୦୦ ଦର୍ଶକ ପୁଣି ବଡଦାଣ୍ଡ ରେ ହଜାର ହଜାର ଦର୍ଶକ ଏହାର ମଜା ନେଇଛନ୍ତି ।

ଆସନ୍ତାକାଲି ପାଗ ଭଲ ରହିଲେ ପୁନଃ ଏହି ଶୋ କରାଯିବ ବୋଲି କହିଛନ୍ତି ବାୟୁସେନା ଅଧିକାରୀ । ସୂର୍ଯ୍ୟ କିରଣ ସତରେ ଆଜି ପୁରୀବାସୀଙ୍କୁ ବାୟୁବୀରଙ୍କ ବୀରତ୍ୱର ପରିଚୟ ଦେଇଥିଲା। ଯାହା ପୂର୍ବରୁ ଟିଭିରେ ଦେଖୁଥିଲେ ଆଜି ତାହା ସ୍ୱଚକ୍ଷୁରେ ଦେଖିବାର ସୁଯୋଗ ମିଳିଥିଲା। ସବୁଠାରୁ ରୋମାଞ୍ଚିତ କରିଥିଲା ଲଢୁଆ ବିମାନରେ ବାୟୁବୀରଙ୍କ ଦୁଃସାହସିକ ପ୍ରଦର୍ଶନ। କେତେବେଳେ ଦର୍ଶକଙ୍କ ଉପରେ ଖୁବ ନିକଟରୁ ପ୍ରଚଣ୍ଡ ଶବ୍ଦ କରି ଦୃତ ଗତିରେ ଲଢୁଆ ବିମାନ ପଳାଇ ଯାଉଥିଲା ତ କେତେବେଳେ ଉପରକୁ ଆଉ କେତେବେଳେ ତଳକୁ କ୍ଷୀପ୍ରଗତିରେ ପଳାଉଥିବା ଦୃଶ୍ୟ ବେଶ ମଜା ଲାଗୁଥିଲା।  ସ୍କୁଲ ଛାତ୍ରଛାତ୍ରୀ , ମହିଳା ଓ ଭଲିଣ୍ଟିଅର ମାନେ ସାମିଲ ହୋଇ ଥିଲେ। ପୁରୀ ବିଧାୟକ, ପୁରୀ ଜିଲ୍ଲାପାଳ,ଏସପି ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଶୋର ବେଶ ମଜା ନେଇଥିଲେ।
Published by:Soumyashree Mishra
First published: