ଆଶ୍ଚର୍ଯ୍ୟ: ଆପେ ଆପେ ପାଳ ଓ ନଡ଼ା ଗଦାରେ ଲାଗୁଛି ନିଆଁ !

ବିଜ୍ଞାନ ଯୁଗରେ ଆଶ୍ଚର୍ଯ୍ୟ ଘଟଣା । ଜଳୁଛି ପାଳଗଦା ଓ ଜଳୁଛି ଚାଳଘର। ଏ ଘଟଣା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଭୁବନେଶ୍ବର ଉପକଣ୍ଠ ରୋକଟ ଗାଁରେ ଦେଖିବାକୁ ମିଳିଛି ।

ଆଶ୍ଚର୍ଯ୍ୟ: ଆପେ ଆପେ ପାଳ ଓ ନଡ଼ା ଗଦାରେ ଲାଗୁଛି ନିଆଁ !

ଆଶ୍ଚର୍ଯ୍ୟ: ଆପେ ଆପେ ପାଳ ଓ ନଡ଼ା ଗଦାରେ ଲାଗୁଛି ନିଆଁ !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ବିଜ୍ଞାନ ଯୁଗରେ ଆଶ୍ଚର୍ଯ୍ୟ ଘଟଣା । ଆପେ ଆପେ ପାଳ ଓ ନଡ଼ା ଗଦାରେ ଲାଗୁଛି ନିଆଁ (fire)। ଜଳୁଛି ପାଳଗଦା ଓ ଜଳୁଛି ଚାଳଘର। ଏ ଘଟଣା କୌଣସି ଉପାନ୍ତ ଅଞ୍ଚଳ ନୁହେଁ ବରଂ ଭୁବନେଶ୍ବର ଉପକଣ୍ଠ ରୋକଟ ଗାଁରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପଶିଛି ଛନକା । ୩ ଦିନ ପରେ ବି ନିଆଁ ଲିଭୁନଥିବା ବେଳେ ଜଗିଛି ଅଗ୍ନିଶମ ବିଭାଗ (fire department) । ଏବେ ପୂଜା ପାଠ ଉପରେ ଭରସା କରିବା ଆରମ୍ଭ କରିଛନ୍ତି ଗ୍ରାମବାସୀ (village peoples ) । ଏ ଚିତ୍ର ହେଉଛି ରାଜଧାନୀ ଉପକଣ୍ଠ ରୋକଟ ଗାଁ ଘଟଣା । ଗାଁରେ ନିଆଁ ଲାଗିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗାଁ (village) ଲୋକଙ୍କ କହିବା ଅନୁଯାୟୀ ଗତ ୩ ଦିନ ଧରି ଜଳୁଛି ନିଆଁ। ଏମିତିକି ପାଣି ଢାଳି ପାଳ ଗଦା ଓଦା କରିବା ପରେ ମଧ୍ୟ ଜଳୁଛି ନିଆଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ (fear)ର ବାତାବରଣ ସୃଷ୍ଟି ହୋଇଛି ।

ସେପଟେ ଖବର ପାଇ ତିନିଦିନ ହେବ ଅଗ୍ନିଶମ ବିଭାଗର ଏକ ଟିମ୍ (team) ଗାଁରେ ଜଗି ବସିଛି । ନିଆଁ ଲାଗିବା କ୍ଷଣି ସଂଗେ ସଂଗେ ନିଆଁକୁ ଆୟତ୍ତ କରୁଛନ୍ତି। କେଉଁ କାରଣ ପାଇଁ ଲାଗୁଛି ନିଆଁ ଅଗ୍ନିଶମ ଅଧିକାରୀ ମଧ୍ୟ ଦ୍ଵନ୍ଦରେ । ସେପଟେ ନିଆଁ ନ ଲିଭିବାରୁ ଗାଁରେ ଆରମ୍ଭ ହୋଇଛି ପୂଜା ପାଠ। ଗ୍ରାମଦେବୀ ହିଙ୍ଗୁଳାଙ୍କ ପ୍ରକୋପରୁ ଏଭଳି ହେଉଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି।

କାହିଁକି ଲାଗୁଛି ନିଆଁ? ଯଦି ଏହା ବିଜ୍ଞାନ ତେବେ କାହିଁକି ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏଭଳି ନିଆଁ ଲାଗୁଛି ? ଯଦି ଦୈବିକ ତେବେ ଏକବିଂଶ ଶତାବ୍ଦୀରେ ଏହା କେତେଦୂର ଗ୍ରହଣୀୟ ?

ଏହି ଖବର ପଢ଼ନ୍ତୁ -  ନଅ ଦିନ ଧରି ଜଳେ ଅଗ୍ନି, ପୋଡ଼ି ଯାଏନି ଚାନ୍ଦୁଆ: ହିଙ୍ଗୁଳା ଯାତ୍ରାର ଅଲୌକିକ କାହାଣୀ
Published by:Soubhagya Mishra
First published: