କହିଲେ ସୁର ‘‘ଗୀତ ମୋ’ର ପସନ୍ଦ ନୁହେଁ; ମୁ ଗାଏନି…’’ ତା’ପରେ ଗୀତ ଗାଇ ସେ ରେକର୍ଡ଼ିଂ କଲେ

ନିଜ ବୟାନବାଜି ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା କଂଗ୍ରେସ ନେତା ସୁରେଶ ରାଉତରାୟ ‘ରଙ୍ଗବତୀ’ ଶୀର୍ଷକ ଗୋଟିଏ ନୂଆ ଗୀତର କିଛି ରାପ୍ ଅଂଶ ଗାଇଛନ୍ତି । ଗୀତଟି ଖୁବ୍ ଶୀଘ୍ର ରିଲିଜ୍ ହେବ ।

କହିଲେ ସୁର ‘‘ଗୀତ ମୋ’ର ପସନ୍ଦ ନୁହେଁ; ମୁ ଗାଏନି…’’ ତା’ପରେ ଗୀତ ଗାଇ ସେ ରେକର୍ଡ଼ିଂ କଲେ
ଗୀତ ରେକର୍ଡ଼ିଂ ଷ୍ଟୁଡିଓରେ ସୁରେଶ ରାଉତରାୟ
  • News18 Odia
  • Last Updated: November 21, 2020, 10:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନିଜ ବେଧଡ଼କ ଓ ନିଆରା ଶୈଳୀ ପାଇଁ ପ୍ରସିଦ୍ଧ କଂଗ୍ରେସ ବିଧାୟକ ସୁର ରାଉତରାୟ ସାଜିଛନ୍ତି ଗାୟକ । ସେ ଜୀବନରେ ପ୍ରଥମ ଥର ପାଇଁ ମାଇକ୍ରୋଫୋନ୍‌ ସାମନାରେ ଗୀତ ଗାଇଛନ୍ତି । ତାହା ପୁଣି ରାପ୍‌ ଗୀତ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ନିର୍ଦ୍ଦେଶନାରେ କଟକର ମିଲନ ଷ୍ଟଡ଼ିଓରେ ‘ରଙ୍ଗବତୀ’ ଶୀର୍ଷକ ଏହି ଗୀତଟି ରେକର୍ଡ଼ କରାଯାଇଛି । ସେଇଟା ରିଲିଜ୍‌ ହେବାକୁ ଚାହିଁ ରହିଛନ୍ତି ରାଉତରାୟଙ୍କ ପ୍ରଶଂସକମାନେ ।

ନିଜ ବୟାନବାଜି ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାଉତରାୟ ଏହି ଗୀତର କିଛି ରାପ୍‌ ଅଂଶ ଗାଇଛନ୍ତି  । ଅରମାନ ମ୍ୟୁଜିକ ଦ୍ୱାରା ପ୍ରଯୋଜିତ ଏହି ଗୀତଟିକୁ ଲେଖିଛନ୍ତି ତପୁ ନାୟକ । ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ । ସୁର ରାଉତରାୟଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

‘‘ଏହି ଗୀତର ଶୀର୍ଷକ 'ରଙ୍ଗବତୀ' ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ‘ରଙ୍ଗବତୀ’ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ । ରଙ୍ଗବତୀ ଗୀତକୁ ନେଇ ବିବାଦ ଘେରକୁ ଆସିଥିଲେ ଗ୍ଲାମର ଜଗତର ଜଣାଶୁଣା କୁଇନ ସୋନା ମହାପାତ୍ର । ସେଭଳି ବିବାଦରୁ ନିଜକୁ ଦୂରେଇ ରଖିଛୁ,’’ କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ।

ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସହ ସୁରେଶ ରାଉତରାୟ


ସେ ଆହୁରି କହିଛନ୍ତି, ‘‘ବିଧାୟକ ରାଉତରାୟଙ୍କ ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା କରୁଛି ।’’

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ଏ ନେଇ ସୁରେଶ ରାଉତରାୟ କହିଛନ୍ତି, ‘‘ଗୀତ ମୋ’ର ପସନ୍ଦ ନୁହେଁ । ମୁଁ କେବେ ଗୀତ ବୋଲେନି । ମୁ ଗାୟକ ବି ନୁହେଁ । ତେଣୁ ଗୀତ ପ୍ରତି ମୋ’ର ରୁଚି ବି ନାହିଁ । କିନ୍ତୁ ମୋତେ ଯୁବ ପିଢ଼ି ଭଲ ପାଉଥିବାରୁ ମୁ ତାଙ୍କ କଥା ରଖିକି ଆସିଛି । ବହୁତ ଭଲ ବି ଲାଗିଲା । ସମସ୍ତଙ୍କୁ କହିଲି ‘ରେଡି ମାଡ଼ିଚାଲ’ ।’’

ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ କହିଛନ୍ତି ଯେ ଓଡ଼ିଶାର ମାଟି, ପାଣି ଓ ପବନ ସହ ଲୋକଙ୍କ ଜୀବନ ଓ ଜୀବିକକୁ ନେଇ ଗୀତଟି ରଚନା କରାଯାଇଛି । ‘‘ସବୁ ବର୍ଗର ଲୋକ ସୁର ଭାଇଙ୍କୁ ଭଲ ପାଉଥିବାରୁ ଏ ଗୀତରେ ସୁର ଭାଇଙ୍କୁ ନେଇଛୁ । ଆଶା କରୁଛୁ ଏହା ଶ୍ରୋତା ବର୍ଗଙ୍କ ଆଦୃତି ଲାଭ କରିବ,’’ ସେ କହିଛନ୍ତି ।



ରୋକଠୋକ କଥା କହି ଓ ସବୁବେଳେ ସରକାରଙ୍କୁ ପ୍ରଶ୍ନ କରି ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ନିକଟରେ ଭୁବନେଶ୍ବରସ୍ଥିତ ରୋବୋ ସେଫ ରେଷ୍ଟୁରାଣ୍ଟରେ ଚମ୍ପା ଓ ଚମେଲି ନାମକ ଦୁଇଟି ରୋବୋଟଙ୍କ ୧୦ଟି ପ୍ରଶ୍ନର ଉତ୍ତର ଦେଇ ଚର୍ଚ୍ଚାରେ ଥିଲେ । ତାଙ୍କ ଉପସ୍ଥିତି ଯୋଗୁଁ ରେଷ୍ଟୁରାଣ୍ଟରେ ଗହଳି ଦେଖିବାକୁ ମିଳିଥିଲା ଓ ଅନେକ ଯୁବକଯୁବତୀ ତାଙ୍କ ସହ ସେଲଫି ନେଉଥିବା ଦେଖାଯାଇଥିଲା । ‘ସୁର ଭାଇ’ ନାମରେ ଖ୍ୟାତ ସୁରେଶ ରାଉତରାୟ ନିଜ ଡାଇଲଗ ‘ଆମେ ବରବାଦ’ ଓ ‘ମାଡ଼ି ଚାଲ’ ପାଇଁ ରାଜ୍ୟରେ ଖୁବ୍‌ ପ୍ରସିଦ୍ଧ ।
Published by: Anand Shankar Thankur Das
First published: November 21, 2020, 10:42 PM IST
corona virus btn
corona virus btn
Loading