ଛାତ୍ର କଂଗ୍ରେସ କର୍ମୀ ଓ ବାଣୀ ବିହାର ଛାତ୍ରଙ୍କ ଗଣ୍ଡଗୋଳ ମାମଲାରେ ଏମିତି କହିଲେ ସୁରେଶ ରାଉତରାୟ

ବିଧାୟକ ସୁରେଶ ରାଉତରାୟ କହିଥିଲେ, "ଏହା କଂଗ୍ରେସର ପୁରୁଣା ରୋଗ। ବିଜେଡି ଓ ବିଜେପି ଦ୍ଵାରା ଏଭଳି ଅଶାନ୍ତି ସୃଷ୍ଟି କରାଯାଇଛି। କଂଗ୍ରେସକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି।

ଛାତ୍ର କଂଗ୍ରେସ କର୍ମୀ ଓ ବାଣୀ ବିହାର ଛାତ୍ରଙ୍କ ଗଣ୍ଡଗୋଳ ମାମଲାରେ ଏମିତି କହିଲେ  ସୁରେଶ ରାଉତରାୟ

ଛାତ୍ର କଂଗ୍ରେସ କର୍ମୀ ଓ ବାଣୀ ବିହାର ଛାତ୍ରଙ୍କ ଗଣ୍ଡଗୋଳ ମାମଲାରେ ଏମିତି କହିଲେ ସୁରେଶ ରାଉତରାୟ

  • Share this:
News18 Odia Digital

ଭୁବନେଶ୍ବର: ଚାରି ଦିନ ପୂର୍ବେ ସହିଦ ନଗରରେ ହୋଇଥିବା ଛାତ୍ର କଂଗ୍ରେସ କର୍ମୀ ଓ ବାଣୀ ବିହାର ଛାତ୍ରଙ୍କ ଗଣ୍ଡଗୋଳର ପ୍ରଭାବ ପଡ଼ିଛି କଂଗ୍ରେସ ଭବନରେ। ଛାତ୍ର କଂଗ୍ରେସର ପୂର୍ବତନ କର୍ମୀ ତଥା ରାଜଧାନୀର ଜଣେ ଛାତ୍ର ନେତା ଦୁର୍ଗା ପ୍ରସାଦ ମହାଲା କଂଗ୍ରେସ ଛାଡ଼ି ଏକ ସାପ୍ତାହିକ ଖବର କାଗଜରେ କାମ କରୁଛନ୍ତି । ସେ ଛାତ୍ର କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଶିକାର ହୋଇଥିଲେ।

ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିସ ପ୍ରଧାନ ଓ ଉତ୍କଳ ବିଶ୍ଵବିଦ୍ୟାଳୟର କିଛି ଛାତ୍ର ସହିଦ ନଗରର ଏକ ରେଷ୍ଟୁରାଣ୍ଟରେ ଖାଇବା ନେଇ ଯୁକ୍ତିତର୍କ ହୋଇଥିଲା। ତା' ପରେ ପରିସ୍ଥିତି ଏଭଳି ହୋଇଥିଲା ଉଭୟ ପକ୍ଷ ଭିତରେ ଦୀର୍ଘ ସମୟ ଧରି ମାଡପିଟି ହେବା ଘଟଣାକୁ କିଛି ୟୁଟ୍ୟୁବ ଚ୍ୟାନେଲ, ସୋସିଆଲ ମିଡ଼ିଆ ଓ କିଛି ଖବର କାଗଜରେ ପ୍ରକାଶ ନିମନ୍ତେ ଦୁର୍ଗା ସାହାଯ୍ୟ କରିଥିବାରୁ ତାଙ୍କୁ ଆଜି ଏହାର ମୂଲ ଦେବାକୁ ପଡ଼ିଛି। ଘଟଣା ଏଭଳି ଘଟିଥିଲା ଯେ, ଦୁର୍ଗା ରବିବାର କଂଗ୍ରେସ ଭବନ ପରିସରରେ ପହଞ୍ଚିବା ପରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହା ସହ କିଛି ବାହାର ପିଲାଙ୍କ ସହ ଛାତ୍ର ଯୁବ କଂଗ୍ରେସ କର୍ମୀଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା ।

ଦୁର୍ଗା ଯିଏକି ଛାତ୍ର କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଦୁର୍ଗା ପୂର୍ବରୁ ଛାତ୍ର କଂଗ୍ରେସ ପାଇଁ କାମ କରୁଥିଲେ। ଏବେ କିଛି ମାସ ହେବ ଏକ ସାପ୍ତାହିକ ଖବର କାଗଜରେ କାମ କରୁଛନ୍ତି। କିଛି ଦିନ ତଳେ ସହିଦ ନଗରରେ ଛାତ୍ର କଂଗ୍ରେସ କର୍ମୀ ଓ ପୂର୍ବତନ କଂଗ୍ରେସ କର୍ମୀଙ୍କ ଭିତରେ ଗଣ୍ଡଗୋଳକୁ କାମ କରୁଥିବା ପତ୍ରିକାରେ ପ୍ରକାଶ କରିବା ନେଇ ରବିବାର ପାଟିତୁଣ୍ଡ ହୋଇଥିଲା। ଘଟଣାରେ ପୋଲିସ ତଦନ୍ତ କରୁଛି।

ଦୁର୍ଗାଙ୍କୁ କଂଗ୍ରେସ ଭବନ ସାମ୍ନାରେ ହୋଇଥିଲା ଆକ୍ରମଣ ପରେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କଂଗ୍ରେସର ମୁନୁ ପରିଡା, ସିଲୁଆ, ନିହାର ବେହେରା କରିଛନ୍ତି ଆକ୍ରମଣ ବୋଲି ଦୁର୍ଗା ମାଧବ ଅଭିଯୋଗ କହିଥିଲେ ।

ଏହି ଘଟଣାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ, "ଏହା କଂଗ୍ରେସର ପୁରୁଣା ରୋଗ। ବିଜେଡି ଓ ବିଜେପି ଦ୍ଵାରା ଏଭଳି ଅଶାନ୍ତି ସୃଷ୍ଟି କରାଯାଇଛି। କଂଗ୍ରେସକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି। ଦେଶ ଓ ଦୁନିଆ କୁଆଡେ ଗଲାଣି। ମୋଦିଙ୍କ ଶାସନରେ ଲୋକ ଅତିଷ୍ଠ ହୋଇଗଲେଣି। ସେ ବାର୍ତ୍ତା ନେଇକି ଯୁବ ଛାତ୍ର କଂଗ୍ରେସ କର୍ମୀଙ୍କ ସହ କିଛି ବାହାର ପିଲା ଝାମେଲା କରିବା ଆଦୌ ଠିକ୍ ହୋଇନାହିଁ ।"
Published by:Lipina Das
First published:
)}