MS Dhoni Retirement: ସୁରେଶ ରାଇନା ବି ଧୋନୀଙ୍କ ପରେ କ୍ରିକେଟରୁ ଅବସର ଘୋଷଣା କଲେ

Suresh Raina retirement | ଭାରତର ସର୍ବୋତ୍ତମ ଫିଲ୍ଡର (Team India best fielder) ଭାବରେ ବିବେଚିତ ହୋଇଥିବା ସୁରେଶ ରାଇନା (Suresh Raina) ୩୦ ଜୁଲାଇ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଏକ ODIରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଭାରତ ପାଇଁ ୧୮ ଟି ଟେଷ୍ଟ, ୨୨୬ଟି ODI ଏବଂ ୭୮ଟି T20 ମ୍ୟାଚ୍ ଖେଳିଛନ୍ତି ।

MS Dhoni Retirement: ସୁରେଶ ରାଇନା ବି ଧୋନୀଙ୍କ ପରେ କ୍ରିକେଟରୁ ଅବସର ଘୋଷଣା କଲେ
ଖେଳ ପଡ଼ିଆରେ ସୁରେଶ ରାଇନା ଓ ଧୋନୀ (ଫାଇଲ୍ ଫଟୋ)
  • News18 Odia
  • Last Updated: August 15, 2020, 10:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ପରେ ସୁରେଶ ରାଇନା (Suresh Raina) ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ହେଲେ ତାଙ୍କୁ ଆଇପିଏଲ୍ (IPL) ର ଏହି ସିଜନରେ ଖେଳୁଥିବାର ଦେଖିବାକୁ ମିଳିବ ।

ରାଇନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜ ଅବସର ନେଇଥିବା ଘୋଷଣା କରିଛନ୍ତି । ରାଇନା ଲେଖିଛନ୍ତି, ‘‘ମାହି, ତୁମ ସହିତ ଖେଳିବା ଛଡା ଆଉ କିଛି ସୁନ୍ଦର ନ ଥିଲା । ମୋର ପୂରା ହୃଦୟ ସହିତ ମୁଁ ଏହି ଯାତ୍ରାରେ ତୁମ ସହ ଯୋଗ ଦେବାକୁ ଚାହୁଁଛି ।’’

ରାଇନା ଆହୁରି ଲେଖିଛନ୍ତି, ‘‘ଭାରତକୁ ଧନ୍ୟବାଦ । ଜୟ ହିନ୍ଦ ।’’ ସ୍ୱାଧୀନତା ଦିବସ ଅବସରରେ ଏହି ଦୁଇ ପ୍ରଖ୍ୟାତ କ୍ରିକେଟ (cricket) ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ନିଜ ଅବସର ନେଉଥିବା ଘୋଷଣା କରି ଖେଳ ଜଗତରେ ଏକ ପ୍ରକାର ଚହଳ ପକେଇ ଦେଇଛନ୍ତି ।

ବର୍ତ୍ତମାନ ରାଇନାଙ୍କ ସମ୍ପୂର୍ଣ୍ଣ ଧ୍ୟାନ କେବଳ ତାଙ୍କ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ଉପରେ ଅଛି ଓ ସେ ଏଥି ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି ।

ଇନଷ୍ଟାଗ୍ରାମରେ ସୁରେଶ ରାଇନା କରିଥିବା ପୋଷ୍ଟ


ସୁରେଶ ରାଇନାଙ୍କ କରିଅର୍

ଭାରତର ସର୍ବୋତ୍ତମ ଫିଲ୍ଡର (Team India best fielder) ଭାବରେ ବିବେଚିତ ହୋଇଥିବା ସୁରେଶ ରାଇନା (Suresh Raina) ୩୦ ଜୁଲାଇ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଏକ ODIରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଭାରତ ପାଇଁ ୧୮ ଟି ଟେଷ୍ଟ, ୨୨୬ଟି ODI ଏବଂ ୭୮ଟି T20 ମ୍ୟାଚ୍ ଖେଳିଥିଲେ । ତାଙ୍କ ନାମରେ ୭୬୮ ଟେଷ୍ଟ ରନ୍ ଅଛି । ସେଥିରେ ଗୋଟିଏ ଶତକ ଓ ସାତଟି ଅର୍ଦ୍ଧ-ଶତକ ରହିଛି ।

୨୨୬ଟି ଦିନିକିଆରେ ମ୍ୟାଚରେ ରାଇନା ୫,୬୧୬ ରନ୍ ସ୍କୋର କରିଥିଲେ । ODI କ୍ରିକେଟରେ ସେ ପାଞ୍ଚଟି ଶତକ ଏବଂ ୩୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୭୮ଟି T20 ମ୍ୟାଚରେ ରାଇନା ୧,୬୦୫ ରନ୍‌ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ ପାଞ୍ଚଟି ଅର୍ଦ୍ଧଶତକ ରହିଛି । ତାଙ୍କ ବୋଲିଂ ବିଷୟରେ କହିବାକୁ ଗଲେ ସେ ୧୩ଟି ଟେଷ୍ଟ ୱିକେଟ୍, ୩୬ଟି ODI ୱିକେଟ୍‌ ଓ ୧୩ଟି T-20 ୱିକେଟ୍ ନେଇଛନ୍ତି ।

ଏହା ବି ପଢ଼ନ୍ତୁ | ଲାଲ କିଲ୍ଲାରେ ମୋଦୀଙ୍କ ସୁରକ୍ଷାରେ ଲାଗିଥିଲା ଆଣ୍ଟି-ଡ୍ରୋନ୍ ସିଷ୍ଟମ୍; ୨.୫ କି.ମି. ଯାଏଁ ଗୁଳି ମାରିପାରିବ

ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ

ଦୀର୍ଘ ସମୟ ଧରି ରାଇନା ଦଳରୁ ବାହାରେ ଥିଲେ

ରାଇନା ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ଦୂରେଇ ରହିଥିଲେ । ୧୭ ଜୁଲାଇ ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଲିଡ୍ସରେ ଖେଳାଯାଇଥିବା ODI ପରେ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିଲେ ।



ଯଦିଓ ରାଇନା ଟିମ୍ ଇଣ୍ଡିଆକୁ ଫେରିବାର ଏକ ପଥ ଭାବରେ ଆଇପିଏଲକୁ ବିଚାର କରୁଥିଲେ, କିନ୍ତୁ ଆଇପିଏଲ୍ ଆରମ୍ଭ ପୂର୍ବରୁ ସେ ସମସ୍ତ ଫର୍ମାଟରୁ ଅବସର ନେଇଗଲେ । ୟୁଏଇରେ (UAE) ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଆଇପିଏଲ୍ ଅନୁଷ୍ଠିତ ହେବ।
Published by: Anand Shankar Thankur Das
First published: August 15, 2020, 10:40 PM IST
corona virus btn
corona virus btn
Loading