News18 Odia Digital
ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇ ରାଜ୍ୟର ପ୍ରଶାସନିକ ଶୀର୍ଷରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇ.ଏ. ଏସ୍. ଅଫିସର୍ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ବିଦାୟୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର (WODC) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ଏହି ନିଯୁକ୍ତିଗୁଡ଼ିକ ବିଷୟରେ ସରକାରଙ୍କ ଘୋଷଣା ଆସିବା ପରେ ସୁରେଶ ମହାପାତ୍ର ପୁରୀ ଶ୍ରୀମନ୍ଦିରରେ କାଳିଆ ଦର୍ଶନ କରିଛନ୍ତି । ସେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଭାବେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଦର୍ଶନ ପରେ ସୁରେଶ ପ୍ରଥମେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହା ବି ପଢ଼ନ୍ତୁ | ଭାରତରେ ତିଆରି ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନା ଟିକାର ୨ଟି ଡୋଜ୍ ୯୦% ପ୍ରଭାବଶାଳୀ‘‘ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ସୁଯୋଗ ମିଳିଛି । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବି । ନିଷ୍ଠାର ସହ ଓଡ଼ିଶାର ଲୋକଙ୍କ ପାଇଁ କାମ କରିବି । ଗଲା ୧୦ ମାସ ଧରି କରୋନା ମହାମାରୀର ସଫଳ ମୁକାବିଲା ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ ଆମେ ଏହି ମହାମାରୀର ଅଧିକ ସଫଳ ପରିଚାଳନା କରିଛୁ । ଓଡ଼ିଶାରେ ମୃତ୍ୟୁ ହାର ଯଥେଷ୍ଟ କମ ରହିଥିବା ବେଳେ ସୁସ୍ଥ ହାର ବଢ଼ିଛି,’’ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ କହିଛନ୍ତି ମହାପାତ୍ର ।

ବିଦାୟୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେବା ସହ ରାଜ୍ୟର ମୁଖ୍ୟ ଉନ୍ନୟନ କମିଶନର ଦାୟିତ୍ବ ମଧ୍ୟ ତୁଲାଇବେ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ଶେଷ ହେଉଛି । ତା’ପରେ ଦାୟିତ୍ବ ନେବେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ୧୯୮୬ ବ୍ୟାଚର ଆଇଏଏସ ଅଫିସର୍ ସୁରେଶ ଚନ୍ଦ୍ର ମହାପାତ୍ର ମାତ୍ର ୨୫ ବର୍ଷ ବୟସରେ ଆଇଏଏସ୍ ପାଇଥିଲେ । ନିଜ ଲମ୍ବା ପ୍ରଶାସନିକ କରିଅରରେ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଦାୟିତ୍ବ ତୁଲାଇଛନ୍ତି । ପୁରୀ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓଏସଡି ଓ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ସେ ନିଜ ଦକ୍ଷତା ଦେଖାଇଛନ୍ତି ।

ବରିଷ୍ଠ IAS ଅଧିକାରୀ ପ୍ରଦୀପ କୁମାର ଜେନା
ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେଓମଫେଡ୍ ଏମ୍.ଡି., ଶକ୍ତି ବିଭାଗର ସଚିବ ଓ ଗ୍ରୀଡ୍କୋ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଛନ୍ତି ସୁରେଶ ମହାପାତ୍ର । ଜଳ ସମ୍ପଦ ବିଭାଗର ସଚିବ ଓ ଉନ୍ନୟନ କମିଶନର ଭାବେ ତାଙ୍କ କାର୍ଯ୍ୟ ଉଲ୍ଲେଖନୀୟ ରହିଥିଲା । ସୁରେଶ ନିଜ କରିଅରରେ କେବେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ନାହାନ୍ତି ।
ବିଦାୟୀ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସହିତ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି-ବ୍ୟବସାୟ ଓ ଶିଳ୍ପ ପ୍ରସଙ୍ଗରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ କାମ କରିବେ ।
ବରିଷ୍ଠ IAS ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।