ସୁରେଶ ମହାପାତ୍ର ହେଲେ କଟକ ନଗର କଂଗ୍ରେସର ସଭାପତି (ପ୍ରତୀକାତ୍ମକ ଛବି)
News18 Odia Digital
କଟକ: ମୋକିମଙ୍କୁ ଚେକ ଦେଲେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ। ଆଜ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶ୍ରୀ ସୁରେଶ କୁମାର ମହାପାତ୍ରଙ୍କୁ କଟକ ନଗର କଂଗ୍ରେସ କମିଟିର ମଧ୍ୟବର୍ତ୍ତିକାଳୀନ ସଭାପତି ରୂପେ ଦାୟିତ୍ୱ ଦେଇଛନ୍ତି।
ଶ୍ରୀଯୁକ୍ତ ମହାପାତ୍ର ତାଙ୍କର ଦାୟିତ୍ବକୁ ସୂଚାରୂ ରୂପେ ନିର୍ବାହ କରିବେ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି। ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଏନେଇ ସୂଚନା ଦେଇଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।