ବୀର ସୁରେନ୍ଦ୍ର ସାଏ: ଏପରି ସିଂହ ଯାହାଙ୍କୁ ଇଂରେଜ ମାରିବାକୁ ସାହସ କରିନଥିଲେ କି ତାଙ୍କ ଜନ୍ମମାଟିରେ ଖୋଲାରେ ବିଚରଣ କରିବାକୁ ଦେଇନଥିଲେ

ତାଙ୍କର ରଣନୀତି ଏବଂ ଯୁଦ୍ଧ ଶୈଳୀ ଏମିତି ଥିଲା ଯେ, ତାଙ୍କ ସାମ୍ନାରେ ଇଂରେଜ ସେନାପତି ମେଜର ଫୋଷ୍ଟର ତାଙ୍କର ମୁକାବିଲା କରିପାରିନଥିଲେ । ତେଣୁ ଫୋଷ୍ଟରଙ୍କୁ ବ୍ରିଟିସରମାନେ ମାତ୍ର ନିଯୁକ୍ତି ଦେବାର ମାତ୍ର ୩ ବର୍ଷ ପରେ ସେଠାରୁ ସ୍ଥାନାନ୍ତର କରିଥିଲେ ।

ବୀର ସୁରେନ୍ଦ୍ର ସାଏ: ଏପରି ସିଂହ ଯାହାଙ୍କୁ ଇଂରେଜ ମାରିବାକୁ ସାହସ କରିନଥିଲେ କି ତାଙ୍କ ଜନ୍ମମାଟିରେ ଖୋଲାରେ ବିଚରଣ କରିବାକୁ ଦେଇନଥିଲେ
ବୀର ସୁରେନ୍ଦ୍ର ସାଏ
  • News18 Odia
  • Last Updated: January 23, 2020, 6:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ୧୮୫୭ର ସିପାହୀ ବିଦ୍ରୋହ କଥା ସ୍ମରଣକୁ ଆସିବାମାତ୍ର ଓଡ଼ିଶାର ଜଣେ ବୀରଙ୍କ ଚିତ୍ର ଆଖିଆଗରେ ନାଚି ଉଠେ ସେ ସମୟରେ ପ୍ରବଳପ୍ରତାପୀ ବ୍ରିଟିସ୍ ସାମ୍ରାଜ୍ୟ ବିରୋଧରେ ଦମ୍ଭର ସହ ଲଢ଼େଇ କରି ତାଙ୍କୁ ଚକମା ଦେବାରେ ସଫଳ ହୋଇଥିବା ବୀର ସୁରେନ୍ଦ୍ର ସାଏ । ବ୍ରିଟିସ୍ ମାନଙ୍କ ବିରୋଧରେ ସାଧାରଣ ଲୋକଙ୍କୁ ନେଇ ସଫଳତାର ସହ ସଂଗ୍ରାମ ଚଳାଇଥିବାରୁ ତାଙ୍କୁ ବୀର ଉପାଧିରେ ଭୂଷିତ କରାଯାଇଥିଲା । ସେ ଏପରି ବୀର ଥିଲେ ଯାହାଙ୍କୁ ଇଂରେଜମାନେ ମାରିବାର ସାହସ କରିପାରିନଥିଲେ କି ଛାଡ଼ିବାର ସାହସ କରିପାରିନଥିଲେ ।

୧୮୦୯ରେ ସମ୍ବଲପୁର ଅଞ୍ଚଳର ଖିଣ୍ଡା ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିବା ପରେ ସେଠାକାର ରାଜା ସାଏ ତାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ଏବଂ ୧୮୨୭ରେ ତାଙ୍କ ମୃତ୍ୟୁ ପରେ ସେହିଁ ରାଜସିଂହାସନରେ ବସିଥାନ୍ତେ । ମାତ୍ର ତତ୍କାଳୀନ ଇଂରେଜ ବଡ଼ଲାଟ ଲର୍ଡ଼ ଡେଲହାଉସୀଙ୍କ ରାଜସ୍ବତ ଲୋପ ନୀତି ଯୋଗୁଁ ନିଜର ରାଜ୍ୟ ହରାଇବା ପରେ ଇଂରେଜ ମାନଙ୍କ ବିରୋଧରେ ମାତ୍ର ୧୮ ବର୍ଷ ବୟସରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଦେଇଥିଲେ । ଏବଂ ଏହି ସଂଗ୍ରାମ ୧୮୬୨ ପର୍ଯ୍ୟନ୍ତ ଜାରି ରଖିଥିଲେ ।

ତାଙ୍କର ରଣନୀତି ଏବଂ ଯୁଦ୍ଧ ଶୈଳୀ ଏମିତି ଥିଲା ଯେ, ତାଙ୍କ ସାମ୍ନାରେ ଇଂରେଜ ସେନାପତି ମେଜର ଫୋଷ୍ଟର ତାଙ୍କର ମୁକାବିଲା କରିପାରିନଥିଲେ । ତେଣୁ ଫୋଷ୍ଟରଙ୍କୁ ବ୍ରିଟିସରମାନେ ମାତ୍ର ନିଯୁକ୍ତି ଦେବାର ମାତ୍ର ୩ ବର୍ଷ ପରେ ସେଠାରୁ ସ୍ଥାନାନ୍ତର କରିଥିଲେ । ପରେ ତାଙ୍କର ଉତ୍ତରାଧୀକାରୀ ମେଜର ଇମ୍ପାଇ ଏହି ସଂଗ୍ରାମକୁ ଆଗକୁ ବଢ଼ାଇଥିଲେ । ସେ ମଧ୍ୟ ଅନେକ ଦିନ ଧରି ତାଙ୍କୁ ଚେକ୍ ଦେବାରେ ବିଫଳ ହୋଇଥିଲେ । ବ୍ରିଟିସର ମାନେ ସୁରେନ୍ଦ୍ର ସାଏଙ୍କ ସମସ୍ତ ଖାଦ୍ୟ ଶସ୍ୟ ଏବଂ ଆନୁସଙ୍ଗିକ ସାଧନକୁ ଜବତ କରିଥିଲେ ବି ଏହା ତାଙ୍କ ସଂଗ୍ରାମରେ କୌଣସି ପ୍ରଭାବ ପକାଇପାରିନଥିଲା । ପରେ ମେଜର ଇମ୍ପାଇ ତାଙ୍କ ସହ ଶତୃତା ତ୍ୟାଗ  କରି ଶାନ୍ତିର ରାସ୍ତା ବାଛିଥିଲେ ଏବଂ ସୁରେନ୍ଦ୍ର ସାଏଙ୍କୁ ଅନ୍ୟତମ ପ୍ରସିଦ୍ଧ ଯୋଦ୍ଧା ଭାବେ ଘୋଷିତ କରିଥିଲେ । ମାତ୍ର ଇମ୍ପାଇଙ୍କ ମୃତ୍ୟୁ ପରେ ବ୍ରିଟିସରମାନେ ତାଙ୍କ ରଣନୀତିରେ ପରିବର୍ତ୍ତନ କରି ପରେ ୧୮୬୨ରେ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ । ସେଠାରୁ ତାଙ୍କୁ ହଜାରିବାଗ ଜେଲ୍ ପଠାଯାଇଥିଲା ଏହା ପୂର୍ବରୁ ୧୭ ବର୍ଷ ଜେଲ ଦଣ୍ଡ ଭୋଗିସାରିଥିବାବେଳେ ପୁଣି ୨୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିଲା । ସେଠାରୁ ତାଙ୍କୁ ଅଶୀଗଡ଼ ଦୁର୍ଗ ନିଆଯାଇଥିବାବେଳେ ସେଠାରେ ୨୩ ମେ ୧୮୮୪ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
First published: January 23, 2020, 6:49 PM IST