ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ କୋଟିଏ ନୁହେଁ.. ସୁନାକଳସ ଦାମ ୧୦ଲକ୍ଷ; ପାପରୁ ବଞ୍ଚିବାକୁ ଦାନ - ସୁର ରାଉତରାୟ

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନବ ଦାସଙ୍କ ସୁନା କଳସ ଦାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୩୦ ବର୍ଷ ତଳେ କିଛି ନଥିଲା । ଗୋଟିଏ ମିଲ୍ ଖାଇବାକୁ ବି ପଇସା ନଥିଲା । ପାପରୁ ବର୍ତ୍ତିବାକୁ ଏପରି କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ କୋଟିଏ ନୁହେଁ.. ସୁନାକଳସ ଦାମ ୧୦ଲକ୍ଷ

ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ କୋଟିଏ ନୁହେଁ.. ସୁନାକଳସ ଦାମ ୧୦ଲକ୍ଷ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜ୍ୟ ବାହାରେ ସୁନାକଳସ (Goldjar) ଦାନ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ (Health minister naba dash) । ଅମହଦନଗର ଅଞ୍ଚଳରେ ଥିବା ଏକ ଶନି ମନ୍ଦିରରେ ସୁନା କଳସ ଦାନ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ନବ ଦାସ । ସେ ଦାନରେ ଦେଇଥିବା ସୁନା କଳସର ମୂଲ୍ୟ ୧କୋଟି ନୁହେଁ ବରଂ ୧୦ ଲକ୍ଷ ଟଙ୍କା ବୋଲି ନବ କହିଛନ୍ତି । ମନ୍ତ୍ରୀଙ୍କ କହିବା ତାତ୍ପର୍ଯ୍ୟ ହେଉଛି, ଶନି ଦେବଙ୍କ ପୀଠ ହେଉଛି ଆମ ଧର୍ମର ସବୁଠୁ ବଡ଼ ପୀଠ । ଶନି ଦେବଙ୍କୁ ପୂଜା କଲେ ସର୍ବ ରିଷ୍ଟ ଖଣ୍ଡନ ହୋଇଥାଏ । ତେଣୁ ଶନି ଦେବଙ୍କ ପୂଜା ପାଇଁ ବ୍ୟବହାର କରାଯାଉଥିବା ତେଲକୁ ଏକ କଲସରେ ରଖିବାକୁ ଚାହୁଁଥିଲେ । ତେଣୁ କଳସ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଖବର ପରିବେଷଣ ଉପରେ ଗଣମାଧ୍ୟମକୁ ମନ୍ତ୍ରୀ କହିଛନ୍ତି ଯେ,  ଶନି ଦେବ ହେଉଛନ୍ତି ନ୍ୟାୟର ଠାକୁର । ତେଣୁ ଅଯୋଥା ଖବର ପରିବେଷଣ ଠିକ୍ ନୁହେଁ । ଏହାବାଦ ନବଦାସ ରାଜ୍ୟବାସୀଙ୍କ ହିତ ଓ ସେବା ପାଇଁ ଶକ୍ତି ପ୍ରଦାନ କରିବାକୁ ଶନିଦେବଙ୍କ ନିକଟରେ ଗୁହାରି କରିଥିବା କଥା ସେ କହିଛନ୍ତି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ନବ ଦାସଙ୍କ ସୁନା କଳସ ଦାନ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ୩୦ ବର୍ଷ ତଳେ କିଛି ନଥିଲା । ଗୋଟିଏ ମିଲ୍ ଖାଇବାକୁ ବି ପଇସା ନଥିଲା । ଝାରସୁଗୁଡା ଷ୍ଟିଲ୍ ଇଣ୍ଡଷ୍ଟ୍ରୀ ତା ଭାଗ୍ୟ ବଦଳାଇଦେଲା । ସେଇଥିରେ ସେ ଉପରକୁ ଉଠିଗଲା । ଗୋଟିଏ ଦିନରେ ସେ ୭ଶହ ଟ୍ରକ କିଣିଛି । ବର୍ତ୍ତମାନ ବିରାଟ ଲୋକ । ଧନୀ ତାଲିକାରେ ନିରଞ୍ଜନ ପଟ୍ଟନାୟକ ଏକ ନମ୍ୱର , ଦୁଇ ନମ୍ୱରରେ ମୁଖ୍ୟମନ୍ତ୍ରୀ, ୩ ନମ୍ୱରରେ ନବ ଦାସ ।

ଏଥିସହ ସୁର ରାଉତରାୟ କହିଛନ୍ତି ଯେ, ସେ ଓଡ଼ିଶାରେ କାହା ପାଇଁ କିଛି କରେନି । କେଉଁ ମନ୍ତ୍ରୀ, କି ହଷ୍ଟେଲ, କିମ୍ୱା କୌଣସି କ୍ଲବକୁ ସେ ଟଙ୍କିଏ ଦେଇନି । ଗୁଡାଏ ପାପ ଧନ ସେ କମେଇ ସାରିଲାଣି । ସେଥିରୁ ତ୍ରାହି ପାଇବାକୁ ମହାରାଷ୍ଟ୍ରରେ ପହଞ୍ଚି ଶନି ମନ୍ଦିରରେ ସୁନା ଦେଇକି ଆସଛି । ତା ପରିବାର ପାପରେ ବୁଡିକି ରହିଛି । ସେଥିରୁ ବର୍ତ୍ତିବା ପାଇଁ ସେ ଏପରି କରିଛି ବୋଲି ସୁର ରାଉତରାୟ କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଦିନ ଏକ ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା ଯେ, ଓଡ଼ିଶାରୁ କେହି ଜଣେ ବ୍ୟକ୍ତି ମହାରାଷ୍ଟ୍ର ଶନି ମନ୍ଦିରରେ ସୁନା ଓ ରୂପାର କଳସ ଦାନ କରୁଛନ୍ତି । ପରେ ଜଣା ପଡିଥିଲା ଦାନ କରୁଥିବା ବ୍ୟକ୍ତି ହେଉଛନ୍ତି ମନ୍ତ୍ରୀ ନବ ଦାସ । ଉକ୍ତ ଶନି ମନ୍ଦିରକୁ ଆଜି ପର୍ଯ୍ୟନ୍ତ ଏତେ ମୂଲ୍ୟର ସାମଗ୍ରୀ କେହି ଦାନ କରିନଥିଲେ । ତେଣୁ ଏହା ଚର୍ଚ୍ଚା ପରିସରକୁ ଆସିଥିଲା ।

ଅଧିକ ଖବର ପଢ଼ନ୍ତୁ - http://ଯାତ୍ରା ପ୍ରେମୀଙ୍କ ପାଇଁ ଦୁଃଖ ଖବର! ରାଣୀ ପଣ୍ଡା ନେଲେ ଏଭଳି ନିଷ୍ପତ୍ତି
Published by:Soubhagya Mishra
First published: