ବୟାନ ବଦଳାଇଲା ରାଜ୍ୟ କଂଗ୍ରେସ: ଏବେ 'ଆଗ ମାଟି ତା'ପରେ ପାର୍ଟି'

ଏବେ ପୁଣି ପ୍ରଶ୍ନ ଉଠୁଛି ସୁରଙ୍କ ପରି ପୁଣି ବଦଳିଯିବନି ତ ନରସିଂହ ମିଶ୍ରଙ୍କ ବୟାନ?

ବଦଳିଲା ସୁରଙ୍କ ମତ, ବଦଳାଇବେ କି ନରସିଂହ ?

ବଦଳିଲା ସୁରଙ୍କ ମତ, ବଦଳାଇବେ କି ନରସିଂହ ?

  • Share this:
News18 Odia Digital

ଭୁବନେଶ୍ୱର:  ଦୁଇଦିନ ତଳେ କହୁଥିଲେ 'ଆଗ ପାର୍ଟି ତାପରେ ମାଟି'  କିନ୍ତୁ ଏବେ ପୁଣି କହୁଛନ୍ତି 'ଆଗ ମାଟି ତାପରେ ପାର୍ଟି' ବରିଷ୍ଠ କଂଗ୍ରେସ ନେତା​ ସୁର ରାଉତରାୟଙ୍କ ଏପରି ବୟାନ ଶୁଣି ସାଧାରଣ ଲୋକେ ଏହାକୁ ହାସ୍ୟାସ୍ପଦ ଭାବେ ଗ୍ରହଣ କରିଛନ୍ତି । କେବଳ ସେତିକି ନୁହେଁ, ସୁର ଏକଥା ମଧ୍ୟ କହିଛନ୍ତି ମୁଁ ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ କରିବା ସହ ଭୋଟ୍ ମଧ୍ୟ ଦେବି ।

ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟପତି ହେବା ନେଇ ସବୁଠି ସରଗରମ ରାଜନୀତି ଥିବାବେଳେ କଂଗ୍ରେସ କଣ କହିବ କଣ କରିବ କିଛି ବି ଜାଣିପାରୁନାହିଁ । ପ୍ରଥମରୁ ସମର୍ଥନ କରୁନଥିବା କଂଗ୍ରସ ପୁଣିଥରେ ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ କରିବାରେ ଲାଗିଲାଣି । ସୁର ରାଉତରାୟଙ୍କ ଏପରି ବୟାନ ଏହା ପ୍ରମାଣିତ କରୁଛି ଯେ କଂଗ୍ରେସ ଶିବିରରେ ଏବେ ବୋଧହୁଏ ଧମାଧମ୍ ଆଲୋଚନା ଚାଲିଛି । ନଚେତ ଦୁଇଦିନରେ ସୁର ମତ ବଦଳାଇଲେ କାହିଁକି ?

ରାଜ୍ୟ ମହିଳା ରାଷ୍ଟ୍ରପତି ପାଇବା ନେଇ ଗର୍ବ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ଦିଗରୁ ଶ୍ରୀମତି ମୁର୍ମୁଙ୍କୁ ଶୁଭେଚ୍ଛା ଓ ସମର୍ଥନ ମିଳିବାରେ ଲାଗିଛି । ତେବେ କେବଳ କଂଗ୍ରେସ ଦଳର କିଛି ନେତାଙ୍କ ତରଫରୁ ଏହାକୁ ପ୍ରଥମେ ସମର୍ଥନ ଦିଆଯାଉନଥିଲା । କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର ମଧ୍ୟ ସମର୍ଥନ ନଦେବା ନେଇ ବୟାନ ଦେଇଥିଲେ । ଏବେ ପୁଣି ପ୍ରଶ୍ନ ଉଠୁଛି ସୁରଙ୍କ ପରି ପୁଣି ବଦଳିଯିବନି ତ ନରସିଂହ ମିଶ୍ରଙ୍କ ବୟାନ୍ । କିନ୍ତୁ ଅନ୍ୟ ମାନଙ୍କ ମଧ୍ୟରେ ତାରା ବାହିନୀପତି, ସନ୍ତୋଷ ସିଂହ ସାଲୁଜା ପୂର୍ବରୁ କହିଛନ୍ତି ଯେ 'ପାର୍ଟିଠାରୁ ମାଟି ବଡ଼' ତେଣୁ ଆମର ସମର୍ଥନ ସବୁବେଳେ ଓଡ଼ିଆ ମାଟି ପାଇଁ ରହିଛି ଏହା ସହ ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ଆମେ ପୁର୍ଣ୍ଣ ସମର୍ଥନ କରିବୁ ।

ତେବେ ବାରମ୍ୱାର ମତ ବଦଳାଉଥିବା ଗଂଗ୍ରେସ ଦଳ କୌଣସି ନିର୍ଦ୍ଦିଷ୍ଟ କଥାରେ ତିଷ୍ଠି ପାରୁନି । ବର୍ଷା ଯୁଆଡେ ଛତା ସିଆଡେ ପରି ଶ୍ରୀମତି ମୁର୍ମୁଙ୍କୁ ସମର୍ଥନ ନଦେଲେ ରାଜ୍ୟରୁ କଂଗ୍ରେସର ସତ୍ତା କାଳେ ଲିଭିଯିବ ସେନେଇ ଚିନ୍ତା ଘାରିଛି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।
Published by:Soubhagya Mishra
First published: