ମୋକିମ ଯାହା କଲେ ଠିକ କଲେନି; ମୋକିମଙ୍କ ଭୋଟ ଦେବା ପ୍ରସଙ୍ଗକୁ ନେଇ ଏମିତି କହିଲେ ସୁର

ଦ୍ରୌପଦୀଙ୍କୁ ଭୋଟ ଦେବା ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ। ସେ କହିଛନ୍ତି ଏହା ମୋକିମଙ୍କ ନିଜ ନିଷ୍ପତ୍ତି। କିନ୍ତୁ କଂଗ୍ରେସର କର୍ମୀ ଭାବେ କହିବି ଠିକ୍ ହେଲାନି।

ସୁର ରାଉତରାୟ (ପ୍ରତୀକାତ୍ମକ ଛବି)

ସୁର ରାଉତରାୟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମୋକିମଙ୍କର ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତ ରାୟ। ସେ କହିଛନ୍ତି ଏହା ମୋକିମଙ୍କ ନିଜ ନିଷ୍ପତ୍ତି। କିନ୍ତୁ କଂଗ୍ରେସର କର୍ମୀ ଭାବେ କହିବି ଠିକ୍ ହେଲାନି। ମୋର ଇଚ୍ଛା ଥିଲା ଓଡ଼ିଆ ଝିଅ ଭାବେ ଭୋଟ ଦେବାକୁ। କିନ୍ତୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଲୁ। ମୋକିମ ଯେଉଁ ଭୋଟ ଦେଇଛନ୍ତି ତାହା ଉପରେ ହାଇକମାଣ୍ଡ ନିଷ୍ପତ୍ତି ନେବେ।

ଆମକୁ ବହୁ ପଦ ଓ ଅର୍ଥ ଦେଖା ହୋଇଛି। କିନ୍ତୁ ଆମକୁ କେହି କିଣିପାରି ନାହାଁନ୍ତି। ମୋକିମ ବାବୁ ଯାହା କଲେ ଠିକ କଲେନି। ସେ କଣ ମାଟି କଥା କହୁଛନ୍ତି। ବରୁଣେଇ ଓ କରୁଣେଇ ହେଉଛି ଯୁଦ୍ଧ ମାଟି। ଆମେ ଦଳ ଆଗ। ଦଳ ଆମକୁ ନେତା କରିଛି। ଦଳ ନିର୍ଦ୍ଦେଶରେ ମୁଁ ସିହ୍ନାଙ୍କୁ ଦେଇଛି। ଆମେ କଂଗ୍ରେସ ଲୋକ। ସମସ୍ତେ ପରିଶ୍ରମ କରୁଛନ୍ତି। କିନ୍ତୁ ଏହା ଠିକ ହେଲାନି ବୋଲି କହିଛନ୍ତି ସୁର ରାଉତରାୟ।

ସେ ନିଜ କ୍ଷୋଭ ପ୍ରକାଶ କରି କହିଛନ୍ତି ଆମେ ଦିନକୁ ୧୮ ଘଣ୍ଟା ଖଟୁଛୁ। କେତେ ବିଧାୟକ ଯିବେ ଆସିବେ। ମୁଁ ସେସବୁ ଆଲୋଚନା କରିବାକୁ ଚାଁହୁ ନାହିଁ।

ଏସବୁ ପରେ ବି ଆମ ପାଇକ ମାଟି ପାଇଁ ପାଇକ ସ୍ତମ୍ଭ ଓ ମ୍ୟୁଜିୟମ ପାଇଁ ଟଙ୍କା ଅନୁମୋଦନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା।

ଦ୍ରୌପଦୀ ମୁର୍ମୁଙ୍କୁ ମୋକିମ୍ ଭୋଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ତାରା ବାହିନୀ ପତି। ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ହ୍ଵିପ ନାହିଁ। ସାମ୍ବିଧାନିକ ଦୃଷ୍ଟିରୁ କୌଣସି  ହ୍ବିପ ନାହିଁ। କିନ୍ତୁ ହାଇକମଣ୍ଡ ନିଷ୍ପତ୍ତି ମୁଖ୍ୟ। ତାଙ୍କ ନିଷ୍ପତ୍ତି ମାନି ଭୋଟ ଦେବାର ଥିଲା। ଏଠି ମାଟି କଥା କୁହାଯାଉଛି। କିନ୍ତୁ ସିହ୍ନାଙ୍କୁ କଣ ବିହାରର ବିଜେପି ସଦସ୍ୟ ଭୋଟ ଦେଲେ କି ବୋଲି ପ୍ରଶ୍ନ କରିଛନ୍ତି। ଦଳର ଟିକେଟରେ ଜିତିଛନ୍ତି, ତେଣୁ ଦଳ ନିଷ୍ପତ୍ତି ମାନିବା କଥା ବୋଲି କହିଛନ୍ତି ତାରା ବାହିନୀ ପତି ।
Published by:Soumya Das
First published: