ଲୋକଙ୍କ ଗହଣରେ ୭୯ତମ ଜନ୍ମ ଦିନ ପାଳିଲେ ସୁର ରାଉତରାୟ

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଲୋକଙ୍କ ଗହଣରେ ପାଳିଲେ ୭୯ତମ ଜନ୍ମଦିନ। ପିସିସି ସଭାପତିଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ଜଣାଇଲେ ଶୁଭେଚ୍ଛା।

୭୯ ତମ ଜନ୍ମ ଦିନ ପାଳିଲେ ସୁର ରାଉତରାୟ

୭୯ ତମ ଜନ୍ମ ଦିନ ପାଳିଲେ ସୁର ରାଉତରାୟ

  • News18 Odia
  • Last Updated :
  • Odisha (Orissa)
  • Share this:
News 18 Odia Digital

ଭୁବନେଶ୍ୱର: ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ  ୭୯ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ମାଉସୀମା ଛକ ସ୍ଥିତ ନିଜ ବାସଭବନରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି ସୁର ରାଉତରାୟ। ବାସଭବନରେ କର୍ମୀ ଓ ସମର୍ଥକମାନେ ପହଞ୍ଚି ଫୁଲତୋଡ଼ା ଦେଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।



ବିଭିନ୍ନ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ଓ ଦମଦାର୍ ଅନ୍ଦାଜ ପାଇଁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ଛି ଛି ଲଜ୍ୟା, ମାଡ଼ି ଚାଲ ,ଆ ଥୁ ,ବ୍ୟୁଟିଫୁଲ୍ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରିଥାନ୍ତି ସବୁବେଳେ। ନିଜର ବେଲଗାମ୍ ତୁଣ୍ଡ ପାଇଁ ସବୁବେଳେ ମିଡ଼ିଆ ଫ୍ରଣ୍ଟଲାଇନରେ ରୁହନ୍ତି ସେ।

ଆଜି ସକାଳୁ ସକାଳୁ ତାଙ୍କ ଘରେ ପିସିସି ସଭାପତିଙ୍କ ସମେତ ବହୁ କଂଗ୍ରେସ ନେତାଙ୍କ ଭିଡ଼ ଜମି ଥିଲା। ଜଟଣୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ , ଓଲ୍ଡ ଟାଉନର ଜଣାଶୁଣା ବ୍ୟକ୍ତି , ଛାତ୍ର, ଯୁବ ଓ ମହିଳା କଂଗ୍ରେସର ନେତା କର୍ମୀ ସୁରଙ୍କୁ ଭେଟି ଦୀର୍ଘାୟୁ କାମନା କରିଛନ୍ତି। ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ, ରକ୍ତଦାନ ଶିବିର , ଗରିବ ଲୋକଙ୍କୁ ସାହାଯ୍ୟ ଭଳି ମହତ୍ବ ପୂର୍ଣ୍ଣ କାର୍ଯ୍ୟ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା।

ଜନ୍ମ ଦିନ ଅବସର କଣ କହିଲେ

ଜନ୍ମ ଦିନ ଅବସର ସେ କହିଛନ୍ତି, ‘‘ଲୋକ ତାଙ୍କ ଇଚ୍ଛାରେ ମୋ ଜନ୍ମ ଦିନ ପାଳନ କରୁଛନ୍ତି। ମୁଁ ମନା କଲେ ବି ସେମାନେଙ୍କ ଶ୍ରଦ୍ଧା ଓ ଭଲପାଇବା ଯୋଗୁ ପାଳନ କରୁଛନ୍ତି। ମୁଁ ମରିବି ପଛେ କଂଗ୍ରେସ ଛାଡ଼ିବି ନାହିଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ସହିତ ରହିବି। ଆଉ ଗତ ନିର୍ବାଚନ ରେ ମୁଁ ଆଉ ଅଂଶ ଗ୍ରହଣ କରିବି ନାହିଁ ମୋ ସାନ ପୁଅ ଲଢ଼ିବ ଜଟଣୀରୁ। ଆଉ ମୁଁ ଦେଶୀ ଜିନିଷ ଖାଉଛି ବୋଲି ମୁଁ ଆଜି ୭୯ ବର୍ଷରେ ସୁସ୍ଥ ଅଛି। ଜନସାଧାରଣଙ୍କ ସେବା କରୁଛି। ନିଜ ଜନ୍ମ ଦିନରେ କର୍ମୀ ଓ ସହଯୋଗୀଙ୍କୁ ନିକଟରେ ପାଇ ବିଶେଷ ଆନନ୍ଦ ପ୍ରକାଶ କରିଛି।’’
Published by:Sujit Swain
First published: