News 18 Odia Digital
ଭୁବନେଶ୍ୱର: ଏଣିକି ଆଉ ସହ୍ୟ କରାଯିବନି କି ନୀରବରେ ରହିବନି ଦଳ। କିଛି କଲେ ଆକ୍ସନ ନେବାକୁ ପଛାଇବ ନାହିଁ ଦଳ। ସିଧା ସଳଖ ହେବ ଆକ୍ସନ। ଜିଲ୍ଲା ସଭାପତି, ବରିଷ୍ଠ ନେତା ଓ ବିଧାୟକ ମାନଙ୍କ ସହିତ ଏକ କାଳୀନ ବୈଠକ ନେବା ଅବସରରେ ଏଭଳି କହିଥିବା କଂଗ୍ରେସ ତା ପ୍ରେସ ରିଲିଜରେ ଉଲ୍ଲେଖ କରିଛି। ଯାହାକୁ ନେଇ କଂଗ୍ରେସ ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି।
ପଦ୍ମପୁର ଉପ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଦଳର ନେତୃତ୍ବ ଉପରେ ପ୍ରଶ୍ନ ଉଠାଇ କଂଗ୍ରେସକୁ କାଠଗଡା ଭିତରକୁ ଟାଣିଥିଲେ ୩ ବିଧାୟକ ସୁରେଶ ରାଉତରାୟ, ମହମ୍ମଦ ମୋକିମ୍ ଓ ତାରା ପ୍ରସାଦ ବାହିନୀପତି। ଏହି ୩ ନେତାଙ୍କୁ ଟାର୍ଗେଟ କରି କଂଗ୍ରେସ ପ୍ରେସ ରିଲିଜ୍ ରେ ଉଲ୍ଲେଖ କରିଥିଲା କି "ଆଜି ଯେଉଁମାନେ ନିଜକୁ ବହୁ ବଡ଼ ବଡ଼ ନେତାବୋଲି କହୁଛନ୍ତି ସେ ସମସ୍ତେ କଂଗ୍ରେସ ଦଳ ଯୋଗୁଁ ଆଜି ସମାଜରେ ଏହି ସ୍ଥିତିରେ ପଂହଚିଛନ୍ତି । କଂଗ୍ରେସ ଦଳ ଯୋଗୁଁ ବିଧାୟକ, ସାଂସଦ, ମନ୍ତ୍ରୀ ଇତ୍ୟାଦି ହୋଇଛନ୍ତି ।
କିନ୍ତୁ ଏବେ କିଛି ଲୋକ ନିଜକୁ ଦଳ ଠାରୁ ବହୁତ ବଡ଼ ବୋଲି ଗଣମାଧ୍ୟମରେ କହି ବୁଲୁଛନ୍ତି ଦଳର ଏବଂ ଦଳୀୟ ନେତୃବର୍ଗଙ୍କୁ ଗଣମାଧ୍ୟମରେ ଏବଂ ବିଭିନ୍ନ ମାଧ୍ୟମରେ ନିନ୍ଦିତ କରୁଛନ୍ତି ଏବଂ କରିବାର ପ୍ରୟାସ ଜାରି ରଖିଛନ୍ତି । ଏଭଳି ମତ ରଖୁଥିବା ବା ବିଶୃଙ୍ଖଳା ସୃଷ୍ଟି କରୁଥିବା ନେତାଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ।ଏଭଳି ସ୍ଥିତିରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲା କୁମାରଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ସୁର ରାଉତରାୟ। ଡିଲ କଥା ମୁ କହିଛି , ଆକ୍ସନ ନିଅନ୍ତୁ ପ୍ରଭାରୀ। ପ୍ରଭାରୀ କୁହନ୍ତୁ ଭୋଟ କୁଆଡେ ଗଲା।
ପଦ୍ମପୁର ଧାମ ନଗରରେ ଭୋଟ କାହିଁକି କମିଗଲା। ସେ ଅନୁସନ୍ଧାନ କରନ୍ତୁ। ଭୋଟ କମିବାର କାରଣ କଣ। ଘୋର ପରିଶ୍ରମ କରିଛୁ। ଶରତ ପଟ୍ଟନାୟକ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ ଓ ମୁ ବହୁତ ପରିଶ୍ରମ ବି କରିଚୁ। ସେପଟେ ବିଧାୟକ ମହମ୍ମଦ ମୋକିମ୍ ଙ୍କୁ ଉପରେ ପ୍ରତିକ୍ରିୟା ରଖିଲେ ସନ୍ତୋଷ ସିଂ ସାଲୁଜା। ଦଳ ବିରୋଧରେ ବିଧାୟକ ମହମ୍ମଦ ମୋକିମ କାମ କରୁଛନ୍ତି। ଏକଥା ଜିଲ୍ଲା ସଭାପତି ମାନେ ଗତ କାଲି ବୈଠକରେ କହିଛନ୍ତି। କଂଗ୍ରେସ ତାକୁ ଗୁରୁତର ସହକାରେ ବିଚାର କରୁଚି। ମୋକିମ ଯେଉଁ ମତ ରଖୁଛନ୍ତି ତାହା ଦଳ ପାଇଁ କ୍ଷତି। ଏ ବିଷୟରେ ଚେଲା କୁମାରଙ୍କୁ କୁହାଯାଇଛି।ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଚି। ସଂଗଠିତ ହେବାର ନା ଧରୁନି। ଏଭଳି ସ୍ଥିତିରେ ନେତା ଏକଜୁଟ ହେବା ପରିବର୍ତେ ଜଣେ ଅନ୍ୟ ଜଣଙ୍କର ଗୋଛି କାଟିବାରେ ବ୍ୟସ୍ତ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।