ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ ହେଲା
ସୁର ବାବାଙ୍କ ନାମରେ ଜବରଦଖଲ, ସମ୍ପତ୍ତି ହଡପ, ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଓ ମହିଳା ମାନଙ୍କୁ ଯୌନ ନିର୍ଯାତନା ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା । ନିଜ ଆଶ୍ରମରେ କେଳେଙ୍କାରୀ ଅଭିଯୋଗ ଆସିବା ପରେ ୨୦୧୫ରେ ସୁର ବାବାଙ୍କୁ ଗିରଫ କରାଯାଇ ଥିଲା ।

ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ ହେଲା
- News18 Odia
- Last Updated: December 7, 2020, 11:31 AM IST
ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କର ଦେହାନ୍ତ ହୋଇଛି । ରବିବାର ରାତିରେ ତାଙ୍କର ପରଲୋକ ହୋଇଛି । ଅସୁସ୍ଥତା ଯୋଗୁଁ ଗତ କିଛି ଦିନ ହେଲା ସେ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତ କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି ।
କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ମଧ୍ୟ ସୁର ବାବାଙ୍କ ସମ୍ପତ୍ତି ଯାଞ୍ଚ କରାଯାଇଥିଲା । ସୁର ବାବାଙ୍କ କେଳେଙ୍କରୀ ଯୋଗୁଁ ଉକ୍ତ ସମୟରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗିରଫ ହେବାର ଅଢ଼େଇ ବର୍ଷ ପରେ ଅର୍ଥାତ ୨୦୧୭ରେ ସୁପ୍ରିମ କୋର୍ଟରୁ ସୁରବାବାଙ୍କୁ ଜାମିନ୍ ମିଳିଥିଲା । ଭୁବନେଶ୍ୱରର ଝିଣ୍ଟିଶାସନ ଠାରେ ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମ ରହିଛି ।
ସୁର ବାବାଙ୍କୁ ତ୍ରାହି ଅଚ୍ୟୁତ ଆଶ୍ରମର ସମାଧି ଦିଆଯିବ ବୋଲି ସୂଚନା ମିଳିଛି । ସୁର ବାବାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଅନୁଗାମୀ ଓ ସହଯୋଗୀ ତାଙ୍କ ଘରକୁ ଯାଉଥିବାର ଦେଖିବାକୁ ମିଳିଛି । ପାର୍ଥିବଶରୀରକୁ ବର୍ତ୍ତମାନ ବାସଭବନରେ ରଖାଯାଇଛି ।