News18 Odia Digital
ନୂଆ ଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India) ଏକ ପ୍ରମୁଖ ରାୟ ଦେଇ କହିଛନ୍ତି ଯେ ହିନ୍ଦୁ ଉତ୍ତରାଧିକାରୀ ଆଇନ, ୨୦୦୫ କାର୍ଯ୍ୟକାରୀ ହେବା ପୂର୍ବରୁ କୋପର୍ସନରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ପିତୃ ସମ୍ପତ୍ତି ଉପରେ ଝିଅ ମାନଙ୍କର ଅଧିକାର ରହିବ। ହିନ୍ଦୁ ମହିଳାମାନେ ନିଜ ପିତାଙ୍କ ସମ୍ପତ୍ତିରେ ଭାଇର ସମାନ ଅଂଶ ପାଇବେ।
୨୦୦୫ ମସିହାରେ ଏହି ନିୟମ କରାଯାଇଥିଲା ଯେ ଉଭୟ ପୁଅ ଓ ଝିଅ ପିତାଙ୍କ ସମ୍ପତ୍ତିରେ ସମାନ ଅଧିକାର ପାଇବେ। କିନ୍ତୁ ଏହା ସ୍ପଷ୍ଟ ହୋଇ ନ ଥିଲା ଯେ ଯଦି ପିତା ୨୦୦୫ ପୂର୍ବରୁ ମୃତ୍ୟୁ ବରଣ କରିଥିବେ ତାହେଲେ ସେହି ପରିବାର ପାଇଁ ଏହି ନିୟମ ଲାଗୁ ହେବ କି ନାହିଁ । ଆଜି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଏକ ବେଞ୍ଚ ନିଷ୍ପତ୍ତି ନେଇଛି ଯେ ଏହି ଆଇନ ପ୍ରତ୍ୟେକ ପରିସ୍ଥିତିରେ ଲାଗୁ ହେବ । ଯଦିଓ ଏହି ଆଇନ ପ୍ରଣୟନ ୨୦୦୫ରେ ହୋଇଥିଲା, ଏହା ପୂର୍ବରୁ ଯଦି ପିତାଙ୍କ ମୃତ୍ୟୁ ଘଟିଛି ତଥାପି ଝିଅ ପୁଅ ଭଳି ସମାନ ଅଧିକାର ପାଇବ।
୨୦୦୫ ରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ ରେ ସଂଶୋଧନ କରାଯାଇଥିଲା। ଏହା ଅଧିନିୟମରେ କୁହାଯାଇଛି ଯେ ପିତୃ ପୁରୁଷଙ୍କ ସମ୍ପତ୍ତିରେ ଝିଅମାନଙ୍କୁ ସମାନ ଅଂଶ ଦିଆଯିବା ଉଚିତ୍। କ୍ଲାସ ୧ ଆଇନଗତ ଉତ୍ତରାଧିକାରୀ ହୋଇଥିବାରୁ ଝିଅର ପୁଅ ପରି ସମ୍ପତ୍ତିର ସମା ଅଧିକାର ଅଛି। ବିବାହ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଝିଅ ନିଜ ଅଂଶର ସମ୍ପତ୍ତି ପାଇଁ ଦାବି କରିପାରିବ।
(୧)
ହିନ୍ଦୁ ନିୟମ ଅନୁଯାୟୀ ସମ୍ପତ୍ତି ଦୁଇ ପ୍ରକାରର ହୋଇପାରେ -ଗୋଟିଏ ପିତା ଦ୍ୱାରା କିଣାଯାଇଛି ଓ ଦ୍ୱିତୀୟଟି ହେଉଛି ପୈତୃକ ସମ୍ପତ୍ତି। ଯାହା ଗତ ଚାରି ପିଢ଼ିରୁ ପୁରୁଷ ମାନଙ୍କୁ ମିଳି ଆସିଛି। ନିୟମ ଅନୁଯାୟୀ ଏହିପରି ସମ୍ପତ୍ତି ଉପରେ ଜନ୍ମରୁ ଉଭୟ ଝିଅ ଓ ପୁଅର ସମାନ ଅଧିକାର ରହିଛି।
ନିୟମ କହୁଛି ଯେ ପିତା ଏପରି ସମ୍ପତ୍ତି ତାଙ୍କ ହୃଦୟରୁ କାହାକୁ ଦେଇ ପାରିବେ ନାହିଁ। ଅର୍ଥାତ୍ ଏହି କ୍ଷେତ୍ରରେ ସେ କୌଣସି ବ୍ୟକ୍ତିଙ୍କ ନାମକୁ ଉତ୍ତରାଧିକାରୀ କରିପାରିବେ ନାହିଁ । ଏହାର ଅର୍ଥ ସେ ଝିଅକୁ ତାଙ୍କ ଅଂଶ ଦେବାରେ ବଞ୍ଚିତ କରିପାରିବେ ନାହିଁ । ଜନ୍ମରୁ ଝିଅର ପିତୃ ସମ୍ପତ୍ତି ଉପରେ ଅଧିକାର ଅଛି ।
ଏହା ବି ପଢ଼ନ୍ତୁ | ରାଜ୍ୟରେ ଆହୁରି ୧୦ ଜଣଙ୍କ ଜୀବନ ନେଲା କରୋନା; ମୃତ୍ୟୁ ସଂଖ୍ୟା ୨୯୬ ହେଲା; ୧,୩୪୧ ନୂଆ ପଜିଟିଭ୍ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ କରୋନା ରୋଗୀଙ୍କୁ ଲୁଟୁଛନ୍ତି ଘରୋଇ ହସପିଟାଲ; ଚିକିତ୍ସା ବିଲ୍ ୧୦.୩୯ ଲକ୍ଷ ଟଙ୍କା!(୨)
ବାପାଙ୍କ ଦ୍ୱାରା କିଣାଯାଇଥିବା ସମ୍ପତ୍ତି ଉପରେ କ’ଣ ନିୟମ ଅଛି - ଯଦି ବାପା ନିଜେ ସମ୍ପତ୍ତି କିଣିଛନ୍ତି ଅର୍ଥାତ୍ ବାପା ନିଜ ଟଙ୍କା ସହିତ ପ୍ଲଟ୍ କିମ୍ବା ଘର କିଣିଛନ୍ତି ତେବେ ଝିଅର ପାର୍ଶ୍ୱ ଦୁର୍ବଳ। ଏହି ପରିପ୍ରେକ୍ଷୀରେ ପିତାଙ୍କ ଇଚ୍ଛା ଅନୁଯାୟୀ ସମ୍ପତ୍ତି କାହାକୁବି ସମ୍ପତ୍ତି ଉପହାର ଦେବାର ଅଧିକାର ଅଛି । ଝିଅ ଏହାକୁ ବିରୋଧ କରିପାରିବ ନାହିଁ।
(୩)
ପିତାଙ୍କ ମୃତ୍ୟୁ ପରେ କ’ଣ ନିୟମ ରହିବ - ଯଦି ପିତାଙ୍କ ମୃତ୍ୟୁ ସମ୍ପତ୍ତି କାହାକୁ ଦେବା ପୂର୍ବରୁ ହୋଇଯାଏ ତେବେ ସମସ୍ତ ଉତ୍ତରାଧିକାରୀଙ୍କ ସମ୍ପତ୍ତି ଉପରେ ସମାନ ଉଭୟ ଝିଅ ଓ ପୁଅଙ୍କର ସମାନ ଅଧିକାର ରହିବ। ସରଳ ଭାବରେ କହିବାକୁ ଗଲେ ହିନ୍ଦୁ ଉତ୍ତରାଧିକାରୀ ଆଇନ ପୁରୁଷ ଉତ୍ତରାଧିକାରୀ ମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରାଯଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।