ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)
News18 Odia Digital
ନୂଆ ଦିଲ୍ଲୀ: ପୁରୀ ଜଗନ୍ନାଥ ମନ୍ଦିର ପରିସରରେ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅଦାଲତ ଏହି ମାମଲାର ରାୟ ଶୁଣାଇବେ।
ପ୍ରଥମ ଆବେଦନକାରୀଙ୍କ ପକ୍ଷରୁ ମହାଲକ୍ଷ୍ମୀ ପାଭାନୀ ଉକ୍ତ ମାମଲାରେ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଆଡଭୋକେଟ ବିନୟ ନବରେ ଦ୍ୱିତୀୟ ଆବେଦନକାରୀ ପକ୍ଷରୁ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ ।
ରାଜ୍ଯ ସରକାରଙ୍କ ତରଫରୁ ଆଡ଼ଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଏହି ମାମଲାରେ ପ୍ରତିନିଧିତ୍ୱ କରୁଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହୋଇଥିବା ବେଇଆଇନ ନିର୍ମାଣ ଓ ମନ୍ଦିର ଚାରିପଟେ ଜବରଦଖଲକୁ ନେଇ ଦାଖଲ ଦୁଇଟି ସ୍ୱତନ୍ତ୍ର ଲିଭ ପିଟସନର ତ୍ୱରିତ ଶୁଣାଣି ଲାଗି ଖଣ୍ଡପୀଠ ରାଜି ହୋଇଥିଲା ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।