- News18 Odia
- Last Updated :
- Other, India
News18 Odia Digital
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପୂର୍ଣ୍ଣଛେଦ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ଚର୍ତୁପାର୍ଶ୍ଵ ଉନ୍ନତି ନେଇ ହଟିଲା ଅଦାଲତି ସମସ୍ୟା। ମାମଲାରେ ଅନ୍ତ ଘଟାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଅନ୍ତ କଲେ ସୁପ୍ରିମକୋର୍ଟ।
ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ହୋଇଥିଲା ଏହି ମାମଲା। ଏକାଧିକ ଇଣ୍ଟରଭେନସନ ମାମଲା ମଧ୍ୟ ହୋଇଥିଲା। ସମସ୍ତ ମାମଲା ଗୁଡିକର ଅନ୍ତ କଲେ ସର୍ବୋଚ୍ଚ ନ୍ୟାୟାଳୟ। ରତ୍ନ ଭଣ୍ଡାର ଖୋଲିବା ପାଇଁ ହୋଇଥିଲା ପ୍ରାର୍ଥନା। ଏହାକୁ ଅଗ୍ରାହ୍ୟ କଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ପୂର୍ବରୁ ଦେଉଥିବା ନିର୍ଦ୍ଦେଶନାମାରେ ବ୍ୟତିକ୍ରମ ହେଲେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।