News18 Odia Digital
ନୂଆ ଦିଲ୍ଲୀ: Employee Pension Scheme: ଘରୋଇ କ୍ଷେତ୍ରର (private sector) କର୍ମଚାରୀମାନଙ୍କୁ ସୁପ୍ରିମ୍ କୋର୍ଟରୁ ଖୁବ୍ ଶୀଘ୍ର ଆରାମ ମିଳିପାରେ । ସୁପ୍ରିମ୍ କୋର୍ଟଙ୍କ ଗୋଟିଏ ନିଷ୍ପତ୍ତି ଦ୍ୱାରା ପ୍ରୋଭିଡେଣ୍ଟ ଫଣ୍ଡରେ (ଇପିଏଫ୍, EPF) ଯୋଗଦାନ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପେନସନ୍ (EPS) ୩୦୦% ପର୍ଯ୍ୟନ୍ତ ବଢ଼ିଯାଇପାରେ ।
ବେସରକାରୀ କ୍ଷେତ୍ରର କର୍ମଚାରୀମାନଙ୍କ ମୌଳିକ ବେତନ (basic salary) ୧୫,୦୦୦ ଟଙ୍କା କରାଯାଇଛି । ଯଦି ଆପଣଙ୍କ ମୌଳିକ ବେତନ ୧୫,୦୦୦ ଟଙ୍କାରୁ ଅଧିକ, ତାହେଲେ ବି ଆପଣଙ୍କ ବେତନ ଉପରେ PF କେବଳ ୧୫,୦୦୦ ଟଙ୍କା ହିସାବରେ କଟାଯିବ ।
ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁସୁପ୍ରିମ୍ କୋର୍ଟ୍ ଏହି ଦରମା ସୀମାକୁ ରଦ୍ଦ କରିପାରନ୍ତି । ଏବେ ଏହି ମାମଲାରେ ଶୁଣାଣି ଚାଲିଛି । ଯଦି ସୁପ୍ରିମ୍ କୋର୍ଟ୍ ଦରମା ସୀମା ହଟେଇ ଦିଅନ୍ତି, ତାହେଲେ PFର ହିସାବ ସର୍ବୋଚ୍ଚ ସୀମାରେ କରାଯାଇପାରେ । ସେହି କ୍ଷେତ୍ରରେ ଯଦି କାହାରି ମୌଳିକ ଦରମା ୧୫,୦୦୦ ଟଙ୍କାରୁ ଅଧିକ, ତାହେଲେ PF ଟଙ୍କା ବି ସର୍ବୋଚ୍ଚ ସ୍ତରରେ କଟାଯିବ ।ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତି ଦ୍ୱାରା କର୍ମଚାରୀମାନଙ୍କୁ ଅନେକ ଗୁଣ ଅଧିକ ପେନସନ୍ ମିଳିବ ।
ଏହା ବି ପଢ଼ନ୍ତୁ | ମୁମ୍ବାଇରେ ଅଭିନେତ୍ରୀଙ୍କୁ ଜଣେ ଫ୍ୟାନ୍ ଅନ୍ତବସ୍ତ୍ର ଓ ସେକ୍ସ ଟୟ ଉପହାର ପଠାଉଥିଲା; ତଦନ୍ତ ଜାରିକର୍ମଚାରୀ ପେନସନ୍ ସଂଶୋଧନ ଯୋଜନାକୁ କେନ୍ଦ୍ର ସରକାର ୧ ସେପ୍ଟେମ୍ବର ୨୦୧୪ରେ ଏକ ବିଜ୍ଞପ୍ତି ମାଧ୍ୟମରେ କାର୍ଯ୍ୟକାରୀ କରିଥିଲେ । ଏହାକୁ ଘରୋଇ କ୍ଷେତ୍ରର କର୍ମଚାରୀମାନେ ବିରୋଧ କରିଥିଲେ । ଏହାକୁ ନେଇ ଇପିଏଫଓ (EPFO) ସୁପ୍ରିମ୍ କୋର୍ଟକୁ ଯାଇଥିଲା ଓ ଏକ ଏସ୍.ଏଲ୍.ପି. ଦାଖଲ କରିଥିଲା । ସୁପ୍ରିମ୍ କୋର୍ଟ୍ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏହା ବି ପଢ଼ନ୍ତୁ | ଆମାଜନ୍ ଭାରତରେ ୮,୫୪୬ କୋଟି ଟଙ୍କା ଲାଞ୍ଚ ଦେଇଛି; PM ମୋଦି ଜବାବ ଦିଅନ୍ତୁ: କଂଗ୍ରେସ୧ ଏପ୍ରିଲ ୨୦୧୯ରେ EPFOର SLP ଶୁଣାଣି କରିବା ବେଳେ ସୁପ୍ରିମ କୋର୍ଟ କହିଥିଲେ ଯେ ଯେଉଁ କର୍ମଚାରୀମାନେ ନିଜ ପ୍ରକୃତ ଦରମା ଆଧାରରେ ପ୍ରେଭିଡେଣ୍ଟ ଫଣ୍ଡରେ ଯୋଗଦାନ କରୁଛନ୍ତି ସେମାନେ ନିଜ କମ୍ପାନୀ ସହିତ ମିଳିତ ବିକଳ୍ପ ଭାବରେ ଏହା ଜମା କରୁଛନ୍ତି । ସେମାନେ ବିନା କାରଣରେ ପେନ୍ସନ୍ ଯୋଜନାର ଲାଭ ଉଠାଇବାରେ ଅସମର୍ଥ ହେଉଛନ୍ତି । ପେନସନ୍ ପାଇଁ ମୌଳିକ ବେତନର ସୀମା ୧୫,୦୦୦ ଟଙ୍କା କରିବାର କୌଣସି ଔଚିତ୍ୟ ନାହିଁ । ଏହି ବର୍ଷ (୨୦୨୧) ଅଗଷ୍ଟ ୧୭ରୁ ଏହି ମାମଲାର ଲଗାତର ଶୁଣାଣି ଚାଲିଛି ଓ ମାମଲା ଏବେ ବିଚାରାଧୀନ ଅଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଲୁବ୍ରିକେସନ୍ ବଢ଼ାଇଦିଏ ଯୌନ ଆନନ୍ଦ; ଜାଣନ୍ତୁ ପ୍ରାକୃତିକ Sex ଲୁବ୍ରିକାଣ୍ଟରୁ କ’ଣ ଲାଭ ମିଳେଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼ପୁରୁଣା ଫର୍ମୁଲା ଅନୁଯାୟୀ କର୍ମଚାରୀଙ୍କୁ ଚାକିରିରେ ୧୪ ବର୍ଷ ପୂରଣ ହେବା ପରେ ଜୁନ୍ ୨, ୨୦୩୦ରୁ ପ୍ରାୟ ୩,୦୦୦ ଟଙ୍କା ପେନସନ୍ ମିଳିବ । ଯଦି କର୍ମଚାରୀଙ୍କ ସପକ୍ଷରେ ସୁପ୍ରିମ୍ କୋର୍ଟ୍ ନିଷ୍ପତ୍ତି ନିଅନ୍ତି, ତେବେ କର୍ମଚାରୀଙ୍କ ପେନସନ୍ ବୃଦ୍ଧି ପାଇବ । ଧରାଯାଉ ଏବେ ଜଣେ କର୍ମଚାରୀଙ୍କ ଦରମା (ମୌଳିକ ଦରମା + ଡିଏ) ହେଉଛି ୨୦ ହଜାର ଟଙ୍କା ।ତାହେଲେ ପେନ୍ସନ୍ ଫର୍ମୁଲା ଅନୁଯାୟୀ ତାଙ୍କ ପେନସନ୍ ୪,୦୦୦ (୨୦,୦୦୦X୧୪) / ୭୦ = ୪,୦୦୦ ଟଙ୍କା ହେବ । ଏହାର ଅର୍ଥ ହେଉଛି ଯେ ପେନସନରେ ୩୦୦% ସିଧାସଳଖ ବୃଦ୍ଧି ହୋଇପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।