• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ

ଖଣ୍ଡପୀଠ କହିଛନ୍ତି ଯେ ପାରଦର୍ଶିତା ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବ ନାହିଁ । ଐତିହାସିକ ଫଇସଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ପବ୍ଲିକ ଅଥରିଟି । ସବୁ ବିଚାରପତି ଆର୍‌ଟିଆଇ ପରିସରଭୁକ୍ତ ହେବେ ।

ଖଣ୍ଡପୀଠ କହିଛନ୍ତି ଯେ ପାରଦର୍ଶିତା ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବ ନାହିଁ ।  ଐତିହାସିକ ଫଇସଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ପବ୍ଲିକ ଅଥରିଟି । ସବୁ ବିଚାରପତି ଆର୍‌ଟିଆଇ ପରିସରଭୁକ୍ତ ହେବେ ।

ଖଣ୍ଡପୀଠ କହିଛନ୍ତି ଯେ ପାରଦର୍ଶିତା ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବ ନାହିଁ । ଐତିହାସିକ ଫଇସଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ପବ୍ଲିକ ଅଥରିଟି । ସବୁ ବିଚାରପତି ଆର୍‌ଟିଆଇ ପରିସରଭୁକ୍ତ ହେବେ ।

  • Share this:
ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ ରାୟ ଦେଇଛନ୍ତି ଯେ ଏଣିକି ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । କିଛି ସର୍ତ୍ତ ସହ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ହେବ ।



ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏ ନେଇ 2010ରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । କିଛିଟା ସର୍ତ୍ତ ସହ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆର୍‌ଟିଆଇ ପରିସରଭୁକ୍ତ ହେବ ବୋଲି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ନେତୃତ୍ବାଧିନ ପାଞ୍ଚଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ବାବଦରେ ଖୋଦ୍ ସୁପ୍ରିମକୋର୍ଟଙ୍କର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।



ଖଣ୍ଡପୀଠ କହିଛନ୍ତି ଯେ ପାରଦର୍ଶିତା ବିଚାର ବିଭାଗର ସ୍ବାଧୀନତାକୁ ପ୍ରଭାବିତ କରିବ ନାହିଁ ।  ଐତିହାସିକ ଫଇସଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ପବ୍ଲିକ ଅଥରିଟି । ସବୁ ବିଚାରପତି ଆର୍‌ଟିଆଇ ପରିସରଭୁକ୍ତ ହେବେ । ପାରଦର୍ଶିତା ଦୃଷ୍ଟିରୁ ନ୍ୟାୟିକ ସ୍ବତନ୍ତ୍ରତା ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ କଲେଜିୟମ ଦ୍ବାରା ପ୍ରସ୍ତାବିତ ବିଚାରପତିଙ୍କ ନାମ ହିଁ ସାର୍ବଜନୀନ କରାଯାଇପାରିବ । ତେବେ ବିଚାରପତିଙ୍କ ସମ୍ପତ୍ତି ବିବରଣୀ ଆରଟିଆଇ ପରିସରଭୁକ୍ତ ହେବ ନାହିଁ  ।

ପ୍ରଧାନ ବିଚାରପତିଙ୍କ ପଦ ମଧ୍ୟ ସୂଚନା ଅଧିକାର ପରିସର ମଧ୍ୟକୁ ଆସୁଛି ବୋଲି 2009ରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ । ହେଲେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ୍ ଓ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ । ଏହି ମାସ 4 ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।

ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ବୋଲି ପ୍ରଥମେ କେନ୍ଦ୍ରୀୟ ସୂଚନା କମିଶନ-ସିଆଇସି ଆଦେଶ ଦେଇଥିଲେ । ଆଉ ସେହି  ଆଦେଶକୁ କାଏମ ରଖିଥିଲେ ଦିଲ୍ଲୀ ହାଇକୋର୍ଟ । 2010ରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଚ୍ୟାଲେଞ୍ଜ କରିଥିଲେ । ସେତେବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ସହ ମାମଲାକୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଥିଲେ । ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସିଜେଆଇଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ହେବା ସପକ୍ଷରେ ଯୁକ୍ତି ବାଢିଥିଲେ ।
First published: