ବଳବତ୍ତର ରହିବ ୟୁଜିସି ନିୟମ; ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ ଉପରେ ସୁପ୍ରିମକୋର୍ଟର ରୋକ

ରାଜ୍ୟ ସରକାରଙ୍କୁ ଝଟକା । ଓଡ଼ିଶା ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପୂର୍ବତନ କୁଳପତି ଓ ଶିକ୍ଷା ବିଶାରଦମାନେ ସ୍ବାଗତ କରିଛନ୍ତି।

ବଳବତ୍ତର ରହିବ ୟୁଜିସି ନିୟମ (ପ୍ରତୀକାତ୍ମକ ଛବି)

ବଳବତ୍ତର ରହିବ ୟୁଜିସି ନିୟମ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଝଟକା । ଓଡ଼ିଶା ସଂଶୋଧିତ ବିଶ୍ବବିଦ୍ୟାଳୟ ଆଇନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପୂର୍ବତନ କୁଳପତି ଓ ଶିକ୍ଷା ବିଶାରଦମାନେ ସ୍ବାଗତ କରିଛନ୍ତି।

ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ଉପରେ ରୋକ୍ । ଏଣିକି ପୁଣି କାର୍ଯ୍ୟକାରୀ ହେବ ୟୁନିଭରସିଟି ଗ୍ରାଣ୍ଡ କମିଶନ ନିୟମ । କୁଳପତି ନିଯୁକ୍ତିଠାରୁ ଆରମ୍ଭ କରି ପ୍ରଫେସର, ଅତିରିକ୍ତ ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ଲାଗୁ ହେବ ୟୁଜିସି ନିୟମ । ଏହା ଦ୍ବାରା ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକରେ ୟୁନିଫର୍ମିଟି ରହିବ । ବିଶ୍ବବିଦ୍ୟାଳୟ ସ୍ବାଧୀନତା ଉପରେ ହସ୍ତକ୍ଷେପ କରି ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ କାର୍ଯ୍ୟକାରୀ କରାଯାଇଥିଲା । ଯାହା ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକରେ ସମାନତା ଓ ସ୍ବାଧୀନତା କ୍ଷୁର୍ଣ୍ଣ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ଯାହାର ବିଚାର କରି ବିଶ୍ବବିଦ୍ୟାଳୟ ସଂଶୋଧିତ ଆଇନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ।

ଏହି ସଂଶୋଧିତ ଆଇନ ଅନୁମୋଦିତ ହେବା ପୂର୍ବରୁ କେବେ କମିଟି ଗଠନ କରାଗଲା ଓ କିଏ ଏହି କମିଟିକୁ ଅନୁମୋଦନ କଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ କୁଳପତି।

ସେ କହିଛନ୍ତି, "ବିଶ୍ବବିଦ୍ୟାଳୟ ରାଜ୍ୟ ସରକାରଙ୍କ ଶିକ୍ଷକ ତାଲିମ କେନ୍ଦ୍ର ନୁହେଁ କି କୁଳପତି ରାଜ୍ୟ ସରକାରଙ୍କ ପ୍ରତିନିଧି ନୁହଁନ୍ତି । ବିଶ୍ବବିଦ୍ୟାଳୟର ରାଜ୍ୟ ସରକାରଙ୍କ ବିଭାଗ ନୁହେଁ । ତେଣୁ ନିୟମ ସଂଶୋଧନ କଲେ ଶିକ୍ଷା, ଗବେଷଣା ଓ ମୌଳିକ ଶିକ୍ଷାର ମାନ ପ୍ରଭାବିତ ହେବା ଆଶଙ୍କା ରହିଛି"।

"ଏହି ଆଇନ ଆସିବା ଦିନଠାରୁ ମୁଁ ଏହାକୁ ବିରୋଧ କରିଛି। କୁଳାଧିପତିଙ୍କୁ ଚିଠି ମଧ୍ୟ ଲେଖିଛି କିନ୍ତୁ ଫଳ ଶୁନ। ଏଣୁ ବର୍ତ୍ତମାନ ଯେଉଁ ନିଷ୍ପତ୍ତି ସୁପ୍ରିମକୋର୍ଟ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ରାଜ୍ୟ ସରକାରଙ୍କ ବିଭାଗ ଭାବେ କୌଣସି ବିଶ୍ୱବିଦ୍ୟାଳୟ ପରିଚାଳିତ ହୋଇପାରିବ ନାହିଁ, ଏଣୁ ରାଜ୍ୟ ସରକାର ନିଜ କଣ୍ଟ୍ରୋଲକୁ ବିଶ୍ୱବିଦ୍ୟାଳୟ ଆଣିବା ପାଇଁ ଏହି ନୂଆ ଆଇନ କରୁଛନ୍ତି ଯାହା ବିଶ୍ୱବିଦ୍ୟାଳୟର ସ୍ଵତନ୍ତ୍ରତା ନଷ୍ଟ କରିବ,"କହିଛନ୍ତି ଉତ୍କଲ ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ।

"ୟୁଜିସି ନିୟମକୁ ବାଇପାସ କରି ଓଡିଶା ସରକାର ନୂଆ ବିଶ୍ୱବିଦ୍ୟାଳୟ ଆଇନ ଆଣିବାକୁ ଚାଁହୁଛନ୍ତି। ଯଦି ଏହା ଲାଗୁ ହୁଏ ତେବେ ସାରା ଦେଶରେ ଅସହଯୋଗତା ଦେଖିବାକୁ ମିଳିବ। ଉଚ୍ଚଶିକ୍ଷାରେ ଘୋର ସମସ୍ୟା ମଧ୍ୟ ଉପୁଜିବ,"ସୁପ୍ରିମକୋର୍ଟ ଯସ୍ମିତ ସିଂ।

"ବିଧାନସଭାରେ ନୂଆ ଆଇନକୁ ନେଇ ଅନେକ ବିରୋଧ କରାଯାଇଥିଲା। ଏହା ସତ୍ତ୍ୱେ ଏହି ବିଲ ପାରିତ ହୋଇଛି। ଏଣୁ ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ," କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
Published by:Soumya Das
First published: