ପୋଲାଭରମ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ରିପୋର୍ଟ ଦେବାକୁ ଆନ୍ଧ୍ର ପ୍ରଦେଶକୁ କହିଲେ ସୁପ୍ରିମ କୋର୍ଟ୍

ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହେବ । ରିପୋର୍ଟ ଦାଖଲ ହେବାର ଦୁଇ ସପ୍ତାହ ପରେ ହେବ ପରବର୍ତ୍ତୀ ଶୁଣାଣି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଯାହା ସନ୍ଦେହ ରହିଛି ତାହାକୁ ଦୂରିଭୂତ କରିବାକୁ ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ପୋଲାଭରମ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ରିପୋର୍ଟ ଦେବାକୁ ଆନ୍ଧ୍ର ପ୍ରଦେଶକୁ କହିଲେ ସୁପ୍ରିମ କୋର୍ଟ୍
ପୋଲାଭରମ୍‌ ପ୍ରକଳ୍ପ (ଫାଇଲ୍‌ ଫଟୋ)
  • News18 Odia
  • Last Updated: January 14, 2020, 10:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ ଅଭିଯୋଗଗୁଡ଼ିକ ଉପରେ ଶୁଣାଣି କରି ସୁପ୍ରିମ କୋର୍ଟ ଆଜି (ଜାନୁଆରୀ ୧୪) ବର୍ତ୍ତମାନର ପ୍ରକଳ୍ପ ସ୍ଥିତି ରିପୋର୍ଟ ଦେବାକୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।

ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହେବ । ରିପୋର୍ଟ ଦାଖଲ ହେବାର ଦୁଇ ସପ୍ତାହ ପରେ ହେବ ପରବର୍ତ୍ତୀ ଶୁଣାଣି । ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଯାହା ସନ୍ଦେହ ରହିଛି ତାହାକୁ ଦୂରିଭୂତ କରିବାକୁ ସର୍ବୋଚ୍ଚ କୋର୍ଟ କହିଛନ୍ତି ।

ପୋଲାଭରମ ପ୍ରକଳ୍ପରେ ଓଡ଼ିଶା ଉପରେ କଣ ପ୍ରଭାବ ପଡିବ ତାହା ଆନ୍ଧ୍ର ପ୍ରଦେଶ ସରକାର ବିଚାର କରି ନାହାନ୍ତି ବୋଲି ଅଭିଯୋଗ ଆଣିଛି ଓଡ଼ିଶା । ଓଡ଼ିଶା ନିଜ ପିଟିସନରେ ଦର୍ଶାଇଥିଲା ଯେ ଏହି ପ୍ରକଳ୍ପ ହେବା ଦ୍ବାରା ଓଡ଼ିଶାର କିଛି ଅଞ୍ଚଳ ଜଳମଗ୍ନ ହେବ ।

ସୁପ୍ରିମ କୋର୍ଟର ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନ୍ନା, ଜଷ୍ଟିସ୍‌ ସଞ୍ଜିବ ଖାନ୍ନା ଓ ଜଷ୍ଟିସ୍‌ କୃଷ୍ଣା ମୁରାରୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । କୋର୍ଟ ଏହି ମାମଲାରେ ହାଇଦ୍ରାବାଦର ସ୍ୱୟଂସେବୀ ସଂଗଠନ (ଏନ୍‌ଜିଓ) ରେଲା (ରେଡିନେସ୍‌ ଫର୍‌ ଏମ୍‌ପାୱର୍‌ମେଣ୍ଟ ଥୃ ଲିଜିଟିମେଟ୍‌ ଆକ୍ସନ୍‌) ପକ୍ଷରୁ କରାଯାଇଥିବା ଆବେଦନ ଉପରେ ମଧ୍ୟ ଶୁଣାଣି କରିଥିଲେ ।

ଆନ୍ଧ୍ର ପ୍ରଦେଶ ସରକାର ଗୋଦାବରୀ ନଦୀ ଉପରେ ନିର୍ମାଣ କରୁଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚିଠି ଲେଖିସାରିଛନ୍ତି ।

ପୋଲାଭରମ୍‌ ପ୍ରକଳ୍ପ ଦ୍ବାରା ଆନ୍ଧ୍ର ପ୍ରଦେଶରେ ୯୬୦ ମେଗାୱାଟର ହାଇଡ୍ରୋ ପାଓ୍ବାର ପ୍ରକଳ୍ପ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହେବ । କେବଳ ଓଡ଼ିଶାର ନୁହେଁ ଛତିଶଗଡ଼ ଏବଂ ତେଲେଙ୍ଗାନାର ଅନେକ ଅଞ୍ଚଳ ମଧ୍ୟ ଏହା ଦ୍ବାରା ପ୍ଳାବିତ ହେବ ବୋଲି ଜଣାପଡ଼ିଛି ।

ଏହି ପ୍ରକଳ୍ପ ଆନ୍ତଃରାଜ୍ୟ ଜଳ ସନ୍ଧିକୁ ପ୍ରଭାବିତ କରୁଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବାକୁ ଓଡ଼ିଶା ସରକାର ପୂର୍ବରୁ ଦାବି କରିଆସୁଛନ୍ତି ।
First published: January 14, 2020, 10:51 PM IST