ଚାନ୍ଦିପୁରରେ ବୁଡ଼ାଜାହାଜକୁ ଧ୍ବଂସ କରିପାରୁଥିବା ସୁପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ ହେଲା

ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ମିଳିଛି । ଚାନ୍ଦିପୁରରେ ପରୀକ୍ଷା ହୋଇଥିବା ଏହି ମିସାଇଲ୍ ଧାର୍ଯ୍ୟ କରାଯାଇଥିବା ଦିଗରେ ଯାଇ ଠିକ୍‌ ସ୍ଥାନରେ ପହଞ୍ଚିବା ପରେ ସେଥିରୁ ସ୍ମାର୍ଟ ଟର୍ପେଡ଼ୋ ବାହାରି ଟାର୍ଗେଟ୍‌କୁ ଧ୍ବଂସ କରିଥାଏ ।

ଚାନ୍ଦିପୁରରେ ବୁଡ଼ାଜାହାଜକୁ ଧ୍ବଂସ କରିପାରୁଥିବା ସୁପରସୋନିକ୍ ମିସାଇଲର ସଫଳ ପରୀକ୍ଷଣ ହେଲା
ସୁପରସୋନିକ୍‌ ମିସାଇଲ ଉତକ୍ଷେପଣ ସମୟର ଏକ ଦୃଶ୍ୟ
  • News18 Odia
  • Last Updated: October 5, 2020, 8:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରେ ଥିବା ୪ ନମ୍ବର ଲଞ୍ଚପ୍ୟାଡ଼ରୁ ଏକ ସୁପରସୋନିକ୍‌ ମିସାଇଲ ସହିତ ସ୍ମାର୍ଟ ଟର୍ପେଡ଼ୋକୁ ଉତ୍‌କ୍ଷେପଣ କରାଯାଇଥିଲା । ଧାର୍ଯ୍ୟ କରାଯାଇଥିବା ଟ୍ରାଜେକଟୋରୀରେ ଏହି ସୁପରସୋନିକ୍‌ ମିସାଇଲ ଗତି କରିବା ସହିତ ସଠିକ୍‌ ସ୍ଥାନରେ ପହଞ୍ଚିବା ପରେ ସେଥିରୁ ସ୍ମାର୍ଟ ଟର୍ପେଡ଼ୋ ବାହାରି ଟାର୍ଗେଟ୍‌କୁ ଧ୍ବଂସ କରିବାରେ ସକ୍ଷମ ହୋଇଥିବା DRDO ତରଫରୁ ସୂଚନା ଦିଆଯାଇଛି । ଉତ୍ତକ୍ଷେପଣ ପରେ ପରୀକ୍ଷଣ ସଫଳ ହୋଇଥିବା ଜଣା ପଡ଼ିଛି ।

ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡ଼ିଆରଡ଼ିଓକୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୧୬ ମସିହାରୁ ବିକାଶ କରାଯାଉଥିବା ଏହି ଟର୍ପେଡ଼ୋ ପୂର୍ବରୁ ଘଣ୍ଟା ପ୍ରତି ୬୧ କିମି ବେଗରେ ଯାଇ ଟାର୍ଗେଟ୍‌ରେ ପହଞ୍ଚି ପାରୁଥିଲା । ହେଲେ ଏହାକୁ ଏକ ସୁପରସୋନିକ୍‌ ଗତି ଥିବା ମିସାଇଲ ଭିତରେ ସଂଯୋଗ କରାଯାଇ ଉତ୍‌କ୍ଷେପଣ କରାଯାଇଥିଲା । ଫଳରେ ସୁପରସୋନିକ୍‌ ବେଗରେ ଯାଇ ଏହି ମିସାଇଲ ସମୁଦ୍ର ଭିତରେ ଖସିବା ପରେ ସେଥିରୁ ସ୍ମାର୍ଟ ଟର୍ପେଡ଼ୋ ବାହାରି ସମୁଦ୍ର ଭିତରେ ଥିବା ବୁଡ଼ାଜାହାଜକୁ ଧ୍ବଂସ କରିବାରେ ସକ୍ଷମ ହୋଇପାରୁଥିବା ଜଣାପଡ଼ିଛି ।

ଆଜି ସକାଳ ୧୧ଟା ୪୫ ମିନିଟ୍‌ରେ ପରୀକ୍ଷା କରାଯାଇଥିବା ଏହି ଟେକ୍ନୋଲୋଜି ମାଧ୍ୟମରେ ସ୍ମାର୍ଟ ଟର୍ପେଡ଼ୋକୁ ୬୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିଥିଲା । ଏଥିରେ ସୁପରସୋନିକ୍‌ ଓ ଟର୍ପେଡ଼ୋ ଭଳି ଦୁଇଟି ମିସାଇଲର ଟେକ୍ନଲୋଜି ବ୍ୟବହାର କରାଯାଇଥିବାରୁ ଏହାକୁ Supersonic Missile Assisted Release of Torpedo (SMART) ବୋଲି କୁହାଯାଉଛି ।

ସମ୍ପୂର୍ଣ୍ଣ ବିକଶିତ ହେବା ପରେ ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୬୫୦ କିଲୋମିଟର ହେବ ।


ଭାରତ ନିକଟରେ ବରୁଣାସ୍ତ୍ର ନାମକ ଏକ ଆଡଭାନ୍ସଡ ହେଭିୱେଟ୍ ଆଣ୍ଟି-ସବମରିନ ଟର୍ପେଡୋ ପରୀକ୍ଷା କରିଛି । SMART ଏହା ତୂଳନାରେ ବହୁତ ହାଲୁକା ଟରପେଡୋ । ଏକ ଟନରୁ ଅଧିକ ଓଜନ ବିଶିଷ୍ଟ ବରୁଣାସ୍ତ୍ର ନିଜ ସହିତ ୨୫୦ କିଲୋମିଟର ପର୍ଯ୍ୟନ୍ତ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ଆଣବିକ ଅସ୍ତ୍ର ଶସ୍ତ୍ର ପରିବହନ କରିବାର କ୍ଷମତା ରଖିଛି । ବରୁଣାସ୍ତ୍ର ଦୁନିଆର ଏକ ମାତ୍ର ଏମିତି ଟରପେଡୋ ଯାହା ଜିପିଏସ ସାହାଯ୍ୟରେ ନିଜର ଲକ୍ଷ୍ୟଭେଦ କରିବାକୁ ସକ୍ଷମ।

ସ୍ମାର୍ଟ ଆଣ୍ଟି-ସବମରିନ ୱାରଫେୟାରରେ ଏହି ପ୍ରଯୁକ୍ତିବିଦ୍ୟା ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣ ବଢ଼ାଇପାରେ । ଏହା ଏକ ପ୍ରକାରର ସୁପରସୋନିକ୍‌ ଆଣ୍ଟି-ସିପ୍ ମିସାଇଲ। ଏଥିରେ କମ୍‌ ଓଜନର ଟରପେଡୋ ଲଗାଯାଇଛି, ଯାହା ପେ’ଲୋଡରେ ବ୍ୟବହାର ହୋଇଥାଏ । ଏହି ମିସାଇଲ ବୁଡାଜାହାଜକୁ ନଷ୍ଟ କରିବାର କ୍ଷମତା ରହିଛି।

ସମ୍ପୂର୍ଣ୍ଣ ବିକଶିତ ହେବା ପରେ ଏହାର ଲକ୍ଷ୍ୟଭେଦ କ୍ଷମତା ୬୫୦ କିଲୋମିଟର ହେବ। ଏହା ଭାରତୀୟ ନୌସେନାର ଶକ୍ତିକୁ ଅନେକ ଗୁଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ BJP ନେତାଙ୍କୁ ଗୁଳି କରି ହତ୍ୟା କରାଗଲା; ରାଜ୍ୟପାଳ ମମତା ଓ DGPଙ୍କୁ ଡକାଇଲେ

ଏହା ବି ପଢ଼ନ୍ତୁ | କଂଗ୍ରେସ ଦେଶରେ ସରକାରକୁ ଆସିଲେ ୩ଟି ଯାକ କୃଷି ଆଇନକୁ ହଟେଇଦେବ: ରାହୁଳ ଗାନ୍ଧୀ

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍‌ କରି DRDOକୁ ଶୁଭେଛା ଜଣାଇଛନ୍ତି । ରାଜନାଥ ସିଂ ଲେଖିଛନ୍ତି ଏହା ଦ୍ୱାରା ସବମେରାଇନ କ୍ଷେତ୍ରରେ ବିଶେଷ ବୈଷୟିକ ଉନ୍ନତି ହେବ । ଏଥି ପାଇଁ ସମସ୍ତ ବୈଜ୍ଞାନିକ ଓ DRDOର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।



ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ DRDOକୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶା ଉପକୂଳରୁ SMARTର ପରୀକ୍ଷଣ ସଫଳ ହେବା ପରେ ପଟ୍ଟନାୟକ ଏକ ଟ୍ୱିଟ୍‌ କରି DRDOର ସବୁ ବୈଜ୍ଞାନିକଙ୍କୁ ଅଭିନନ୍ଦନ କରିଛନ୍ତି ।
Published by: Anand Shankar Thankur Das
First published: October 5, 2020, 8:01 PM IST
corona virus btn
corona virus btn
Loading