ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁନିଲ ବଂଶଲ; ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ପ୍ରଭାରୀ ସୁନିଲ ବଂଶଲ । ଆଗାମୀ ୨୦୨୪ ନିର୍ବାଚନକୁ ଫୋକସ କରି କରିବେ ରଣନୀତି ।

ଦୁଇ ଦିନିଆ ଓଡିଶା ଗସ୍ତରେ ସୁନିଲ ବଂଶଲ; ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ

ଦୁଇ ଦିନିଆ ଓଡିଶା ଗସ୍ତରେ ସୁନିଲ ବଂଶଲ; ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ପ୍ରଭାରୀ ସୁନିଲ ବଂଶଲ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଆଜି । ଭୁବନେଶ୍ୱର ଏୟାରପୋର୍ଟରୁ ସିଧାସଳଖ ଯାଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟଳୟକୁ । ରାଜ୍ୟ ବିଜେପିର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ସୁନିଲଙ୍କର ଏହା ହେଉଛି ପ୍ରଥମ ଗସ୍ତ । ରାଜ୍ୟ ବିଜେପି ପକ୍ଷରୁ ସୁନିଲଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି ।

ଆଗାମୀ ୨୦୨୪ ନିର୍ବାଚନକୁ ଫୋକସ କରି କରିବେ ରଣନୀତି । ଦଳର ରାଜ୍ୟ ସଭାପତି ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ସୁନିଲ କରିବେ ସିଧାସଳଖ ଆଲୋଚନା । ଆଗାମୀ ନିର୍ବାଚନ ପାଇଁ ଯୋଜନା ଗୁଡିକକୁ ସଫଳ କରିବା ପାଇଁ ବଂଶଲ ଶକ୍ତି ଦେବେ ବୋଲି ଆଶା ରଖିଛି ରାଜ୍ୟ ବିଜେପି । ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବାରୁ ଅଭିଜ୍ଞତାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ରାଜ୍ୟ ବିଜେପି । ଅସାନ୍ତା କାଲି ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ମଧ୍ୟ ପୃଥକ ପୃଥକ ଭାବରେ କରିବେ ଆଲୋଚନା ।
Published by:Sujit Swain
First published: