ନାବାଳିକା ସହ ‘ଗଣ ଧର୍ଷଣ’ ଓ ବେଆଇନ୍ ଗର୍ଭପାତ: ସୁନ୍ଦରଗଡ଼ରେ ପୋଲିସ ଅଫିସର ନିଲମ୍ବିତ ହେଲେ

ବୀରମିତ୍ରପୁର ଥାନା ଅଞ୍ଚଳରେ ନିଜ ଆଇ ପାଖରେ ରହୁଥିବା ଜଣେ ୩ ମାସର ଗର୍ଭବତୀ ନାବାଳିକାକୁ ପୋଲିସ ବେଆଇନ୍ ଭାବେ ଆଣି ସରକାରୀ ଡାକ୍ତରଖାନାରେ ଗର୍ଭପାତ କରାଇଥିଲା । ସିଡବ୍ଲୁସି, ଚାଇଲ୍ଡଲାଇନ୍‌ ବା ଜିଲ୍ଲା ପ୍ରଶାସନ କାହାରିକୁ ପୋଲିସ୍ ଜଣାଇ ନ ଥିଲା ।

ନାବାଳିକା ସହ ‘ଗଣ ଧର୍ଷଣ’ ଓ ବେଆଇନ୍ ଗର୍ଭପାତ: ସୁନ୍ଦରଗଡ଼ରେ ପୋଲିସ ଅଫିସର ନିଲମ୍ବିତ ହେଲେ
ବୀରମିତ୍ରପୁର ଥାନା IIC ଆନନ୍ଦ ମାଝୀ; (ଡାହାଣ) ଚାଇଲ୍ଡଲାଇନରେ ଜଣେ କର୍ମଚାରୀଙ୍କ ସହ ପୀଡ଼ିତା ନାବାଳିକା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଉରକେଲା / ସୁନ୍ଦରଗଡ଼ / ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ୧୩ ବର୍ଷୀୟା ବାଳିକା ସହ କଥିତ ଗଣ ଧର୍ଷଣ ଓ ପୋଲିସ ଦ୍ୱାରା ତା’ର ବେଆଇନ ଗର୍ଭପାତ ଘଟଣାରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ବୀରମିତ୍ରପୁର ଥାନା IIC ଆନନ୍ଦ ମାଝୀଙ୍କୁ ନିଲମ୍ବିତ କରାଯାଇଛି । ଏ ନେଇ ପୋଲିସ୍‌ ଡିଜି ଅଭୟ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ (DIG Kavita Jalan)।

ଏହି ଘଟଣାରେ ଦିନକ ତଳେ ଦୁଇ ଜଣ ପୋଲିସ କର୍ମଚାରୀ ଓ ଅନ୍ୟ ତିନି ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା । ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲା କ୍ରମେ ମୋଟ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା । ରାୟବଗା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ନିଜେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ (Sundargarh collector Nikhil Pawan Kalyan) ଏହି ଘଟଣାର (Sundargarh minor girl rape, abortion) ତଦାରଖ କରୁଥିଲେ ।

ଅଭିଯୋଗ ଅନୁସାରେ ବୀରମିତ୍ରପୁର ଥାନା ଅଞ୍ଚଳରେ ନିଜ ଆଇ ପାଖରେ ରହୁଥିବା ଜଣେ ନାବାଳିକାକୁ ପୋଲିସ ବେଆଇନ୍‌ ଭାବେ ଆଣି ଗର୍ଭପାତ କରାଯାଇଥିଲା । ଗତ ୧୪ ତାରିଖ ସଂଧ୍ୟାରେ ପୋଲିସ ନାବାଳିକାକୁ ଉଦ୍ଧାର କରିବା ପରେ ମେଡିକାଲ୍‌ ଟେଷ୍ଟ କରାଯାଇଥିଲା । ନାବାଳିକା ୩ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ସିଡବ୍ଲୁସି, ଚାଇଲ୍‌ଡ ଲାଇନ୍‌ କିମ୍ବା ଜିଲ୍ଲା ପ୍ରଶାସନ କାହାରିକୁ ନ ଜଣାଇ ହସ୍ପିଟାଲରେ ତା'ର ଗର୍ଭପାତ କରାଇଯାଇଥିଲା । (Biramitrapur minor girl rape, abortion)

ରାଉରକେଲା ସରକାରୀ ହସପିଟାଲ (Rourkela Government Hospital, RGH)


ବୀରମିତ୍ରପୁର (Biramitrapur) ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭପାତ କରାଯିବା ପରେ ନାବାଳିକାକୁ ଚାଇଲଡଲାଇନରେ ରଖାଯାଇଥିଲା । ସେଠାକୁ ଜିଲ୍ଲାପାଳ ପରିଦର୍ଶନରେ ଆସିଥିବା ବେଳେ ନାବାଳିକା ତାଙ୍କ ନଜରରେ ପଡ଼ିଥିଲା । ଆଉ ତା' ପରେ ସାମ୍ନାକୁ ଆସିଥିଲା ସମ୍ପୂର୍ଣ୍ଣ ଘଟଣା । (Raiboga minor girl rape, abortion)।

ସୁନ୍ଦରଗଡ଼ ରାୟେବଗାରେ ଏହି ନାବାଳିକାଙ୍କୁ ଦୁଇ ଜଣ ପୋଲିସ ବାବୁଙ୍କ ସହ ମୋଟ ଚାରି ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି ଖୋଦ୍‌ ସୁନ୍ଦରଗଡ଼ ଏସ୍‌.ପି. ସୌମ୍ୟା ମିଶ୍ର (Sundargarh SP Soumya Mishra)। ଦୁଷ୍କର୍ମ ପରେ ନାବାଳିକାଙ୍କର ଦୁଇ ଦୁଇ ଥର ଗର୍ଭପାତ କରାଯାଇଥିବା ଜଣାପଡ଼ିଛି । ବୀରମିତ୍ରପୁର ଥାନାର ଦୁଇ ପୋଲିସ ବାବୁଙ୍କ ସହ ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । (Odisha minor girl rape)

ଅଭିଯୋଗ ଅନୁଯାୟୀ ଗତ ୧୪ ତାରିଖ ସଂଖ୍ୟାରେ ବୀରମିତ୍ରପୁର (Biramitrapur) ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରାଯାଇଥିଲା ନାବାଳିକାଙ୍କ ଗର୍ଭପାତ । ସଠିକ ଭାବେ ଗର୍ଭପାତ ହୋଇ ନ ଥିବାରୁ ଆଉ ଥରେ ଆରଜିଏଚ (RGH) ରେ କରାଯାଇଥିଲା ଗର୍ଭପାତ । ନାବାଳିକାଙ୍କ ବୟାନ ଆଧାରରେ ରାୟେବଗା ଥାନାରେ ଦୁଇ ଜଣ ପୋଲିସ ଅଧିକାରୀ, ଜଣେ ଡାକ୍ତର ଓ  ଅନ୍ୟ ଦୁଇ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା । ପୀଡ଼ିତା ନାବାଳିକାଙ୍କୁ ନିଜ ହେପାଜତରେ ରଖିଛି ସିଡବ୍ଲୁସି (Child welfare Committee, CWC)।

ଏହା ବି ପଢ଼ନ୍ତୁ: ସୁନ୍ଦରଗଡ଼: ନାବାଳିକାକୁ ପୋଲିସ୍‌ ବାବୁଙ୍କ ସମେତ ୪ ଜଣ ‘ଗଣ ଦୁଷ୍କର୍ମ’ କଲେ; ତଦନ୍ତ ଜୋର୍ ଧରିଲା
First published: June 26, 2020, 2:11 PM IST
corona virus btn
corona virus btn
Loading