News18 Odia Digital
ଭୁବନେଶ୍ବର: ଆସନ୍ତା କଲି ଠାରୁ ରାଜ୍ୟରେ (Odisha) ସମସ୍ତ ସରକାରୀ ଆଉ ବେସରକାରୀ ସ୍କୁଲ ବନ୍ଦ (School Closed) ହେବାକୁ ନେଇ ଘୋଷଣା କରାଯାଇଛି। ଏହାପୂର୍ବରୁ ବଢୁଥିବା ତାତି ପାଇଁ ଦୁଇ ଦିନ ଛୁଟି ଘୋଷଣା କରାଯାଇଥିଲା।
ଯାହା ପରେ କାଲି ଅର୍ଥାତ୍ ଶୁକ୍ରବାର ଠାରୁ ସ୍କୁଲ ଖୋଲି ଥାଆନ୍ତା। କିନ୍ତୁ ବଢୁଥିବା ଖରା ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ପ୍ରଥମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ।
ଖବର ଅନୁଯାୟୀ ସାରା ରାଜ୍ୟରେ ପ୍ରଚଣ୍ଡ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ବାରିପଦା, ଝାରସୁଗୁଡା ସମେତ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଦିନର ତାପମାତ୍ରା ରାଜ୍ୟବାସୀଙ୍କୁ କଲବଲ କରୁଛି। ତେଣୁ ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ସ୍କୁଲ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ଠାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।
ପଢ଼ନ୍ତୁ ପୂରା ଖବର: ଆଜି ସୂର୍ଯ୍ୟ ପରାଗ: ଏହି ରାଶିର ଲୋକଙ୍କ ଉପରେ ରହିବ ଭଲ ପ୍ରଭାବ; ମିଳିବ ସୁଖ ଓ ଶାନ୍ତିପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିବ। ସରକାରୀ ଏବଂ ବେସରକାରୀ ସ୍କୁଲ ସହିତ ସମସ୍ତ ଅଙ୍ଗନୱାଡି ମଧ୍ୟ ବନ୍ଦ ରହିବ ବୋଲି ୫ଟି ସଚିବ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ପଢ଼ନ୍ତୁ ପୂରା ଖବର: Solar Eclipse: ଗର୍ଭବତୀ ମହିଳାଙ୍କୁ ସୂର୍ଯ୍ୟ ପରାଗରେ ଏ ସବୁ ମନା !ଏହା ପୂର୍ବରୁ ଏପ୍ରିଲ ୧୮ ରୁ ୨୦ ଏବଂ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ। ତେବେ ୧୭ ତାରିଖରୁ ବର୍ଷା ହେବାର ଆଶା କରାଯାଉଥିବାରୁ ସ୍କୁଲ ଖୋଲିଥିଲା କିନ୍ତୁ ରାଜ୍ୟରେ ଏଯାଏଁ ବର୍ଷା ଦେଖିବାକୁ ମିଳୁନାହିଁ। ହେଲେ ଗ୍ରୀଷ୍ମ ପ୍ରବାହ ବଢ଼ିବାରୁ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।