ରାଜ୍ୟରେ ବଢ଼ିଲା ତାତି: ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି ଆରମ୍ଭ; ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି ହେଲା

ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି । ୪୫ ଡିଗ୍ରୀ ଟପିଛି ଟିଟିଲାଗଡ଼ରେ ତାତି ।

ରାଜ୍ୟରେ ବଢ଼ିଲା ତାତି: ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି ଆରମ୍ଭ; ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି ହେଲା
(ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା କରାଳ ଭିତରେ ଆରମ୍ଭ ହୋଇଛି ଗ୍ରୀଷ୍ମପ୍ରବାହ । ଲାଗୁଛି ଯେମିତି ଜଳିବା ଆରମ୍ଭ କରିଛି ସାରା ଓଡ଼ିଶା । ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି । ୪୫ ଡିଗ୍ରୀ ଟପିଛି ଟିଟିଲାଗଡ଼ରେ ତାତି । ଟିଟଲାଗଡ଼ରେ ସର୍ବାଧିକ ୪୫.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ତାଳଚେରରେ ୪୪.୩ ଡିଗ୍ରୀ, ବଲାଙ୍ଗୀର ଓ ଭବାନୀପାଟଣାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଓଡିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଫଳରେ ତାପମାତ୍ରା ବୃଦ୍ଧି ପାଉଥିବା କହିଛି ପାଣିପାଗ କେନ୍ଦ୍ର। ଆଗାମୀ ପାଞ୍ଚ ଦିନ ଯାଏ ତାତିରୁ ତ୍ରାହି ନ ଥିବା କହିଛି ପାଣିପାଗ କେନ୍ଦ୍ର।

ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଉପକୂଳରୁ ଦକ୍ଷିଣ ଓ ଉତ୍ତରରୁ ଆଭ୍ୟନ୍ତରୀଣ ସବୁ ଠି କଲବଲ କରୁଛି ଖରା । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୮ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାର ୧୦ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ସୋନପୁର, ବୌଦ୍ଧ, ନୂଆପଡା, ବରଗଡ଼, ମାଲକାନଗିରି, ସମ୍ବଲପୁର, ଝାରସୁଗୁଡା ଜିଲ୍ଲା ପାଇଁ ହିଟ୍‌ ୱେଭ ସତର୍କତା ଜାରି ହୋଇଛି । ସେହପରି ୨୬ ରୁ ୨୮ ତାରିଖ ଯାଏଁ ସେହି ଜିଲ୍ଲାଗୁଡିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ରବିବାର ଅପରାହ୍ଣରେ ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତା ଖାଲି ଖାଲି ଲାଗୁଥିଲା ।


‘‘ଏବେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ମଧ୍ୟ ରହୁଛି । ତେଣୁ ଜରୁରୀ କାମ ନ ଥିଲେ ଖରାକୁ ନ ବାହାରିବା ଭଲ । ଗ୍ରୀଷ୍ମ ପ୍ରବାହ ଅଞ୍ଚଳରେ ଦିନରେ ବୃଦ୍ଧ ଓ ଛୋଟ ପିଲା ଓ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ.ଆର. ବିଶ୍ୱାସ । ପ୍ରଚୁର ପାଣି ପିଇବା ସହ ଥଣ୍ଡା ସ୍ଥାନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଥମେ କରୋନା ଭୟ ଆଉ ଏବେ ତାତିର ପ୍ରକୋପ । ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ବାତ୍ୟା ଅମ୍ଫନ ପରେ ହଠାତ ବଢ଼ିଯାଇଛି ତାତି । ପୂର୍ବ ବର୍ଷ ଅର୍ଥାତ ଫନି ବାତ୍ୟା ପରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା।

‘‘ଏତେ ଦିନ ଘରେ ବସିବା ପରେ ଏବେ କାମରେ ବାହାରିବାକୁ ପଡୁଛି । ଖରାରେ ବହୁତ କଷ୍ଟ ହଉଚି । କିନ୍ତୁ କାମ ତ ନ କଲେ ହେବନି । ତେଣୁ ବାଧ୍ୟ ହେଇ ଘରୁ ବାହାରିବାକୁ ପଡୁଛି,’’ କହିଛନ୍ତି ବ୍ୟବସାୟୀ ଶରତ କୁମାର । ‘‘ଲକଡାଉନ ପାଇଁ ଦୁଇ ମାସ ଉପରେ ହେଲା ବେପାର ନାହିଁ । ରୋଜଗାର ନାହିଁ। ଘର ଚଲେଇବା କଷ୍ଟକର ହେଇ ପଡ଼ିଲାଣି। ତେଣୁ ଖରା ହଉ କି ବର୍ଷା, ଏବେ ଆଉ ବେପାର ବନ୍ଦ କରି ହେବନି,’’ ସେ କହିଛନ୍ତି ।

ୟୁନିଟ-୨ ବାସିନ୍ଦା ସରସ୍ୱତୀ କର କହିଛନ୍ତି, ‘‘ଆବଶ୍ୟକତା ଅଛି ତ ମାର୍କେଟ ଆସିବାକୁ ପଡିବ। ସନ୍ଧ୍ୟାରେ ସବୁ ବନ୍ଦ, ଘରୁ ବାହାରି ହେବନି। ତେଣୁ ଖରା ହେଲେ ବି ଦିନରେ ଆସି କାମ ସାରିବାକୁ ପଡୁଛି ।’’

ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି । କିନ୍ତୁ ଉପକୂଳ ଓଡିଶାରେ ସ୍ୱାଭାବିକ ତାପମାତ୍ରା ରହିବା ସହ ତଥା ଗୋଟିଏ ଦୁଇଟି ସ୍ଥାନରେ ୧ ରୁ ୨ ଡିଗ୍ରୀ ଅଧିକ ରହିପାରେ । ୨୮ ତାରିଖ ଯାଏଁ ଏଭଳି କଲବଲ କରିବ ତାତି । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: 
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 24, 2020, 10:20 PM IST
corona virus btn
corona virus btn
Loading