News18 Odia Digital
ଭୁବନେଶ୍ୱର: ପ୍ରବଳ ଖରାରେ ସିଝୁଛି ସାରା ଓଡି଼ଶା । ରାଜ୍ୟର ନଅଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍ ଉପରେ ରହିଛି । ଆଗକୁ ଖରା ଆହୁରି ବଢି଼ବ ବୋଲି ସତର୍କ କରାଇ ଦୁଇ ଦିନ ପାଇଁ ତିନୋଟି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।
ଗତ କିଛି ଦିନ ହେବ ଉତ୍ତରରୁ ଉପକୂଳ ଓ ପଶ୍ଚିମରୁ ଦକ୍ଷିଣ, ସବୁଠି ଅଣାୟତ୍ତ ହେବା ଆରମ୍ଭ କରିଛି ମୁଣ୍ଡଫଟା ଖରା ଓ ଗରମ । ଝାଞ୍ଜି ପବନ ବି ଅସ୍ତବ୍ୟସ୍ତ କଲାଣି । ଦିନରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଲାଣି । ଅଧିକାଂଶ ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ସେଲସିଅସ୍ ଉପରେ ରାହୁଥିବା ବେଳେ ନଅଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍ ଟପିଛି ।
ଏହା ବି ପଢ଼ନ୍ତୁ | ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ହସପିଟାଲରେ ଭର୍ତ୍ତି ହେଲେବୌଦ୍ଧରେ ସର୍ବାଧିକ ୪୦.୮ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ଼ କରାଯାଇଛି । ସେଥି ପାଇଁ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ହିଟ୍ ୱେଭ୍ ବା ଗ୍ରୀଷ୍ମପ୍ରବାହ ନେଇ ସତର୍କ କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ନେଇ ସୂଚନା ଦିଆଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କେବଳ ଟାୱେଲ୍ ପିନ୍ଧି କାଜଲ୍ ରାଘୱାନୀ ଜବରଦସ୍ତ ନୃତ୍ୟ କଲେ; VIDEO ଭାଇରାଲ୍‘‘ତାପମାତ୍ରା ବର୍ତ୍ତମାନ ସ୍ୱାଭାବିକ ଠାରୁ ୪ରୁ ୫ ଡିଗ୍ରୀ ସେଲସିଅସ୍ ଅଧିକ ରହୁଛି । ଉପକୂଳରେ ତାତି ସାଙ୍ଗକୁ ଝାଞ୍ଜି ପବନ ଯୋଗୁଁ ଗ୍ରୀଷ୍ମପ୍ରବାହ ଜାରି ରହିବ ଦୁଇ ଦିନ ଧରି । ତେଣୁ ଖରାକୁ ସତର୍କ ରହିବା ଉଚିତ,’’ କହିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍. ଆର୍. ବିଶ୍ୱାସ ।
ଦେଖନ୍ତୁ PHOTOS | ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁଚଳିତ ବର୍ଷ ରାଜଧାନୀ ଭୁବନେଶ୍ବର ପାଲଟିଛି ସବୁଠାରୁ ଉତ୍ତପ୍ତ ସହର । ପକ୍କା ସଡ଼କ, କୋଠା ଘର, ଏୟାର୍ କଣ୍ଡିସନର୍ ଓ ଜଙ୍ଗଲ ଅଭାବ ଯୋଗୁଁ ଉତ୍ତପ୍ତ ହେଉଛି ରାଜଧାନୀ ସହର । ଏହାକୁ ନେଇ ମାର୍ଚ୍ଚ ମାସ ଆରମ୍ଭରୁ ରାଜଧାନୀ ଓ ଏହାର ଉପକଣ୍ଠରେ ଯେମିତି ଜଳାଭାବ ନ ରହିବ ସେଥି ପ୍ରତି ବି.ଏମ୍.ସି. ନଜର ରଖିବା ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗ ଓ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମାତ୍ର ୧୦ ଟି ଜଳଛତ୍ର ବିଭିନ୍ନ ଏନ୍.ଜି.ଓ. ଦ୍ୱାରା ଖୋଲାଯାଇଛି । ଆଗକୁ ଆହୁରି ଜଳଛତ୍ର ଖୋଲିବ ବୋଲି ବି.ଏସ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଏହା ସହ ଅଚଳ ହୋଇପଡିଥିବା ୱାଟର ଏ.ଟି.ଏମ୍.ଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରାଯାଇଛି । ସହରରେ ପାଣିର ଯେମିତି କୌଣସି ଅସୁବିଧା ବା ଅଭାବ ନ ରୁହେ ବି.ଏମ୍.ସି. ସେଥିପ୍ରତି ଯତ୍ନବାନ ଥିବା କମିଶନର କହିଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା ଯୋଗୁଁ ପୁରୁଷମାନଙ୍କ ଯୌନ ହରମୋନ୍ କମ୍ ହେଉଛି, ଯୌନ କ୍ଷମତା ବି କମୁଛି‘‘ଖରା ବଢ଼ିବାରେ ଲାଗିଛି । ଆମେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଇବା ପାଇଁ କହିଛୁ । ବର୍ତ୍ତମାନ ସୁଦ୍ଧା ୧୦ଟା ଜାଗାରେ କୋଭିଡ କଟକଣା ମାନି ଜଳଦାନ ଚାଲିଛି । ସବୁଠି ଡିସ୍ପୋଜେବ୍ଲ ଗ୍ଲାସ୍ ରଖି ପାଣି ଦେବାକୁ କୁହାଯାଇଛି । ଆଗକୁ ଜଳାଭାବ ଯେମିତି ନ ଦେଖାଯାଏ ସେଥି ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ,’’ କହିଛନ୍ତି ପ୍ରେମଚନ୍ଦ୍ର ଚୌଧୁରୀ ।
ଆସନ୍ତା ୨୮ ଓ ୨୯ ତାରିଖରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଦୁଇ ଦିନ ପାଇଁ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ହେଲେ ଅନ୍ୟ ସବୁ ଜିଲ୍ଲାରେ ତାତିରୁ ମିଳିବନି ନିସ୍ତାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।