ଭୁବନେଶ୍ୱରରେ ଆଇବ୍ରୋ କୁଇନ୍ ସୁମନ ଜଲାଫ୍; ସୁନ୍ଦର ଆଇବ୍ରୋ ବାବଦରେ ଦେଲେ ଟିପ୍ସ

ଯେକୌଣସି ମହିଳାଙ୍କର ସୁନ୍ଦର ଓ ଆକର୍ଷଣୀୟ ଆଇବ୍ରୋର ସବୁବେଳେ ଅଦ୍ଭୁତ ଆକର୍ଷଣ ରହିଛି। ଏହା ମହିଳାଙ୍କ ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରିଥାଏ। ମୋଟ ଉପରେ ଚେହେରାରେ ଥିବା ଚମକ ସୁନ୍ଦର ଆଇବ୍ରୋ ବିନା ଅସମ୍ପୂର୍ଣ୍ଣ।

ଆଇବ୍ରୋ କୁଇନ୍ ସୁମନ ଜଲାଫ୍ (ପ୍ରତୀକାତ୍ମକ ଛବି)

ଆଇବ୍ରୋ କୁଇନ୍ ସୁମନ ଜଲାଫ୍ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରରେ ଆଇବ୍ରୋ କୁଇନ ସୁମନ ଜଲାଫ । ଅନୁମୋଦିତ ଚିକିତ୍ସା ଓ ଲେଜର ସୁବିଧା ପ୍ରଦାନ କରୁଥିବା ଓଡ଼ିଶାର ପ୍ରିମିୟମ୍ କ୍ଲିନିକ୍ ଆୟୁ-ବିଉ ଆଡଭାନ୍ସଡ୍ ଆସ୍‌ଥେଟିକ୍ସ ପକ୍ଷରୁ ପ୍ରଥମ ଥର ପାଇଁ ଆଇବ୍ରୋ କୁଇନ୍ ଭାବେ ପରିଚିତ ସୁମନ ଜଲାଫ୍‌ଙ୍କୁ ଭୁବନେଶ୍ୱରକୁ ସ୍ୱାଗତ କରାଯାଇଛି । ସୁରକ୍ଷିତ ଓ ସମୟ ଉପଯୋଗୀ ଆସଥେଟିକ୍ସ ଫଳାଫଳ ପ୍ରଦାନ କରିବା ଲାଗି ୟୁବିଉରେ ବିଶ୍ୱର ସବୁଠୁ ଗୁଣାତ୍ମକ ଉପାଦାନ ଓ ସବୁଠୁ ଉନ୍ନତ ପ୍ରଯୁକ୍ତି ବ୍ୟବହାର କରାଯାଉଥିବା ବେଳେ ସୁମନଙ୍କ ଏହି ଟିପ୍ପସ ଅଧିକ ଉପଯୋଗୀ ହୋଇପାରିବ ବୋଲି କୁହାଯାଇଛି।

ପ୍ରଥମ ଥର ପାଇଁ ସୁମନ ଜଲାଫ୍ ଭୁବନେଶ୍ୱରରେ ମହିଳାମାନଙ୍କୁ ଆଇବ୍ରୋ ଡିଜାଇନ, ଟ୍ରିଟମେଣ୍ଟ ବାବଦରେ ସମୟପଯୋଗୀ ଓ ଉନ୍ନତ ସେବା ପ୍ରଦାନ ବାବଦରେ ଟିପ୍ପସ ପ୍ରଦାନ କରିଛନ୍ତି। ଲଣ୍ଡନରେ ବାସ କରୁଥିବା ସୁମନ ହେଉଛି ଲୋକପ୍ରିୟ ଆଇବ୍ରୋ ବିଶେଷଜ୍ଞ । ବିଶେଷ କରି ଆଇବ୍ରୋ ମ୍ୟାଜିସିଆନ୍ ନାମରେ ତାଙ୍କର ଏକ ବହୁତ ବଡ଼ ବ୍ରାଣ୍ଡ୍ ମଧ୍ୟ ରହିଛି । ଲୋକପ୍ରିୟ ବଲିଉଡ୍ ଓ ହଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଶିଳ୍ପା ସେଟ୍ଟି, ଗୌରୀ ଖାନ ଓ କେଟ୍ ମୋସ୍ ଭଳି ନାମିଦାମୀ ବ୍ୟକ୍ତିତ୍ୱଙ୍କର ଆଇବ୍ରୋଜୁ ଆକର୍ଷଣୀୟ କରିଛନ୍ତି ସୁମନ। ସେମାନଙ୍କ ଆଇବ୍ରୋକୁ ଦେଇଛନ୍ତି ନୂଆ ପରିଚୟ।

ପ୍ରଥମ ଥର ପାଇଁ ଭୁବନେଶ୍ବର ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ସୁମନ କହିଛନ୍ତି ଯେ, ଯେକୌଣସି ସାଧାରଣ ମହିଳା ହୁଅନ୍ତୁ ବା ସେଲିବ୍ରିଟି, ସୁନ୍ଦର ଓ ଆକର୍ଷଣୀୟ ଆଇବ୍ରୋର ସବୁବେଳେ ଅଦ୍ଭୁତ ଆକର୍ଷଣ ରହିଛି। ଏହା ମହିଳାଙ୍କ ସୌନ୍ଦର୍ଯ୍ୟକୁ ବହୁ ଗୁଣିତ କରିଥାଏ। ମୋଟ ଉପରେ ଚେହେରାରେ ଥିବା ଚମକ ସୁନ୍ଦର ଆଇବ୍ରୋ ବିନା ଅସମ୍ପୂର୍ଣ୍ଣ। ଏହି କାରଣରୁ ସାଧାରଣ ମହିଳା ହୁଅନ୍ତୁ ବା ସେଲିବ୍ରିଟି, ନିଜ ଆଇବ୍ରୋ ପାଇଁ ଅଧିକ ଯତ୍ନଶୀଳ ହୋଇ ଆସୁଥିବା ନଜିର ଅଛି। ଏହି ଟ୍ରେଣ୍ଡ ଏବେ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି।

ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ବଡ଼ କଥା ହେଉଛି ଅନେକଙ୍କର ଜନ୍ମରୁ ସୁନ୍ଦର ଆଇବ୍ରୋ ଥିବାବେଳେ ଅନେକ ଏଥିରୁ ବଞ୍ଚିତ ହୋଇଥାନ୍ତି। ଆଉ ସେଭଳି ଚେହେରା ପାଇଁ ଏବେ କ୍ରମାଗତ ଭାବେ ଉପଲବ୍ଧ ହେବାରେ ଲାଗିଛି ଅନେକ ସୁବିଧା। ଏଭଳି ଆକର୍ଷଣୀୟ ଆଇବ୍ରୋ ପାଇଁ ବଜାରରେ ଅନେକ ମାଧ୍ୟମ ଥିଲେ ମଧ୍ୟ ଏହାର୍ ସୁରକ୍ଷିତ ଓ ସମୟପଯୋଗୀ ଯୋଗୀ ବ୍ୟବହାର ହିଁ ହେଉଛି ପ୍ରାଥମିକତା। କାରଣ ଅନେକ କ୍ଷେତ୍ରରେ ଏହାର ନକରାତ୍ମକ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ସେ ଦୃଷ୍ଟି କୋଣରୁ ସୁରକ୍ଷିତ ଓ ପ୍ରତିକ୍ରିୟାଶୂନ୍ୟ ଆଇବ୍ରୋ ପଦ୍ଧତି ଅଧିକ ଗ୍ରହଣୀୟ ହେଉଛି।

ଭୁବନେଶ୍ୱରରେ ନିଜ ନିଜର ସୌନ୍ଦର୍ଯ୍ୟରେ ରୁଚି ରଖୁଥିବା ମହିଳାମାନଙ୍କ ଲାଗି କିଛି ଉନ୍ନତ ସେବା ପ୍ରଦାନ କରିବା ଲାଗି ୟୁବିଉର ପ୍ରତିଷ୍ଠାତା ଡକ୍ଟର ସଂପଦା ଏବଂ ଆଇବ୍ରୋ କୁଇନ ସୁମନ ଜଲାଫ ପରସ୍କର ସହ ହାତ ମିଳାଇଛନ୍ତି। ଡାକ୍ତର ସମ୍ପଦା କହିଛନ୍ତି, ବଦଳୁଥିବା ମାନସିକତା ଆଧାରରେ ନିଜ ଚେହେରାରେ ଚମକ ପାଇଁ ସମସ୍ତଙ୍କ ଭିତରେ ଅଛି ଆଗ୍ରହ। ଏଥିପାଇଁ ବଜାରରେ ଅନେକ ପଦ୍ଧତି ମଧ୍ୟ ଉପଲବ୍ଧ। କିନ୍ତୁ ଏହା ପାର୍ଶ୍ଵ ପ୍ରତିକ୍ରିୟା ଶୂନ୍ୟ ନୁହେଁ। କିନ୍ତୁ ଵିୟୁଟିସିଆନ ଏ ଦିଗରେ ଅଧିକ ବିଶ୍ଵାସଯୋଗ୍ୟ। ସେଥିପାଇଁ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇଛି। ଏହି କାରଣରୁ ସୁମନଙ୍କ ସହିତ ମିଳିତଭାବେ ପ୍ରିମିୟମ୍ କ୍ଲିନିକ୍ ଆୟୁବିଉ ଆଡଭାନ୍ସଡ୍ ଆସ୍‌ଥେଟିକ୍ସ ସେବା ପ୍ରଦାନ କରିବା ଆରମ୍ଭ କରିଛି।

ଏହି ଅବସରରେ ଉପସ୍ଥିତ ଥିବା ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କହିଛନ୍ତି, ଅନେକ ସମୟରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମିଛ ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହୋଇଥାନ୍ତି ଅନେକ ସଂସ୍ଥା। କିନ୍ତୁ ବିଶ୍ବସ୍ତରରେ ଉନ୍ନତ ସେବା ପ୍ରଦାନ କରିଛନ୍ତି ସୁମନ। ତେଣୁ ଆମେ ତାଙ୍କର ଟିପସ ନେବା ଉଚିତ।
Published by:Soumya Das
First published: