ଜୀବନ ନେଲା ପ୍ରେମ; ୧୬ ବର୍ଷର ନାବାଳିକା ସହ ପ୍ରେମିକର ଆତ୍ମହତ୍ୟା
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜଧାନୀର ସାଲିଆ ସାହିରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଯୁବକଙ୍କ ନାମ ଚିତ୍ରସେନ ଗୌଡ ଏବଂ ନାବାଳିକାଙ୍କ ନାମ ପି. ବର୍ଷା ରେଡ୍ଡୀ ବୋଲି ଜଣାପଡ଼ିଛି । ଚିତ୍ରସେନଙ୍କ ଘର ଆନ୍ଧ୍ରପ୍ରଦେଶର ବିଜୟୱାଡା ଅଞ୍ଚଳରେ ।
ସୂଚନା ଅନୁସାରେ, ନାବାଳିକା ବର୍ଷାଙ୍କ ବାପା ଓ ମାଆ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ବର୍ଷା ଏକାକୀ ଘରେ ଥିଲେ । କାମ ସାରି ଘରକୁ ଫେରି ବାପା,ମାଆ ଏପରି ଘଟଣା ଦେଖିବାକୁ ପାଇଥିଲେ । ତେବେ ଆତ୍ମହତ୍ୟାର କାରଣ ବାପା, ମାଆ ମଧ୍ୟ ଜାଣିନଥିବା କୁହାଯାଉଛି । କିଭଳି ପରିସ୍ଥିତିରେ ଏପରି ଆତ୍ମହତ୍ୟା କରିବାକୁ ନିଷ୍ପତି ନେଲେ ଚିତ୍ରସେନ ଓ ବର୍ଷା ସେନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି । ତେବେ ପୋଲିସ ପହଞ୍ଚି ଉଭୟଙ୍କ ମୃତ ଶରୀର ଜବତ କରିଛି ।
ଆତ୍ମହତ୍ୟା ଘଟଣା ସମ୍ପର୍କରେ ଜାଣିବା ପରେ ସାଲିଆସାହି ଲୋକାରଣ୍ୟ ହୋଇ ଉଠିଥିଲା । ଘଟଣାକୁ ଦେଖି କେହି ସହଜରେ ଏହାକୁ ଗ୍ରହଣ କରିପାରୁନଥିଲେ । ମାତ୍ର ୧୬ ବର୍ଷ ବୟସର ଝିଅଟି କାହିଁକି ଆତ୍ମହତ୍ୟା କରିବ ସେ ପ୍ରଶ୍ନ ଅନେକଙ୍କ ମନକୁ ଆସୁଥିଲା । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ କଣ, ସେନେଇ ଅଧିକ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।