ରଞ୍ଜିତା ଆତ୍ମହତ୍ୟା ରହସ୍ୟ: ବ୍ୟାଙ୍କ୍ରୁ ଫେରି ଚ଼େସ୍ ଖେଳିଲେ, ବାପାଙ୍କ ସହ କଥା ହେଲେ, ସୋଫାରେ ଶୋଇଲେ, ତା’ପରେ…

ରଞ୍ଜିତାଙ୍କ ଫେସବୁକ୍ ପୋଷ୍ଟରୁ ସଙ୍କେତ ମିଳୁଛି ଯେ ସେ ହଠାତ୍ ଜୀବନ ପ୍ରତି ମୋହ ହରେଇ ବସିଥିଲେ । କିଛି ଦିନ ପରେ ସେ କାର୍ କିଣିଥାଆନ୍ତେ । ଗାଁରେ ଘର ତିଆରି କରିଥାଆନ୍ତେ । ଆସନ୍ତା ସପ୍ତାହ ସପରିବାର ବାହାରକୁ ବୁଲିବାକୁ ଯାଇ ଥାଆନ୍ତେ । ହେଲେ ସବୁ ସ୍ବପ୍ନ ରହିଗଲା ଅଧାରେ ।

ରଞ୍ଜିତା ଆତ୍ମହତ୍ୟା ରହସ୍ୟ: ବ୍ୟାଙ୍କ୍ରୁ ଫେରି ଚ଼େସ୍ ଖେଳିଲେ, ବାପାଙ୍କ ସହ କଥା ହେଲେ, ସୋଫାରେ ଶୋଇଲେ, ତା’ପରେ…
ରଞ୍ଜିତାଙ୍କ ଫେସବୁକ୍ ପୋଷ୍ଟରୁ ସଙ୍କେତ ମିଳୁଛି ଯେ ସେ ହଠାତ୍ ଜୀବନ ପ୍ରତି ମୋହ ହରେଇ ବସିଥିଲେ । କିଛି ଦିନ ପରେ ସେ କାର୍ କିଣିଥାଆନ୍ତେ । ଗାଁରେ ଘର ତିଆରି କରିଥାଆନ୍ତେ । ଆସନ୍ତା ସପ୍ତାହ ସପରିବାର ବାହାରକୁ ବୁଲିବାକୁ ଯାଇ ଥାଆନ୍ତେ । ହେଲେ ସବୁ ସ୍ବପ୍ନ ରହିଗଲା ଅଧାରେ ।
  • News18 Odia
  • Last Updated: December 5, 2019, 5:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: “ୟେ ଜିନ୍ଦେଗୀ ଭି ଅଜିବ୍ ହେ ନା.. ଏକ ଦିନ୍ ମର୍‌ନେ କେ ଲିଏ ପୂରୀ ଜିନ୍ଦେଗୀ ଜିନା ପଡ଼ତା ହେ...” “When I die.. do not come to my grave to tell me how much you love me and how much you miss me... because those are the words I want to hear while I am still alive...” ଏମିତି ବାକ୍ୟସବୁ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରୁଥିବା ବ୍ୟାଙ୍କ୍‌ ମ୍ୟାନେଜର୍‌ ରଞ୍ଜିତା ରାଓ ଅଚାନକ ନିଜକୁ ମୃତ୍ୟୁ କୋଳରେ ଶୁଆଇ ଦେଲେ ଆଉ ପଛରେ ଛାଡ଼ିଗଲେ ରହସ୍ୟର କୁହୁଡ଼ି ।

ଭୁବନେଶ୍ବର ଅଶୋକନଗର ୟୁକୋ ବ୍ୟାଙ୍କ ମୁଖ୍ୟ ଶାଖାରେ ସିନିଅର ମ୍ୟାନେଜର ରୂପେ କାର୍ଯ୍ୟ କରୁଥିବା ରଞ୍ଜିତା ରାଓ କାହିଁକି ଆତ୍ମହତ୍ୟା କଲେ? ପ୍ରେମ ସଂପର୍କରେ ଧୋକା ଖାଇଥିଲେ କି ସେ? ନା ତାଙ୍କ ବ୍ୟକ୍ତିଗତ ଜୀବନରେ ଉଠିଥିଲା ଆଉ କିଛି ଝଡ଼? ସମ୍ଭ୍ରାନ୍ତ ଘରର ଝିଅ ରଞ୍ଜିତାଙ୍କ ସହ ଏମିତି କଣ ଘଟିଥିଲା ଯେ ସେ ଜୀବନ ପ୍ରତି ଏତେ ବିତସ୍ପୃହ ହୋଇ ପଡ଼ିଥିଲେ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ତାଙ୍କ ପରିବାର ଓ ପୋଲିସ ।

ରଞ୍ଜିତାଙ୍କ ଫେସବୁକ୍‌ ପୋଷ୍ଟମାନଙ୍କରୁ ସଙ୍କେତ ମିଳୁଛି ଯେ ସେ ହଠାତ୍‌ ଜୀବନ ପ୍ରତି ମୋହ ହରେଇ ବସିଥିଲେ । ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ନିଜ ଭଡ଼ା ଘରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କଲେ ସେ। ଗୁରୁବାର ଭୋର୍‌ ଭୋର୍‌ ଝୁଲନ୍ତା ଅବସ୍ଥାରେ ଝିଅର ମୃତଦେହ ଦେଖି ହୋସ୍ ଉଡ଼ିଯାଇଥିଲା ବାପାମାଆଙ୍କର ।

କିଛି ଦିନ ତଳେ ରଞ୍ଜିତା ଏଇ ବାକ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ


ରଞ୍ଜିତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ତାଙ୍କ ବାପା ଆର୍. ନାରାୟଣ ରାଓ । ସେ କହିଛନ୍ତି ଯେ ସନ୍ଧ୍ୟାରେ ବ୍ୟାଙ୍କ୍ରୁ ଫେରିବା ପରେ ସେ ନିଜ ମୋବାଇଲ୍‌ ଫୋନ୍‌ରେ ଚ଼େସ୍‌ ଖେଳିଥିଲା । ରାତିରେ ତାଙ୍କ ସହ ଭଲରେ କଥାବାର୍ତ୍ତା ହେବା ପରେ ଓ ତାଙ୍କ ପାଇଁ ବିଛଣା ବନେଇ ଦେବା ପରେ ନିଜେ ସୋଫାରେ ଶୋଇଥିଲା । ହେଲେ ହଠାତ୍ ସକାଳ ସାଢେ 5ଟା ବେଳେ ଉଠି ଦେଖିଲା ବେଳକୁ ଝିଅ ଆତ୍ମହତ୍ୟା କରିସାରିଥିଲା ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ମିରଗାନ୍‌ଗୁଡ଼ାରେ ରଞ୍ଜିତାଙ୍କ ନିଜ ଘର, ଯେଉଁଠି ରୁହନ୍ତି ତାଙ୍କ ବାପାମାଆ । ମଝିରେ ମଝିରେ ସମୟ କାଟିବାକୁ ବୁଲି ଆସନ୍ତି ଝିଅ ପାଖକୁ । ତାଙ୍କ ମା’ ମାହେଶ୍ବରୀ ରାଓ ଭାବି ପାରୁ ନାହାନ୍ତି କାହିଁକି ତାଙ୍କ ଝିଅ ଏଭଳି କଠୋର ନିଷ୍ପତ୍ତି ନେଲା ।

“କିଛି ଦିନ ପରେ କାର୍ କିଣିଥାଆନ୍ତା ମୋ’ ଝିଅ । ଗାଁରେ ଘର ତିଆରି କରିଥାଆନ୍ତା । ଆସନ୍ତା ରବିବାର ମିଳିମିଶି ସମସ୍ତେ ବାହାରକୁ ବୁଲିବାକୁ ଯାଇ ଥାଆନ୍ତେ । ହେଲେ ସବୁ ସ୍ବପ୍ନ ରହିଗଲା ଅଧାରେ,‘‘ କହିଛନ୍ତି ମାହେଶ୍ବରୀ ରାଓ ।

ରଞ୍ଜିତାଙ୍କ ଆତ୍ମହତ୍ୟା ଉପରୁ ରହସ୍ୟ ହଟି ନଥିବା ବେଳେ ମାଆ ମାହେଶ୍ବରୀ ରାଓ କହିଛନ୍ତି ଯେ ବ୍ୟାଙ୍କ୍‌ର ଜଣେ ସହକର୍ମୀଙ୍କୁ ଭଲ ପାଉଥିଲେ ରଞ୍ଜିତା । ତାଙ୍କୁ ବିବାହ କରିବାକୁ ମଧ୍ୟ ଇଚ୍ଛା କରିଥିଲେ । କିନ୍ତୁ କଣ ହେଲା କେଜାଣି ବିଗତ କିଛି ଦିନ ଧରି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ସେ।

ରଞ୍ଜିତାଙ୍କର ଗୋଟେ ଖୁସି ସମୟର ଫଟୋ


“ଏପରିକି ବିବାହ ପାଇଁ ଆମେ ମଧ୍ୟ ତାକୁ ପ୍ରସ୍ତାବ ଦେଇଥିଲୁ । ହେଲେ ଆଗକୁ ଆର୍‌ବିଆଇ ପରିକ୍ଷା ଅଛି, ତେଣୁ ପରୀକ୍ଷା ସରିବା ପରେ ଦେଖିବା ବୋଲି କହି ସେ ବିବାହ କଥାକୁ ଏଡାଇ ଦେଇଥିଲା,” କହିଛନ୍ତି ମାହେଶ୍ବରୀ ରାଓ ।

ଶବ ଜବତ କରି ପୋଷ୍ଟ ମର୍ଟମ କରିଛି ଖଣ୍ଡିଗିରି ଥାନା ପୋଲିସ । କାଳେ ରଞ୍ଜିତା ସୁଇସାଇଡ୍ ନୋଟ୍‌ ଲେଖିଥିବେ, ସେ ନେଇ ପୋଲିସ ତନାଘନା କରୁଛି । ଘରେ ବି ସର୍ଚ୍ଚ କରିଥିଲା ପୋଲିସ । ହେଲେ ସେଭଳି କୌଣସି ସୁଇସାଇଡ ନୋଟ୍‌ ମିଳି ନଥିବା କହିଛି ପୋଲିସ ।

ରଞ୍ଜିତାଙ୍କ ଫେସବୁକ୍ ପୋଷ୍ଟ ଦର୍ଶାଉଛି ଯେ ନିଜ ଭିତରେ ଭାଙ୍ଗି ପଡିଥିଲେ ସେ । ତାଙ୍କୁ ନିକଟରୁ ଜାଣିଥିବା କେତେକ ବନ୍ଧୁଙ୍କ କହିବା ଅନୁସାରେ ପ୍ରେମରେ ଧୋକା ଖାଇବା ପରେ ରଞ୍ଜିତା ଫେସବୁକ୍‌ରେ ଏମିତି ନକରାତ୍ମକ ପୋଷ୍ଟ୍‌ ଲେଖିଥିଲେ । ହେଲେ ସତ୍ୟ କଣ? ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସାରି ତଦନ୍ତ ଚଳାଇଛି ଖଣ୍ଡଗିରି ପୋଲିସ ।
First published: December 5, 2019, 5:22 PM IST