ବାଲୁକା କଳାରେ ଫିଫା ବିଶ୍ବକପ୍‌ ପ୍ରତିଯୋଗୀଙ୍କୁ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବିଶ୍ୱ ପ୍ରସିଦ୍ଧ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ଫୁଟବଲ ମେଗା ଇଭେଣ୍ଟକୁ ରୋମାଞ୍ଚକ କରିବା ପାଇଁ ବାଲିରେ ଫିଫା ବିଶ୍ୱକପ ଟ୍ରଫିର ଏକ ପ୍ରତିକୃତି ତିଆରି କରିଛନ୍ତି ଏବଂ ଅଂଶଗ୍ରହଣକାରୀ ଦଳକୁ ଓଡ଼ିଶାର ପୁରୀ ବେଳାଭୂମିରେ ଶୁଭେଚ୍ଛା ଜଣାଇଛନ୍ତି।

 ଫିଫା ବିଶ୍ବକପ୍‌ର ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଫିଫା ବିଶ୍ବକପ୍‌ର ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ପୁରୀ: ବିଶ୍ୱ ପ୍ରସିଦ୍ଧ ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ଫୁଟବଲ ମେଗା ଇଭେଣ୍ଟକୁ ରୋମାଞ୍ଚକ କରିବା ପାଇଁ ବାଲି ବ୍ୟବହାର କରି ଫିଫା ବିଶ୍ୱକପ ଟ୍ରଫିର ଏକ ପ୍ରତିକୃତି ତିଆରି କରିଛନ୍ତି ଏବଂ ଅଂଶଗ୍ରହଣକାରୀ ଦଳକୁ ଓଡ଼ିଶାର ପୁରୀ ବେଳାଭୂମିରେ ଶୁଭେଚ୍ଛା ଜଣାଇଛନ୍ତି। ୮ଫୁଟର ଏହି ବିଶ୍ବକପ ଟ୍ରଫି ବାଲୁକା କଳାରେ ସେ ଭାରତୀୟ ମୁଦ୍ରା ସମେତ ୩୨ଟି ଦେଶର ୧୩୫୦ଟି ମୁଦ୍ରା ସ୍ଥାନିତ କରିଛନ୍ତି। ପୁରୀ ବେଳାଭୂମିରେ ଏହି କଳା ମାଧ୍ୟମରେ ‘ଗୁଡ୍‌ ଲକ୍‌’ ଲେଖି ଶୁଭେଚ୍ଛା ଜଣାଇଛନ୍ତି।

ପଟ୍ଟନାୟକ ସର୍ବଦା ବାଲି କଳାରେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ଏଥର ସେ ପ୍ରାୟ ୫ ଟନ୍ ବାଲି ବ୍ୟବହାର କରି ଟ୍ରଫିର ଆଠ ଫୁଟ ଉଚ୍ଚ ବାଲୁକା ମୂର୍ତ୍ତି ତିଆରି କରିଥିଲେ ଏବଂ ଟ୍ରଫିର ପୃଷ୍ଠଭୂମିରେ ସେ ଏକ ଫୁଟବଲ୍ ତିଆରି କରିଥିଲେ।

ସେ କହିଛନ୍ତି ଯେ ବିଶ୍ଵର ବିଭିନ୍ନ ବାଲୁକା କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ସେ ଏହି ମୁଦ୍ରା ସଂଗ୍ରହ କରିଥିଲେ। ବିଶ୍ୱ ସର୍ବଶ୍ରେଷ୍ଠ ଫୁଟବଲ ମହାକୂମ୍ଭ ଫିଫା ବିଶ୍ୱକପ୍‍ ନଭେମ୍ୱର ୨୦ ରୁ ଡିସେମ୍ବର ୧୮ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱକପ୍‍ର ମ୍ୟାଚ୍‍ ଆୟୋଜନ ପାଇଁ ୮ଟି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଇଛି।
Published by:Soumyashree Mishra
First published: