ରଜ ରାଣୀ ପରେ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨ରେ ସଫଳତା

ଓଡ଼ିଶା ପାଇଁ ଗୌରବ ଆଣିଲେ କ୍ରୀଷ୍ଣା ସାହୁ । ଗ୍ରାଣ୍ଡ ନ୍ୟାସନାଲ ଲେଭଲ୍ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨ରେ ବିଜୟ ହାସଲ କରିଛନ୍ତି କ୍ରୀଷ୍ଣା ।

ରଜ ରାଣୀ ପରେ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨ରେ ସଫଳତା

ରଜ ରାଣୀ ପରେ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨ରେ ସଫଳତା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ଓଡ଼ିଶା ପାଇଁ ଗୌରବ ଆଣିଲେ କ୍ରୀଷ୍ଣା ସାହୁ । ସିଲଫିନା ମିଡିଆ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ନ୍ୟାସନାଲ ଲେଭଲ୍ ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର  ଆଣ୍ଡ ମିସ ଇଣ୍ଡିଆ ୨୦୨୨ରେ ବିଜୟ ହାସଲ କରିଛନ୍ତି କ୍ରୀଷ୍ଣା । ପୁନେର ଆମ୍ବିଏନ୍ସ ଏକ୍ସଲେନ୍ସି ହୋଟେଲରେ ହୋଇଥିଲା ଏହି ଶୋ ।



ଏଥିରେ ମୋଟ ୨୦୦ ଜଣ ଅଂଶଗ୍ରହଣ କରିଥିଲେ । ୩୦ ଜଣ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ । ଓଡ଼ିଶାରୁ ୫ଜଣ ପ୍ରତିଯୋଗୀ ଏବଂ ଅନ୍ୟ ରାଜ୍ୟରୁ ୨୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନେକ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସି. ଅଧୀନ ପଞ୍ଚପଡ଼ା ଗ୍ରାମର ଝିଅ କ୍ରୀଷ୍ଣା ସାହୁ ବିଜୟୀ  ହୋଇଥିଲେ । ଯାହା ସାରା ଓଡ଼ିଶା ପାଇଁ ଗର୍ବର ବିଷୟ ।

ଭଦ୍ରକ ଜିଲ୍ଲା ସାବରଙ୍ଗ ଧର୍ମସରଣ ବିନ୍ଧା ଗ୍ରାମର ଅବସରପ୍ରାପ୍ତ ଆର୍ମୀ ସୁବେଦାର ମେଜର ଗଙ୍ଗାଧର ସାହୁ ଏବଂ ଅମିତା ସାହୁଙ୍କ ସାନଝିଅ ହେଉଛନ୍ତି  କ୍ରୀଷ୍ଣା ସାହୁ । ଏହା ସହ ଚାନ୍ଦବାଲିର ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ସ୍ଵର୍ଗତ ହରିହର ସାହୁଙ୍କ ନାତୁଣୀ କ୍ରୀଷ୍ଣା । ଛୋଟ ବେଳୁ ନିଜ ଅଜା ଓ ଆଇଙ୍କ ନିକଟରେ ବଢିଛନ୍ତି କ୍ରୀଷ୍ଣା । ଅଜାଙ୍କ ଆଦର୍ଶ ସଂସ୍କାରକୁ ଅନୁକରଣ କରି ପାଠପଢା ସହିତ ନାଚ ଗୀତରେ ବେଶ ପାରଙ୍ଗମ ଥିଲେ କ୍ରୀଷ୍ଣା । ସେ ଜଣେ ସଫ୍ଟୱେୟର ଇଂଜିନିୟର ହୋଇଥିବାବେଳେ ଫ୍ୟାଶନ୍କୁ ନେଇ ତାଙ୍କର ବେଶ ରୁଚି ରହିଛି ।

କ୍ରୀଷ୍ଣା ଚଳିତ ୨୦୨୨ ମସିହାରେ ପୁନେରେ  ଅନୁଷ୍ଠିତ ହୋଇଥିବା  ଫ୍ୟାଶନ୍ ଶୋ ସିଲ୍ଫିନା ମିଷ୍ଟର ଆଣ୍ଡ ମିସ ଇଣ୍ଡିଆ ୨୦୨୨କୁ ସଫଳତାର ସହିତ ଅତିକ୍ରମ କରି ବିଜୟ ମୁକୁଟ ପରିଧାନ କରିଛନ୍ତି । ପୂର୍ବରୁ ୨୦୨୧ରେ ସେ ଓଡ଼ିଶା ଜୀ ସାର୍ଥକ ଚାନେଲରେ ଅନୁଷ୍ଠିତ ରଜ କୁଇନ ହୋଇ ସାରା ଓଡ଼ିଶାରେ ପରିଚିତ ହୋଇଥିଲେ । ୨୦୨୧ରେ ପୁନେରେ ଆୟୋଜିତ ମିସ ଫସିଓନିଷ୍ଟା  ଏବଂ ୨୦୨୨ରେ ଅପେରା ମିସ ଇଣ୍ଡିଆରେ ଫାଷ୍ଟ ରନର୍ସ ଅପ ହୋଇ ସଫଳତା ହାସଲ କରିଥିଲେ କ୍ରୀଷ୍ଣା ସାହୁ । ତେବେ କ୍ରୀଷ୍ଣା କୁହନ୍ତି  ଯେ , ଚେଷ୍ଟା ହିଁ ସଫଳତାର ମୂଳ ମନ୍ତ୍ର  । ସଫଳତା  ମିଳୁ କି ନମିଳୁ ଚେଷ୍ଟା କରିବା ଦରକାର । ହାର ହେଉ କି ଜିତ ସବୁବେଳେ ଆମେ ନୂଆ ଜିନିଷ ଶିଖିବା । ତେଣୁ ଚେଷ୍ଟା କରନ୍ତୁ ସଫଳତା ନିଶ୍ଚୟ ମିଳିବ କ୍ରୀଷ୍ଣା କୁହନ୍ତି ।
Published by:Soubhagya Mishra
First published: