ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ପଶ୍ଚିମ ଓଡିଶାର ସମ୍ବଲପୁର ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ (ପ୍ରତୀକାତ୍ମକ ଛବି)

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ସମ୍ବଲପୁର:ପଶ୍ଚିମ ଓଡିଶାର ସମ୍ବଲପୁର ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ପକ୍ଷରୁ ଚେତାବନୀ ଦିବସ । ଏ ନେଇ ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ଓ ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ଡାକରାରେ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଏକ ବାଇକ ରାଲି କରି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଆନ୍ଦୋଳନ କରିଛନ୍ତି।

"ଜିଲ୍ଲା ଓକିଲ ସଂଘ ଓ ସମ୍ବଲପୁର କ୍ରିୟାନୁଷ୍ଠାନ କମିଟିର ଅହ୍ବାନ କ୍ରମେ ଏହି ଚେତାବନୀ ଦିବସ ପାଳନ କରିଛୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନଭାବ ଯୋଗୁଁ  ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହୋଇ ପାରୁ ନାହିଁ," କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସାଧାରଣ ସଂପାଦକ ସରୋଜ ସାହୁ କହିଛନ୍ତି।

"ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ପ୍ରସଙ୍ଗ ଚିଠି ଦିଆନିଆରେ ସୀମିତ ନ ରଖି ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଉପରେ ଶୀଘ୍ର ପଦକ୍ଷେପ ନିଅନ୍ତୁ," କହିଛନ୍ତି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଡକ୍ଟର ପ୍ରମୋଦ ରଥ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ବିଭିନ୍ନ ସମୟରେ ପର୍ଯ୍ୟାୟ କ୍ରମେ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ ଚାଲି ଆସୁଥିବା ବେଳେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଏହି ଅବସରରେ ଚେତାବନୀ ଦିଆଯାଇଛି ।
Published by:Soumya Das
First published: