ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେ

Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେ

Subinspectors to head police outposts fandi in Odisha corruption | ରାଜ୍ୟର ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ୱରେ SI ରହିବେ । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାରି ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ।

Odisha Police: ଏଣିକି ରାଜ୍ୟରେ ଫାଣ୍ଡିଗୁଡ଼ିକରେ ASI ନୁହେଁ, ସବ୍-ଇନ୍ସପେକ୍ଟର୍ ଦାୟିତ୍ୱରେ ରହିବେ
ରାଜ୍ୟର ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ୱରେ ସବ୍-ଇନ୍ସପେକ୍ଟର ରହିବେ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: October 5, 2021, 10:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଙ୍ଗଳବାର ଦିନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଫାଣ୍ଡି ଦାୟିତ୍ୱରେ ସହକାରୀ ସବ୍‌-ଇନ୍ସପେକ୍ଟରଙ୍କ ପରିବର୍ତ୍ତେ ସବ୍‌-ଇନ୍ସପେକ୍ଟରମାନଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛି ଓ ଦୁର୍ନୀତି ଅଭିଯୋଗ ସାମନା କରୁଥିବା ଚାରି ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଆଦେଶ ଜାରି ହୋଇଛି ।

ଏବେ ରାଜ୍ୟର ୨୧୬ଟି ପୋଲିସ ଫାଣ୍ଡି ଦାୟିତ୍ୱରେ ସବ୍‌-ଇନ୍ସପେକ୍ଟର ରହିବେ । ପୋଲିସ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷରେ ଏହି ପଦକ୍ଷେପ ନିଆଯାଇଛି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିବା ପରେ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ପୂର୍ବରୁ ସହକାରୀ ସବ୍‌-ଇନ୍ସପେକ୍ଟରମାନେ (ଏ.ଏସ୍‌.ଆଇ.) ଫାଣ୍ଡି ଦାୟିତ୍ୱ ରେ ରହୁଥିଲେ । ଏହି ପ୍ରସ୍ତାବ ଅନୁମୋଦନ ହେବା ପରେ କମିଶନରେଟ୍‌ ପୋଲିସଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡିମାନଙ୍କରେ ସବ୍‌-ଇନସପେକ୍ଟରମାନଙ୍କୁ ନିଯୁକ୍ତି ଦିଆଯିବ।

ଏହା ବି ପଢ଼ନ୍ତୁ | Mumbai Drugs Case: ଶାହରୁଖ ଖାନଙ୍କ ପୁଅକୁ ତାରିଖ ଯାଏଁ NCB କଷ୍ଟଡିକୁ ପଠାଗଲା

ସବ୍ଇନ୍ସପେକ୍ଟରମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ସେମାନଙ୍କ ଦକ୍ଷତା ଫାଣ୍ଡି ସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି କୁହାଯାଇଛି।

ଏହା ବି ପଢ଼ନ୍ତୁ | Salary Hike: ଦଶହରା ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ HRA ବଢ଼ିବ, ଦରମା ବଢ଼ିଯିବ

ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାରି ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ଓଡି଼ଶା ପ୍ରଶାସନିକ ସେବାର ଅଧିକାରୀ ରହିଥିବା ବେଳେ ଜଣେ ଜିଲ୍ଲା ସବ୍‌-ରେଜିଷ୍ଟ୍ରାର୍‌ ଓ ଆର ଜଣକ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ । ସେମାନଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଥିଲା । ଦୁର୍ନୀତି ପ୍ରତି ଶୁନ୍ୟ ଆସହିଷ୍ଣୁତା ନୀତି ଅବଲମ୍ବନ କରି ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେମାନଙ୍କ ମାମଲାରେ ସିଧାସଳଖ ହସ୍ତକ୍ଷେପ କରି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ସୋଫି ଚୌଧୁରୀ ମାଳଦ୍ୱୀପରୁ ଶେୟାର୍ କଲେ ଫଟୋ; ବଢ଼ାଇଲେ ଇଣ୍ଟରନେଟର ଉତ୍ତାପ

ଏହି ଚାରି ଜଣ ଅଧିକାରୀ ହେଉଛନ୍ତି ଅନୁଗୁଳର ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ର, ଗଜପତି ଜିଲ୍ଲାର ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକ, ଢେଙ୍କାନାଳ ଜିଲ୍ଲାର ସବ୍‌-ରେଜିଷ୍ଟ୍ରାର୍‌ ଲଲାଟେନ୍ଦୁ ଶତପଥୀ ଓ ନୂଆପଡ଼ାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ତ୍ରିଲୋଚନ ଧଳ ।

ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲା

ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ଥିଲା ଓ ସେଥି ପାଇଁ ତାଙ୍କୁ ନଅଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ କରାଯାଇଛି । ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହେବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା କୁହାଯାଇଛି । ଗଜପତି ଜିଲ୍ଲାର ନୂଆଗଡ଼ ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଥିଲା ଓ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ କରାଯାଇଥିଲା । ତାଙ୍କ ନାମରେ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ସହ କାର୍ଯ୍ୟରେ ଅପାରଗତା ଅଭିଯୋଗ ଥିଲା ।

ଏହା ବି ପଢ଼ନ୍ତୁ | UPରେ ଆନ୍ଦୋଳନରତ କୃଷକଙ୍କ ଉପରେ ‘‘କେନ୍ଦ୍ର ମନ୍ତ୍ରୀଙ୍କ ପୁଅ କାର୍ ଚଢ଼ାଇଦେଲେ’’; ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ସବ୍‌-ରେଜିଷ୍ଟ୍ରାର୍‌ ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ଥିଲା ଓ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ ରହିଥିଲା । ନୂଆପଡ଼ାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ନିକଟରୁ ବହୁ ପରିମାଣରେ ହିସାବ-ବହିର୍ଭୁତ ଟଙ୍କା ମିଳିବା ପରେ ତାଙ୍କ ବିରୋଧରେ ଏକ ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ସ୍ପଷ୍ଟ କରାଯାଇଛି ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନଙ୍କୁ କରାଚୀରେ ୧୫ ଦିନ ଟ୍ରେନିଂ ଦେଇଥିଲା ISI, ଫାର୍ମହାଉସରେ ଦେଇଥିଲା ଫେୟାରୱେଲ୍

ଏହି ଚାରି ଜଣ ଅଧିକାରୀଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୨୨ ଜଣ ଅଧିକାରୀଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଲେଣି ।
Published by: Anand S.T. Das
First published: October 5, 2021, 10:53 PM IST