ଝାରପଡ଼ା ଜେଲରେ ଖୋଲିଲା ଷ୍ଟଡି ସେଣ୍ଟର; ଉଚ୍ଚଶିକ୍ଷା ଲାଭ କରିବେ କଏଦୀ; ୧୫ ଜଣ ନେଲେ ଆଡ଼ମିଶନ

ପୋଲିସ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ‘‘ଶିକ୍ଷା ମାଧ୍ୟମରେ ଯଦି ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ହେବ ତେବେ ଏହା ହେବ ସବୁଠୁ ଭଲ। କଏଦୀମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଆମର ଏହି ପ୍ରୟାସ ।’’

ଝାରପଡ଼ା ଜେଲରେ ଖୋଲିଲା ଷ୍ଟଡି ସେଣ୍ଟର

ଝାରପଡ଼ା ଜେଲରେ ଖୋଲିଲା ଷ୍ଟଡି ସେଣ୍ଟର

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ ସ୍ଥିତ ଝାରପଡ଼ା ଜେଲରେ ଆରମ୍ଭ ହେଲା ପାଠ ପଢା । ଉଚ୍ଚଶିକ୍ଷା ଲାଭ କରିବେ ଜେଲର କଏଦୀ । ଷ୍ଟେଟ ଓପନ ୟୁନିଭରସିଟି ମାଧ୍ୟମରେ ଝାରପଡ଼ା ଜେଲରେ ଖୋଲିଛି ଷ୍ଟଡି ସେଣ୍ଟର । କଲେଜ ସ୍ତରୀୟ ବିଭିନ୍ନ କୋର୍ସ କରିବେ ଜେଲ ଅନ୍ତେବାସୀ । ଛଅ ବର୍ଷୀୟ, ଏକ ବର୍ଷୀୟ ଓ ଦୁଇ ବର୍ଷୀୟ ବିଭିନ୍ନ କୋର୍ସରେ ନାମ ଲେଖାଇବେ, କ୍ଳାସ କରିବେ ଓ ପରୀକ୍ଷା ଦେବେ ଏମାନେ । ଏଥି ପାଇଁ ଆଜି ଜେଲରେ ଥିବା ୧୫ ଜଣ ଏମ.ବି.ଏ, ଏମ.ସି.ଏ ଓଡ଼ିଆ ଅନର୍ସ, ସାଇକୋଲୋଜି ଅନର୍ସ ଭଳି ବିଭିନ୍ନ ବିଷୟରେ ଆଡ଼ମିଶନ କରିଛନ୍ତି ।

ଏଥି ପାଇଁ ଏମାନଙ୍କୁ କୌଣସି ଫି ପଇଠ କରିବାକୁ ପଡ଼ିନାହିଁ କି ପରୀକ୍ଷା ପାଇଁ ମଧ୍ୟ କୌଣସି ଫି ଦେବାକୁ ପଡ଼ିବ ନାହିଁ। ତେବେ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ତଥା ଜେଲରୁ ମୁକୁଳିବା ପରେ ରୋଜଗାରକ୍ଷମ ହେବା ପାଇଁ ସୁଯୋଗ ଦିଆଯାଉଛି ବୋଲି ପୋଲିସ ଡିଜି କହିଛନ୍ତି ।

ଏହି ଅବସରରେ ପୋଲିସ ଡିଜି ସନ୍ତୋଷ ଉପାଧ୍ୟାୟ ଆହୁରି କହିଛନ୍ତି, ‘‘ଶିକ୍ଷା ମାଧ୍ୟମରେ ଯଦି ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ହେବ ତେବେ ଏହା ହେବ ସବୁଠୁ ଭଲ। କଏଦୀମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଆମର ଏହି ପ୍ରୟାସ । ଷ୍ଟେଟ ଓପନ ୟୁନିଭରସିଟି ସାହାଯ୍ୟରେ ଆଜି ୧୫ ଜଣ ପିଲା ଆଡ଼ମିଶନ ନେଇଛନ୍ତି । ଆଗକୁ ଆଉରି ମଧ୍ୟ ବଢ଼ିବ ସଂଖ୍ୟା । ଶିକ୍ଷା ତାଙ୍କୁ ନୂଆ ବାଟ ଦେଖାଉ ତାହା ହିଁ ଆମର ଇଛା ।’’

ଉଚ୍ଚଶିକ୍ଷା ଲାଭ କରିବେ ଝାରପଡ଼ା ଜେଲର କଏଦୀ


ପୂର୍ବରୁ ଚୌଦ୍ୱାର, ବାଲେଶ୍ଵର, ବ୍ରହ୍ମପୁର ଓ ସମ୍ବଲପୁର ଜେଲରେ ଷ୍ଟଡି ସେଣ୍ଟର ଖୋଲାଯାଇଥିଲା। ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ଏହି କାର୍ଯ୍ୟକ୍ରମ । ଏଠିକାର କଏଦୀ ମାନେ ଯିଏ ଚାହିଁବେ ସେମାନେ ପଢ଼ିପାରିବେ। ସେଥି ପାଇଁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଶିକ୍ଷକ ଅଛନ୍ତି ସେମାନେ ଆସି ଜେଲରେ ପାଠ ପଢ଼ାଇବେ। ହେଲେ ବର୍ତ୍ତମାନ ସ୍ଥିତିରେ ଯେହେତୁ ଅନଲାଇନ କ୍ଳାସ ଚାଲିଛି ଜେଲରେ ଅନଲାଇନ କ୍ଳାସ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କୁହାଯାଉଛି । ଆଗକୁ ଜୟପୁର ସର୍କଲ ଜେଲରେ ଆଉ ଏକ ଷ୍ଟଡି ସେଣ୍ଟର କରାଯିବାର ବ୍ୟବସ୍ଥା କରାଯାଉଛି ।

ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଡ଼ଃ ଏ.କେ.ଦାଶ କହିଛନ୍ତି, ‘‘ଆମେ ଆଗରୁ ୪ଟି ଜେଲରେ ଷ୍ଟଡି ସେଣ୍ଟର କରିଛୁ । ଆଜି ଭୁବନେଶ୍ୱରରେ ପ୍ରଥମ କରି ଏହା ଆରମ୍ଭ ହେଲା । ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ କଏଦୀ ମାନେ ହାଇୟର ଷ୍ଟଡି କରିପାରିବେ। ଆମେ ପରୀକ୍ଷା କରିବୁ ଓ ସାର୍ଟଫିକେଟ ମଧ୍ୟ ଦେବୁ ।’’

ଝାରପଡ଼ା ଜେଲରେ ଖୋଲିଲା ଷ୍ଟଡି ସେଣ୍ଟର


ପୂର୍ବରୁ ଦଶମ ଓ ଯୁକ୍ତ ଦୁଇ ପଢ଼ିବା ପାଇଁ ଜେଲରେ ବ୍ୟବସ୍ଥା ରହିଥିଲା । ଇ.ଆଇ.ଓ.ଏସ ଓ ଇଗନୋ ମାଧ୍ୟମରେ ଜେଲ ଅନ୍ତେବାସୀ ଅଧ୍ୟୟନ କରୁଥିଲେ । ସେଥି ମଧ୍ୟରୁ ୭ ଜଣଙ୍କୁ ଆଜି ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
Published by:Lipina Das
First published: