News18 Odia Digital
ଭୁବନେଶ୍ୱର: ଯଦି ଆପଣ ଜଣେ କଲେଜ ପାଠ ପଢ଼ୁଥିବେ ତେବେ ଆପଣଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଛାଚ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଛନ୍ତି । ଯାହା ସେମାନଙ୍କ ବିକାଶରେ ସହାୟକ ହେବ । ଏଣିକି କଲେଜ କ୍ୟାମ୍ପସ (College Campus)ରେ ମାଗଣା ଇଣ୍ଟରନେଟର (Free Internet) ସୁବିଧା ପାଇବେ ପିଲା । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ (Higher Education Minister) ସୂଚନା ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ମନ୍ତ୍ରୀ ସୂଚନା ଦେଇଛନ୍ତି ।
କେତେ ଡାଟା ମିଳିବ ?କଲେଜ୍ କ୍ୟାମ୍ପସରେ ମାଗଣା ୱାଇଫାଇ ସେବା ପାଇବେ ଷ୍ଟୁଡେଣ୍ଟ। ଚଳିତ ଶିକ୍ଷା ବର୍ଷରେ ଦିନକୁ 1GB ଡାଟାର ସୁବିଧା ନେବେ ଷ୍ଟୁଡେଣ୍ଟ। ବୈଷୟିକ ମହାବିଦ୍ୟାଳୟ ଓ ଜେନେରାଲ କଲେଜ ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହାର ଲାଭ ନେଇ ପାରିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଡାଟା ଯୋଗାଇବା ଲାଗି ଇଲିକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ଶିକ୍ଷା ବିଭାଗର ରିପୋର୍ଟ କାର୍ଡ ଉପସ୍ଥାପିତ କରିବା ସମୟରେ ଏଭଳି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ରୋହିତ ପୂଜାରୀ। ଏଥିରେ ୮ ଲକ୍ଷ ଛାତ୍ର ଛାତ୍ରୀ ଉପକୃତ ହେବେ ।
କଲେଜରେ ମାଗଣା ଇଣ୍ଟରନେଟ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣରେ ସହାୟକ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତେ ସନ୍ତୋଷ ପ୍ରକାଶ କରିଛନ୍ତି । କଲେଜରେ ୱାଇଫାଇ ଲାଗିବା ଦ୍ବାରା ଅଧିକ ଜ୍ଞାନ ଆରୋହଣ କରିହେବ । କେବଳ ସେତିକି ନୁହେଁ, ଡାଉଟ ମଧ୍ଯ କ୍ଲିଅର ହେବ ବୋଲି ଛାତ୍ରଛାତ୍ରୀମାନେ ପ୍ରତିକ୍ରିୟା ଦେଇଛନ୍ତି । ସମସ୍ତେ ଘରେ ୱାଇଫାଇ ଲଗାଇବାରେ ସମର୍ଥ ନୁହଁନ୍ତି । ଏହି ନିଷ୍ପତ୍ତି ଫଳରେ ଏବେ କଲେଜ ଯିବା ସମୟରେ ଛାତ୍ରଛାତ୍ରୀମାନଙ୍କୁ ସୁବିଧା ମିଳିପାରିବ ବୋଲି କହିଛନ୍ତି ଅଭିଭାବକ । ପରୀକ୍ଷା ସମୟରେ ପିଲାମାନେ ଆଉ ଚିନ୍ତା କରିବେନି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।
ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟର ସବୁ କଲେଜ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଓ୍ବାଇଫାଇ ଓ ଓ୍ବାନ ଜିବି ଡାଟା। ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମାଗଣା ଓ୍ବାନ ଜିବି ଡାଟା ଯୋଗାଇବା ପାଇଁ ଇଲୋକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କାର୍ଯ୍ୟ କରିବ। ସେହିପରି ପଛୁଆ ବ୍ଲକରେ ବିଜ୍ଞାନ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଉଚ୍ଚଶିକ୍ଷା ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ପରେ ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।