ମ୍ୟାଟ୍ରିକ୍ ବୋର୍ଡ଼ ପରୀକ୍ଷା ବାତିଲ୍ କରାଯାଉ: CM ଓ ଶିକ୍ଷା ମନ୍ତ୍ରୀଙ୍କୁ କହିଲେ ଛାତ୍ରଛାତ୍ରୀମାନେ

ମ୍ୟାଟ୍ରିକ ପରୀକ୍ଷାକୁ ବାତିଲ୍ ନ କରି ଅଳ୍ପ ମାର୍କ ପାଇଁ ହେଉ ପଛେ ପରୀକ୍ଷା କରାଯାଉ ବୋଲି ମତ ଦେଇଛନ୍ତି ଶିକ୍ଷାବିତମାନେ । ଛାତ୍ରଛାତ୍ରୀମାନେ ଆସି ମୁଖ୍ୟ ମନ୍ତ୍ରୀଙ୍କ ଆବାସ ସାମନାରେ ଧାରଣାରେ ବସିବା ଘଟଣାକୁ ସେମାନେ ନାପସନ୍ଦ କରିଛନ୍ତି ।

ମ୍ୟାଟ୍ରିକ୍ ବୋର୍ଡ଼ ପରୀକ୍ଷା ବାତିଲ୍ କରାଯାଉ: CM ଓ ଶିକ୍ଷା ମନ୍ତ୍ରୀଙ୍କୁ କହିଲେ ଛାତ୍ରଛାତ୍ରୀମାନେ
‘ନବୀନ ନିବାସ’ ସାମନାରେ ଛାତ୍ରଛାତ୍ରୀମାନଙ୍କ ଧାରଣା ସମୟର ଏକ ଦୃଶ୍ୟ
  • News18 Odia
  • Last Updated: April 20, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ କରିବା ଦାବି କରି କେତେକ ଛାତ୍ରଛାତ୍ରୀ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମନାରେ ମଙ୍ଗଳବାର ଦିନ ଧାରଣା ଦେଇଥିଲେ । ସି.ବି.ଏସ୍‌.ଇ. କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ କରିଥିବାରୁ ଓଡ଼ିଶାରେ ବି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ବାତିଲ କରିବାକୁ ସେମାନେ ଦାବି କରିଥିଲେ ।

ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମ୍ୟାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ସରକାର । ଏହି ପରୀକ୍ଷା ନେଇ ଜୁନରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ହେଲେ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କୁ ଦ୍ବନ୍ଦ୍ବରେ ପକାଇଛି । ନବମ ଶ୍ରେଣୀର ପିଲା ଆସି ଦଶମ ଶ୍ରେଣୀରେ ବସିଲେଣି, କିନ୍ତୁ ଦଶମ ଶ୍ରେଣୀର ପିଲା ଯୁକ୍ତ ଦୁଇ ପାଠ ପଢିବେ ନା ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତାହା ଜାଣିପାରୁ ନ ଥିବା ସେମାନେ କହିଛନ୍ତି । ଆଗକୁ ସଂକ୍ରମଣ ଆହୁରି ବଢି଼ବା ସମ୍ଭାବନା ଥିବାରୁ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ କରାଯାଉ ବୋଲି ଏହି ଛାତ୍ରଛାତ୍ରୀମାନେ ଗଣ ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ବି ଦେଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି; ଜାଣନ୍ତୁ ସେ କହିଲେ

‘‘ଏହା ଆମ ଭବିଷ୍ୟତର କଥା । ଆମକୁ ପ୍ରଥମେ ପରୀକ୍ଷା ହେବ ବୋଲି କହିଲେ ଓ ସ୍କୁଲ ଖୋଲିଲେ । ଆମେ ପାଠ ପଢ଼ିଲୁ । ହେଲେ ଏବେ ଝୁଲେଇ ରଖିଛନ୍ତି । କେବେ ହେବ ପରୀକ୍ଷା ତାହା ସ୍ପଷ୍ଟ କରାଯାଉନାହିଁ । ସି.ବି.ଏସ୍‌.ଇ. ପରୀକ୍ଷା ବାତିଲ ହେଲା । ସେମାନେ ସିଧା ଏକାଦଶ ଶ୍ରେଣୀକୁ ଯିବେ । ଆଇ.ସି.ଏସ୍‌.ଇ. ପରୀକ୍ଷା ବି ବାତିଲ ହେଲା । ସେମାନେ ଏବେ ଯୁକ୍ତ ୨ ପାଠ ପଢି଼ବେ। ହେଲେ ଆମେ କାହିଁକି ନୁହେ?’’ ପଚାରିଛନ୍ତି ଧାରଣାରେ ଭାଗ ନେଇଥିବା ଜଣେ ଛାତ୍ରୀ ।

ଛାତ୍ରଛାତ୍ରୀମାନଙ୍କ ସହ କଥା ହେଉଛନ୍ତି ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।


ଏ ବିଷୟରେ ସ୍କୁଲ୍‌ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ‘‘ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ସ୍ଥଗିତ ରଖାଯାଇଛି । ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା ନେଇ ମୁଖ୍ୟ ମନ୍ତ୍ରୀ ସମୀକ୍ଷା କରିବେ । ପିଲାଙ୍କ ସୁରକ୍ଷାକୁ ଦେଖି ଠିକ୍ ସମୟରେ ଠିକ୍ ପଦକ୍ଷେପ ନିଆଯିବ। ତେଣୁ ପିଲାମାନେ ଭୟଭୀତ ନ ହୋଇ ସଜାଗ, ସୁରକ୍ଷିତ ଓ ଯତ୍ନବାନ ରହିବା ଉଚିତ ।’’

ଏହା ବି ପଢ଼ନ୍ତୁ | ମେ ତାରିଖରୁ ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ନେଇପାରିବେ କରୋନା ଭ୍ୟାକ୍ସିନ୍

ଦାଶ କହିଛନ୍ତି ଯେ ମଙ୍ଗଳବାର ଦିନ କେତେକ ଛାତ୍ରଛାତ୍ରୀ ଆସି ମୁଖ୍ୟ ମନ୍ତ୍ରୀଙ୍କ ପାଖକୁ ଯିବା ସହ ତାଙ୍କୁ ଭେଟିଥିଲେ । ‘‘ଛାତ୍ରଛାତ୍ରୀମାନେ ବ୍ୟସ୍ତ ହେବା ସ୍ବାଭାବିକ । କିନ୍ତୁ ଯେମିତି ପୂର୍ବରୁ କୁହାଯାଇଛି, ଜୁନ୍‌ ମାସରେ କୋଭିଡର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ତେଣୁ ପିଲାମାନେ ଅପେକ୍ଷା କରନ୍ତୁ । ସଠିକ ସମୟରେ ସଠିକ ପଦକ୍ଷେପ ନିଆଯିବ,’’ କହିଛନ୍ତି ଦାଶ ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ଶିକ୍ଷାବିତମାନେ କହିଛନ୍ତି ଯେ ସରକାର ଏକ ସମୟୋପଯୋଗୀ ପଦକ୍ଷେପ ନେଇଛନ୍ତି । ତେଣୁ ସମୟର ସଦୁପଯୋଗ କରି ପିଲାମନେ ପାଠ ପଢନ୍ତୁ ଓ ସରକାର ମଧ୍ୟ ପରୀକ୍ଷା କରିବାକୁ ଯୋଜନା କରନ୍ତୁ ବୋଲି ସେମାନେ ମତ ଦେଇଛନ୍ତି । ବୋର୍ଡ଼ ପରୀକ୍ଷା ସମ୍ପୂର୍ଣ୍ଣ ବାତିଲ ନ ହୋଇ ଅଳ୍ପ ମାର୍କ ପାଇଁ ହେଉ ପଛେ ପରୀକ୍ଷା ହେଉ ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ତେବେ ଛାତ୍ରଛାତ୍ରୀମାନେ ଏମିତି ଆସି ମୁଖ୍ୟ ମନ୍ତ୍ରୀଙ୍କ ଆବାସ ସାମନାରେ ଧାରଣାରେ ବସିବା ଘଟଣାକୁ ଅନେକ ଶିକ୍ଷାବିତ ନାପସନ୍ଦ କରିଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

‘‘ମାଟ୍ରିକ୍‌ ପରୀକ୍ଷା ଏକ ମାଇଲଖୁଣ୍ଟ । ରାଜ୍ୟ ବୋର୍ଡ଼ ପାଖରେ ପରୀକ୍ଷାର ଫଳାଫଳ ଘୋଷଣା କରିବା ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ । ତେଣୁ ବୋର୍ଡ଼ ପରୀକ୍ଷା ହେବାର ଆବଶ୍ୟକତା ରହିଛି । ହେଲେ ଛୋଟ ଛୋଟ ପିଲାଙ୍କୁ ନେଇ ଏ ଭଳି ରାଜନୀତି କରିବା ଠିକ୍‌ ନୁହେଁ । ପିଲାମନେ ବର୍ତ୍ତମାନ ସମୟରେ ପାଠ ପ୍ରତି ମନ ଦେବା ଦରକାର । ରାଜ୍ୟ ସରକାର ପରୀକ୍ଷା କରିବା ପାଇଁ ସ୍ଥିର କରନ୍ତୁ । ଅଳ୍ପ ମାର୍କର ପରୀକ୍ଷା ହେଉ ପଛେ ପରୀକ୍ଷା କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ଶିକ୍ଷାବିତ ଅମ୍ବିକା ପ୍ରସାଦ ଦାଶ ।



କରୋନା ସଂକ୍ରମଣ କାରଣରୁ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ପାସ୍ ବୋଲି ସରକାର ପୂପ୍ବରୁ ଘୋଷଣା କରିଛନ୍ତି । ଏକାଦଶ ଶ୍ରେଣୀର ପିଲାମାନେ ବି ବିନା ପରୀକ୍ଷାରେ ଦ୍ବାଦଶକୁ ଉନ୍ନୀତ ହୋଇଛନ୍ତି । ହେଲେ ଦଶମ ଶ୍ରେଣୀ ଓ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
Published by: Anand ST Das
First published: April 20, 2021, 11:50 PM IST