ଏଣିକି ବର୍ଷକୁ ୨ ଥର କାଳିଆ ବୃତ୍ତି ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଏଣିକି ସହଜ କରିପାରିବେ ୨ ଥର ‘କାଳିଆ ସ୍କଲାରସିପ୍’ ପାଇଁ ଆବେଦନ। କିପରି କରିବେ ଜାଣନ୍ତୁ ।

କାଳିଆ ସ୍କଲାରସିପ୍

କାଳିଆ ସ୍କଲାରସିପ୍

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Kalia Scholarship: କାଳିଆ ହିତାଧୀକାରୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ପିଲମାନେ ଏଣିକି ସହଜ କରିପାରିବେ ‘କାଳିଆ ସ୍କଲାରସିପ୍’ ପାଇଁ ଆବେଦନ। ନାମଲେଖା ପାଇଁ ଆବେଦନ ସମୟରେ ବୃତ୍ତି ବାବଦରେ ସମସ୍ତ ତଥ୍ୟ ପାଇ ପାରିବେ। ସେହିପରି ବର୍ଷକୁ ୨ ଥର କାଳିଆ ବୃତ୍ତି ଲାଗି ଆବେଦନ କରିପାରିବେ। ଜୁଲାଇରୁ ଅଗଷ୍ଟ ପ୍ରଥମ ଦଫା ଏବଂ ନଭେମ୍ୱରରୁ ଡିସେମ୍ୱର ଦ୍ୱିତୀୟ ଦଫାରେ ଛାତ୍ରଛାତ୍ରୀ ଆବେଦନ କରିବେ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୃତ୍ତି ବାବଦରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ବ୍ୟବସ୍ଥାର ସରଳୀକରଣ ପାଇଁ ନିଷ୍ପତ୍ତି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଘରୋଇ ଓ ସରକାରୀ କଲେଜରେ ପିଜି ଭଳି ସମସ୍ତ କୋର୍ସ କରୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ କାଳିଆ ସ୍କଲାରସିପ ପ୍ରଦାନ କରାଯିବ। ମେଡିକାଲ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା, ଆଇଆଇଟି, ଆଇଆଇଏମ, ଏନଆଇଟି, ପିଜି ମେଡିକାଲ ସାଇନ୍ସ, ପିଜି ଏଗ୍ରିକଲଚର ସାଇନ୍ସ, ଏମ-ଟେକ, ଏମଏସସି କୋର୍ସ କରୁଥିବା ପିଲାମାନେ ମଧ୍ୟ ସ୍କଲାରସିପର ଲାଭ ନେଇପାରିବେ। କାଳିଆ ଯୋଜନା ଅଧୀନରେ ଥବା ହିତାଧିକାରୀଙ୍କ ପିଲାମାନଙ୍କୁ ରାଜ୍ୟ ସରକାର ୨୦୨୧-୨୨ବର୍ଷରୁ କାଳିଆ ଛାତ୍ରବୃତ୍ତି ପ୍ରଦାନ କରିଆସୁଛନ୍ତି।

ମହିଳାଙ୍କୁ ଏବେ ମିଳିବ ଅଧିକ ପେନସନ; ଜଲଦି ଚେକ କରନ୍ତୁ
କାଳିଆ ଛାତ୍ରବୃତ୍ତିର ଲାଭ


-ଏହା ଯୋଜନା ଅଧିନରେ ହିତାଧିକାରୀଙ୍କ ପିଲାମାନଙ୍କୁ କୋର୍ସ ଫି ଠାରୁ ଆରମ୍ଭ କରି ହଷ୍ଟେଲ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି।

-ଏହି ସ୍କଲାରସିପ ଯୋଜନା ଛାତ୍ରଛାତ୍ରୀଙ୍କ ନିକଟରେ କିପରି ସହଜରେ ପହଁଞ୍ଚିପାରିବ ତାର ସରଳୀକରଣ ବ୍ୟବସ୍ଥା ଲାଗି ସରକାର ଯୋଜନା କରିଛନ୍ତି।

-ବୃତ୍ତିଗୁଡ଼ିକ ବିଷୟରେ ଅନେକ ଛାତ୍ରଛାତ୍ରୀ ଜାଣିପାରୁନାହାଁନ୍ତି। ତେଣୁ ସାମ୍ସ ପୋର୍ଟାଲ ସହିତ ଏଣିକି ‘ଷ୍ଟେଟ୍‌‌ ସ୍କଲାରସିପ ପୋର୍ଟାଲ’କୁ ଯୋଡାଯିବ। ଯାହା ଦ୍ୱାରା ନାମ ଲେଖା ସମୟରେ ପିଲାମାନେ ପୋର୍ଟାଲ ଦେଖି ବୃତ୍ତି ଆବେଦନ କରିପାରିବେ।
Published by:Soumya Das
First published: