MLA କଲୋନୀ ଗଛ କଟାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ; ବର୍ଷ ବର୍ଷ ଧରି ଗଛ ମୂଳରେ ପଢୁଥିଲେ ପାଠ

ଏଜୁକେସନ ହବରେ ଲାଇବ୍ରେରୀ ଠୁ ଆରମ୍ଭ କରି କୋଚିଂ ସେଣ୍ଟର ସବୁ ମହଙ୍ଗା। ଏଭଳି ସ୍ଥିତିରେ ଅନେକ ପିଲା ଲାଇବ୍ରେରୀରୁ ବହି ଆଣି ଏମଏଲଏ କଲୋନୀ ଭିତର ପାର୍କରେ ପାଠ ପଢୁଥିଲେ। ମାସେ କି ଛଅ ମାସ ନୁହେଁ ବର୍ଷ ବର୍ଷ ଧରି ଏଠାରେ ପିଲାମାନେ ବସି ପାଠପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

MLA କଲୋନୀ ଗଛ କଟାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

MLA କଲୋନୀ ଗଛ କଟାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

  • Share this:
News18 Odia Digital

ଭୁବନେଶ୍ବର: ଏମଏଲଏ କଲୋନୀ ଗଛ କଟାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ବର୍ଷ ବର୍ଷ ଧରି ଏମଏଲଏ କଲୋନୀ ପାର୍କ ପରିସର ଗଛ ମୂଳ ପାଠପଢ଼ା ପାଇଁ ସାହା ଭରସା ପାଲଟିଥିବା ବେଳେ ଏବେ ଗଛ କଟାକୁ ନେଇ ଚିନ୍ତାରେ ସମସ୍ତେ। ଭୁବନେଶ୍ୱର ଭିତରେ ଏଭଳି ସବୁଜିମା କି କୌଣସି ପାର୍କ ନାହିଁ ଯେଉଁଠି ବସି ପାଠପଢ଼ି ହେବ। ଲାଇବ୍ରେରୀ ବା କୋଚିଂ ଯାଇ ପଢ଼ିବା କଷ୍ଟକର ହେଉଥିବାବେଳେ ଏମଏଲଏ କଲୋନୀ ଗଛ ମୂଳ ଥିଲା ସାହାରା। ହେଲେ ଏବେ ପିଲା କେଉଁଠି ପଢ଼ିବେ ତାକୁ ନେଇ ଚିନ୍ତାରେ ସମସ୍ତେ।

କିଏ ରେଲୱେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି ତ କିଏ ଏଏସ ଓ ପରୀକ୍ଷା ପାଇଁ। କମ୍ପିଟେଟିଭ ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲାରୁ ଅନେକ ଛାତ୍ରଛାତ୍ରୀ ଆସିଥାନ୍ତି ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ। ଏଜୁକେସନ ହବରେ ଲାଇବ୍ରେରୀ ଠୁ ଆରମ୍ଭ କରି କୋଚିଂ ସେଣ୍ଟର ସବୁ ମହଙ୍ଗା। ଏଭଳି ସ୍ଥିତିରେ ଅନେକ ପିଲା ଲାଇବ୍ରେରୀରୁ ବହି ଆଣି ଏମଏଲଏ କଲୋନୀ ଭିତର ପାର୍କରେ ପାଠ ପଢୁଥିଲେ। ମାସେ କି ଛଅ ମାସ ନୁହେଁ ବର୍ଷ ବର୍ଷ ଧରି ଏଠାରେ ପିଲାମାନେ ବସି ପାଠପଢ଼ି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।

ସାଙ୍ଗ ସାଥି ହୋଇ ବା ଇଣ୍ଟରନେଟ ବ୍ୟବହାର କରି ଦିନ ତମାମ ଗଛ ମୂଳ ଛାଇରେ ପଢୁଥିଲେ। ହେଲେ ଏବେ କଲୋନୀରେ ନୂଆ କ୍ବାର୍ଟର୍ସ ନିର୍ମାଣ ପାଇଁ ଟଳି ପଡ଼ିଛି ବହୁ ପୁରୁଣା ବିରାଟ ଗଛ। ଯାହାକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଆଉ ଅଳ୍ପ କିଛି ବାକି ଥିବାବେଳେ ଆଗକୁ କେଉଁଠି ବସି ପଢ଼ିବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସହର ଭିତରେ ସେଭଳି ସବୁଜିମା ବା ପାର୍କ ନାହିଁ ଯେଉଁଠି ଛାଇ ଅଛି। ବାଧ୍ୟ ହୋଇ ଭଡ଼ା ଘରେ ବସି ପଢ଼ିବେ ନଚେତ ଗାଁକୁ ଫେରିବୁ ବୋଲି କହିଛନ୍ତି ଅନେକ ଛାତ୍ରଛାତ୍ରୀ।

"ଭୁବନେଶ୍ୱରରେ ପ୍ରାଇଭେଟ ଲାଇବ୍ରେରୀ ବା କୋଚିଂ ସେଣ୍ଟରରେ ପଢ଼ିବା ଅତ୍ୟଧିକ ମହଙ୍ଗା। ଷ୍ଟେଟ ଲାଇବ୍ରେରୀରୁ ବହି ଆଣି ଏଠି ପଢ଼ିବାକୁ ସୁବିଧା ହୁଏ। ହେଲେ ଏବେ ଗଛ କାଟିବା ଦ୍ୱାରା ଆମେ ହଇରାଣ ହେବୁ," କହିଛନ୍ତି ଜଣେ ପରୀକ୍ଷାର୍ଥୀ ଦୀପକ ଦାଶ।

"ମୁଁ ୪ ବର୍ଷ ହେବ ଏଠି ରେଲୱେ ପରୀକ୍ଷା ପାଇଁ ପ୍ରିପେୟାର ହେଉଛି। ଏଠି ଅନେକ ଗଛ ଥିବାରୁ ବସି ପଢ଼ିବାକୁ ସୁବିଧା ହୁଏ। ଶାନ୍ତ ପରିବେଶ ସାଙ୍ଗକୁ ଗଛ ଛାଇରେ ପଢ଼ିବା ସୁବିଧା ହୁଏ। ସବୁବେଳେ ମୁଁ ଏଠାକୁ ଆସେ। ହେଲେ ଏବେ ଗଛ କାଟିବା ଦ୍ୱାରା ଆଉ ଆସି ହେବନାହିଁ। ରୁମରେ ରହି ପଡ଼ିବି,’’ କହିଛନ୍ତି ଆଉ ଜଣେ ପରୀକ୍ଷାର୍ଥୀ ବିଷ୍ଣୁ ତ୍ରିପାଠୀ।

ସେପଟେ ଗଛ କଟାକୁ କେନ୍ଦ୍ର କରି ମହାନଦୀ ବଞ୍ଚାଓ ଆନ୍ଦୋଳନ କମିଟି ଓ ପ୍ରେରଣା ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଗଛ କଟା ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ନିଆରା ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଚିତ୍ରଙ୍କନ ମାଧ୍ୟମରେ ଗଛ କଟା ରୋକିବାକୁ ଚାଲିଛି ଅନୁରୋଧ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ନିମନ୍ତେ ଚିତ୍ର ଆଙ୍କି ବାର୍ତ୍ତା ଦେଇଛନ୍ତି।

ଚିତ୍ର ଜରିଆରେ ବଡ଼ ଲୋକଙ୍କୁ ବାର୍ତ୍ତା ଦେଉଛନ୍ତି କୁନି କୁନି ପିଲା। ପରିବେଶବିତଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ନୂଆ ସବୁଜ ବଳୟ ସୃଷ୍ଟି କରିବା ସହ ଗଛ କଟା ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ସହର ଭିତରେ ଥିବା ଜଳାଶୟ ପୋତି ହୋଇଗଲା। ଏବେ ଗଛ କଟା ହେଲେ ସବୁଜିମା ନଷ୍ଟ ହେବ। ଫଳରେ ସହର ଭିତରେ କଂକ୍ରିଟ ଜଙ୍ଗଲରେ ରହିବା ଆଗକୁ କଷ୍ଟକର ହେବ ବୋଲି ପରିବେଶବିତ କହିଛନ୍ତି।

ଗୋଟିଏ ପଟେ ଶହର ଉପକଣ୍ଠରେ ନଦୀ ପଠାରେ ଜଙ୍ଗଲ ପାର୍କ ସୃଷ୍ଟି କରିବାକୁ ସରକାର ଯୋଜନା କରୁଛନ୍ତି। ସହରି ଲୋକଙ୍କୁ ଜଙ୍ଗଲର ମଜା ଦେବା ପାଇଁ ଆରମ୍ଭ ହୋଇଛି ନଗର ବନ ପ୍ରକଳ୍ପ। ହେଲେ ସହର ଭିତରେ ଥିବା ଜଙ୍ଗଲ ନଷ୍ଟ କରି କଂକ୍ରିଟ ଜଙ୍ଗଲ କରିବାରେ ବ୍ୟସ୍ତ ସରକାର।
Published by:Lipina Das
First published: