ମାଟ୍ରିକ ଫଳାଫଳ ଘୋଷଣା ହବା ପୂର୍ବରୁ ଛାତ୍ରୀଙ୍କ ଆତ୍ମହତ୍ୟା

ପରୀକ୍ଷା ଫଳ ପ୍ରକାଶ ପାଇବା ଆଗରୁ ଏକ ଘରୋଇ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବି -୧ ଗ୍ରେଡ୍ ରଖି  ବୋର୍ଡ ପରୀକ୍ଷାରେ ୬୦୦ ମାର୍କ ମଧ୍ୟରୁ ୪୨୧ ରଖି କୃତକାର୍ଯ୍ୟ ହୋଇଛନ୍ତି।

ଆତ୍ମହତ୍ୟା କଲେ ପରିବାରର ୫ସଦସ୍ୟ (ପ୍ରତୀକାତ୍ମକ ଛବି)

ଆତ୍ମହତ୍ୟା କଲେ ପରିବାରର ୫ସଦସ୍ୟ (ପ୍ରତୀକାତ୍ମକ ଛବି)

  • Share this:
News18 digital

ଦଶମ ବୋର୍ଡ  (ଏଚଏସସି) ପରୀକ୍ଷା ଫଳାଫଳ ଘୋଷଣା ହେବାର ଏକ ଘଣ୍ଟା ପୂର୍ବରୁ ବୁଧବାର ଦିନ ଓଡିଶାର ଗଞ୍ଜାମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏକ ଘରୋଇ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ  ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ କହିବା ଅନୁଯାୟୀ  ଯେ ୧୫ ବର୍ଷର ଛାତ୍ରୀ ଜଣକ ବାଳିକା ମାମୁଁ ଘରେ ଦିଗପହଣ୍ଡିରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ ।

ଖବର ଅନୁଯାୟୀ, ମୃତ ଛାତ୍ରୀ ଜଣକ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟ ଖାରଦା ଗାଁର କାଳିଆ ଜେନାଙ୍କ ଝିଅ କଳ୍ପନା ଜେନା ବୋଲି ଜଣାପଡିଛି। ବୋର୍ଡ ପରୀକ୍ଷା ପରେ ସେ ତାଙ୍କ ମାମୁଁ ନରସିଂହ ଜେନାଙ୍କ ସହ ଦିଗପହଣ୍ଡି  ରାଣୀ ସାହିରରେ ରହୁଥିଲେ।ଏହି ଘଟଣା ସକାଳ ପ୍ରାୟ ୧୧ ଟା ସମୟରେ ଘଟିଥିଲା, ଯେତେବେଳେ କିଛି ପଡ଼ୋଶୀ ତାଙ୍କ ଘରୁ  କାନ୍ଦଣା ଶୁଣିଲେ ଓ ତାଙ୍କ ଘର ଭିତରୁ  ଧୂଆଁ ବାହାରୁଥିବାର ଦେଖିଲେ। ଯଦିଓ ସେମାନେ କବାଟ ଭାଙ୍ଗି  ଖୋଲିଥିଲେ, ସେତେବେଳେ ସେ ସଂପୂର୍ଣ୍ଣ ଜଳି ହୋଇଯାଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ସେଠାରେ ମୃତ ଘୋଷଣା କରିଥିଲା।

ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଆମେ ସନ୍ଦେହ କରୁଛୁ ଯେ ସେ ପରୀକ୍ଷାରେ ଫେଲ ହେବେ ବୋଲି ଆଶଙ୍କା କରି ସେ ଆତ୍ମହତ୍ୟା କରିଛନ୍ତି। ନାବାଳିକା ଜଣକ କିନ୍ତୁ ବି -୧ ଗ୍ରେଡ୍ ରଖି  ବୋର୍ଡ ପରୀକ୍ଷାରେ ୬୦୦ ମାର୍କ ମଧ୍ୟରୁ ୪୨୧ ରଖି କୃତକାର୍ଯ୍ୟ ହୋଇଛନ୍ତି।
Published by:Soumya Das
First published: