ବାଇକ ଧକ୍କାରେ ଗୁରୁତର ମାଟ୍ରିକ ପରୀକ୍ଷାର୍ଥୀ; ଦେଇପାରିଲେନି ପରୀକ୍ଷା

ଦୁର୍ଘଟଣା ନଷ୍ଟ କରିଦେଲା ଭବିଷ୍ଯତ, ଏବେ ହସ୍ପିଟାଲ ବେଡରେ ମାଟ୍ରିକ ପରୀକ୍ଷାର୍ଥୀ ।

ଦେଇପାରିଲେନି ପରୀକ୍ଷା

ଦେଇପାରିଲେନି ପରୀକ୍ଷା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କେନ୍ଦୁଝର: ଦୁଇ ବାଇକ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ମାଟ୍ରିକ ଛାତ୍ର ଗୁରୁତର ହୋଇଛନ୍ତି । ଯେଉଁଥିପାଇଁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବିଏନ୍‌ ହାଇସ୍କୁଲ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ପରୀକ୍ଷା ଦେବାକୁ ଆସିବା ବେଳେ ଘଟିଲା ବଡ଼ ଦୁର୍ଘଟଣା । ସକାଳୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଜଙ୍ଘାର ଗ୍ରାମର ରୁଦ୍ରନାରାୟଣ ଘଡେଇ ବାପାଙ୍କ ସହ ବାଇକରେ ବିଏନ ହାଇସ୍କୁଲକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯାଉଥିଲେ । ଏହି ସମୟରେ ବିଏନ ହାଇସ୍କୁଲ ନିକଟରେ ସମ୍ମୁଖରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲେ । ଫଳରେ ରୁଦ୍ରନାରାୟଣଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ହଷ୍ଟେଲରେ ରୋଷେୟାଙ୍କୁ ସାହାଯ୍ଯ କରୁଥିଲେ ଛାତ୍ର; ଚାଲିଗଲା ଜୀବନ

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଦୁଇ ବାଇକ୍ କୁ ଜବତ କରି ତଦନ୍ତ ଚଳାଇଛି ।
Published by:Soumya Das
First published: