News 18 Odia Digital
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ହେବ ଟ୍ରାଫିକ ଧରପଗଡ଼ । ଟ୍ରାଫିକ ନିୟମ (traffic rules) ଖିଲାପକାରୀଙ୍କୁ ଧରିବ ପରିବହନ ବିଭାଗ (Transport Department )। ମୋଟା ଅଙ୍କର ଫାଇନ୍ ସହ ସିଜ୍ ହେବ ଗାଡ଼ି (vehicle ) । ଦରକାର ହେଲେ ରୁଜୁ ହେବ କେସ୍ (case) । ପ୍ରତି ଜିଲ୍ଲାରେ ଚାଲିବ ଏହି ସ୍ପେଶାଲ ଡ୍ରାଇଭ । ସକାଳ ୯ରୁ ବିଳମ୍ବିତ ରାତି ଯାଏଁ ଚାଲିବ ଯାନବାହନ ଯାଞ୍ଚ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖିବ ପରିବହନ ବିଭାଗର ସ୍ପେଶାଲ ସ୍କ୍ବାଡ୍ ।
ଏଥିସହ ଏପ୍ରିଲ ପ୍ରଥମ ସପ୍ତାହକୁ "ଜିରୋ ଫାଟାଲିଟି ସପ୍ତାହ" ଭାବେ ପାଳନ କରାଯିବ । ଏପ୍ରିଲ ୧ରୁ ୭ ରାଜ୍ୟ ସାରା ହେବ ବଡ଼ ଧରଣର ଚଢ଼ାଉ । ଏଥିପାଇଁ ପରିବହନ ମନ୍ତ୍ରୀ, ସଚିବ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ବୈଠକ ବସି ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ୫ ହଜାର ଟଙ୍କା, ଅବୈଧ ଲାଇସେନ୍ସ ଥାଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଫାଇନ୍ (fine) ପଡ଼ିବ । ୧୮ ବର୍ଷରୁ କମ୍ ବୟସ୍କ ଗାଡ଼ି ଚଳାଉଥିଲେ ୨୫ ହଜାର ଟଙ୍କା ଫାଇନ୍ ଦେବେ । ଇନସ୍ୟୁରାନ୍ସ ନ ଥିଲେ ୨ ହଜାର ଟଙ୍କା, ବିନା ଅନୁମତିରେ ଜରୁରୀକାଳୀନ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା, ପରମିଟ୍ ନ ଥିଲେ ୧୦ ହଜାର ଟଙ୍କା, ରେଜିଷ୍ଟ୍ରେସନ (registration) ଓ ଏଫସି ନ ଥିଲେ ୫ ହଜାର ଟଙ୍କା ଫାଇନ୍ ଗଣିବାକୁ ପଡ଼ିବ । ସେହିପରି ଅନଧୀକୃତ ବ୍ୟକ୍ତି ଗାଡ଼ି ଚଳାଉଥିଲେ ୫ ହଜାର ଟଙ୍କା, ଷ୍ଟପ୍ ସାଇନ ଉଲ୍ଲଂଘନ କଲେ ୫ ହଜାର ଟଙ୍କା, କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ନ ମାନିଲେ ୨ ହଜାର ଟଙ୍କା ଏବଂ ପଲ୍ୟୁସନ ସାର୍ଟିଫିକେଟ୍ ନ ଥିଲେ ୧୦ ହଜାର ଟଙ୍କାର ଫାଇନ୍ ପଡ଼ିବ ।
ସୂଚନାଯୋଗ୍ୟ, ନିକଟରେ ସାରା ରାଜ୍ୟର ଅନେକ ସ୍ଥାନରେ ନାବାଳକ ତଥା ଛାତ୍ରଛାତ୍ରୀ ମାନଙ୍କ ପାଇଁ କଡାକଡି ଚେକିଂ ବ୍ୟବସ୍ଥା କରାଯାଇଛି । କଟକ, ରାଉରକେଲା ସମେତ ଅନେକ ସହରରେ କିଛି ନାବାଳକ ଟ୍ରାଫିକ୍ ପୋଷ୍ଟରେ ବିନା ହେଲମେଟରେ ଧରାପଡିଥିଲେ । ସେମାନଙ୍କ ଗାଡି ଜବତ କରାଯିବା ସହ ଚାଲାଣ ମଧ୍ୟ କଟାଯାଇଥିଲା । ଅଭିଭାବକମାନେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଗାଡି ନଦେବାକୁ ମନାକରାଯାଇଛି । ଯିଏ ଏଥିରେ ଖିଲାପ କରୁଛି ସେପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପରିବହନ ବିଭାଗ ।
ଏହି ଖବର ପଢ଼ନ୍ତୁ -
ଓଡ଼ିଆ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର; ଓଡ଼ିଆ ଭାଷାରେ ପ୍ରସାରିତ ହେବ ଆଇପିଏଲPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।