ଷଣ୍ଢ ଉପଦ୍ରବରୁ ମୁକ୍ତ ହେବ ସ୍ମାର୍ଟ ସିଟି ଭୁବନେଶ୍ବର; ରାଜଧାନୀର ଷଣ୍ଢଙ୍କୁ ଢେଙ୍କାନାଳରେ ଥଇଥାନ କରିବ BMC

ଭୁବନେଶ୍ୱରର ରାଜରାସ୍ତାରେ ଓ ଗଳିକନ୍ଦିରେ ଗତ କିଛି ମାସ ହେଲା ଷଣ୍ଢଙ୍କ ଉତ୍ପାତ ବଢୁଥିବା ପରିଲକ୍ଷିତ ହେଉଛି । ଗତ ୨୬ ତାରିଖରେ ଷଣ୍ଢ ଆକ୍ରମଣରେ ରାଜଧାନୀର ଧଉଳି ଅଞ୍ଚଳରେ ପ୍ରାଣ ହରାଇଥିଲେ ଜଣେ ମହିଳା ।

ଷଣ୍ଢ ଉପଦ୍ରବରୁ ମୁକ୍ତ ହେବ ସ୍ମାର୍ଟ ସିଟି ଭୁବନେଶ୍ବର; ରାଜଧାନୀର ଷଣ୍ଢଙ୍କୁ ଢେଙ୍କାନାଳରେ ଥଇଥାନ କରିବ BMC
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 31, 2020, 6:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ସିଟି ହେବା ଦିଗରେ କ୍ରମାଗତ ଅଗ୍ରସର ହେଉଥିବା ବେଳେ ଏଠାରେ ଦିନକୁ ଦିନ ବଢ଼ୁଥିବା ଷଣ୍ଢ ଉପଦ୍ରବରୁ ସହରକୁ ମୁକ୍ତ କରିବା ପାଇଁ ମହମନଗର ନିଗମ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ରାଜଧାନୀର ଷଣ୍ଢଙ୍କୁ ଢେଙ୍କାନାଳରେ ଥଇଥାନ କରିବାକୁ ଯୋଜନା କରୁଛି ଭୁବନେଶ୍ୱର ମହାନଗର ନିଗମ (BMC) ।

ଏହି ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗକୁ ଚିଠି ଲେଖିଛି ବିଏମ୍‌ସି । ଢେଙ୍କାନାଳରେ ପ୍ରାଣୀ ସମ୍ପଦ ବିଭାଗର ୭୦ ଏକର ଜମି ରହିଛି । ଏହି ଜମିକୁ ବିଏମ୍‌ସିକୁ ହସ୍ତାନ୍ତର କରିବାକୁ ଚିଠି ଲେଖିଛନ୍ତି ବିଏମ୍‌ସି କମିସନର ।

ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଓ ଗଳିକନ୍ଦିରେ ଗତ କିଛି ମାସ ହେଲା ଷଣ୍ଢଙ୍କ ଉତ୍ପାତ ବଢୁଥିବା ପରିଲକ୍ଷିତ ହେଉଛି । ବିଭିନ୍ନ କଲୋନୀର ବାସିନ୍ଦାମାନେ ପ୍ରତିକାର ପାଇଁ ବାରମ୍ବାର ଦାବି କରିଥିଲେ ବି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଲୋକଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି ।

ଗତ ୨୬ ତାରିଖରେ ଷଣ୍ଢ ଆକ୍ରମଣରେ ରାଜଧାନୀର ଧଉଳି ଅଞ୍ଚଳରେ ପ୍ରାଣ ହରାଇଥିଲେ ଜଣେ ମହିଳା । ଭବାନୀ ବରାଳ ନାମକ ଏହି ମଧ୍ୟବୟସ୍କା ମହିଳା ସକାଳୁ ସକାଳୁ ଫୁଲ ତୋଳିବାକୁ ବାହାରକୁ ଯାଇଥିବା ବେଳେ ହଠାତ୍ ଏକ ଷଣ୍ଢ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଆହତ ହୋଇ ସେ ତଳେ ପଡ଼ିଗଲା ପରେ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ହସପିଟାଲକୁ ନେଇଯାଇଥିଲେ, ମାତ୍ର ଚ଼ିକିତ୍ସା ଆରମ୍ଭ ହେବାର କିଛି ମିନିଟ୍‌ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା ।



ଧଉଳିରେ ମହିଳାଙ୍କ ମୃତ୍ୟୁ ପରେ ଲୋକେ ଦୋଷୀ ଷଣ୍ଢଟିକୁ ଖୁବ୍‌ ପିଟିଥିଲେ ।

ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ଯେ ଷଣ୍ଢଟି ଗତ କିଛି ଦିନ ହେଲା ସେହି ଅଞ୍ଚଳରେ ଆତଙ୍କ ରାଜ ଚ଼ଳାଇଥିଲା । ଆଗରୁ ବି ସେହି ଷଣ୍ଢର ଆକ୍ରମଣରେ ଦୁଇ ଜଣ ଲୋକ ଆହତ ହୋଇଥିଲେ । ତେଣୁ ରାତି ଅନିଦ୍ରା ହୋଇ ସେ ଅଞ୍ଚଳର ଲୋକେ ଷଣ୍ଢଟିକୁ ଘଉଡାଇବବାରେ ଲାଗିଥିଲେ । ସେହି ଷଣ୍ଢ ଆକ୍ରମଣରେ ମହିଳାଙ୍କ ପ୍ରାଣ ଯିବା ପରେ ଲୋକେ ତାକୁ ପଥର ମାଡ଼ କରିଥିଲେ ଓ ବାଡ଼ିରେ ନିର୍ଧୂମ ପିଟିଥିଲେ । ପରେ ବିଏମସିର ଏକ ଟିମ୍ ଆସି ଷଣ୍ଢଟିକୁ ଉଦ୍ଧାର କରିଥିଲା ।

ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ରାସ୍ତା, ସ୍କୁଲ କଲେଜ ଓ ବଜାର ଆଦି ସ୍ଥାନରେ ଚିନ୍ତା ବଢାଇଛନ୍ତି ଷଣ୍ଢମାନେ । ସହରର ବିଭିନ୍ନ ସ୍ଥାନରେ ରହିଛି କାଞ୍ଜିଆହୁଦା, ହେଲେ ଷଣ୍ଢ ସମସ୍ୟାର ନିୟନ୍ତ୍ରଣ କରିବା ଲାଗି ବିଏମସି ପଦକ୍ଷେପ ନେଉ ନ ଥିବାରୁ ସେସବୁ ପାଲଟିଛି ଅକାମୀ ।
First published: January 31, 2020, 6:52 PM IST
corona virus btn
corona virus btn
Loading