Valentine Day: ଏମିତି କେହି ପ୍ରପୋଜ୍ କରିଥିବା ଦେଖିଛନ୍ତି? VIDEO ଦେଖନ୍ତୁ, ହେଲେ ଟ୍ରାଇ କରନ୍ତୁ ନାହିଁ!

ସୋସିଆଲ୍ ମିଡି଼ଆରେ ପ୍ରପୋଜ୍ କରିବାକୁ ନେଇ ଅନେକ ମିମ୍ ଓ ଥଟ୍ଟା ଥିବା ଭିଡିଓ ଘୂରି ବୁଲୁଛି । ଏମିତି ଗୋଟିଏ ଅଣପାରମ୍ପରିକ 'ରୋମାଣ୍ଟିକ୍ ଦୃଶ୍ୟ' ଦେଖାଉଥିବା ଭିଡିଓ ଭାଇରାଲ୍ ହେଉଛି ଓ ଅନେକ ହାସ୍ୟରସ ସୃଷ୍ଟି କରିଛି ।

ସେହି ଅଣପାରମ୍ପରିକ ପ୍ରପୋଜାଲ ଭିଡିଓର ଏକ ଦୃଶ୍ୟ

ସେହି ଅଣପାରମ୍ପରିକ ପ୍ରପୋଜାଲ ଭିଡିଓର ଏକ ଦୃଶ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଏବେ ଭାଲେଣ୍ଟାଇନ୍‌ ସପ୍ତାହ (Valentine Week) ଚାଲିଛି । ତେଣୁ ପ୍ରେମ କରୁଥିବା ଅନେକ ଯୁବକ ଓ ଯୁବତୀ ପରସ୍ପରକୁ ପ୍ରପୋଜ୍‌ କରିବା (propose, ପ୍ରସ୍ତାବ ଦେବା) ପାଇଁ ପ୍ରସ୍ତୁତ ହେଉଥିବେ । କେତେକ ହୁଏତ ପ୍ରପୋଜ୍‌ ଡେ (Propose Day) ଦିନ ଏହା କରି ବି ସାରିଥିବେ । ପ୍ରପୋଜ କରିବାର ପ୍ରକ୍ରିୟା ବିଷୟରେ ସୋସିଆଲ୍‌ ମିଡି଼ଆରେ ଅନେକ ପ୍ରକାର ଉପଦେଶ ଓ ତଥ୍ୟ ଆସୁଛି । ଏହାପି ଭିତରେ ଏକ ମଜାଦାର୍‌ ଭିଡିଓ ବି ଭାଇରାଲ୍‌ ହେଉଛି ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ପ୍ରେମରେ ପଡ଼ିଥିବା ଲୋକେ ନିଜର ସେହି ବିଶେଷ ବ୍ୟକ୍ତିଙ୍କୁ ନିଜ ମନର ଭାବନା ପ୍ରକାଶ କରିବା ପାଇଁ ସୃଜନଶୀଳ ଓ ଅଭିନବ ଉପାୟ ଖୋଜୁଥାନ୍ତି ।ମହମବତୀ ରାତ୍ରୀ-ଭୋଜନ (candle light dinner) ଠାରୁ ଆରମ୍ଭ କରି ମହଙ୍ଗା ଉପହାର ପର୍ଯ୍ୟନ୍ତ ଆପଣଙ୍କ ପ୍ରେମର ପ୍ରସ୍ତାବକୁ ସେ ଗ୍ରହଣ କରିବା ପର୍ଯ୍ୟନ୍ତ ହୃଦୟର ଗତି ତୀବ୍ର ରହିଥାଏ । କେତେକ ପ୍ରେମୀ ଯୁଗଳ ନୂଆ ଓ ଅଶୁଣା ଉପାୟରେ ପ୍ରପୋଜ୍‌ କରିବାକୁ ବି ଚେଷ୍ଟା କରନ୍ତି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା

ସୋସିଆଲ୍ ମିଡି଼ଆରେ ପ୍ରପୋଜ୍‌ କରିବାକୁ ନେଇ ଅନେକ ମିମ୍ ଓ ଥଟ୍ଟା ଥିବା ଫଟୋ ଓ ଭିଡିଓ ଘୂରି ବୁଲୁଛି । ଏହି ପରି ଗୋଟିଏ ଭିଡିଓ ଭାଇରାଲ୍‌ ହେଉଛି ଯାହା ଏକ ଅଣପାରମ୍ପରିକ 'ରୋମାଣ୍ଟିକ୍ ଦୃଶ୍ୟ' ଦେଖାଉଛି । ଏହି ଭିଡିଓଟି ଇଣ୍ଟରନେଟରେ ଅନେକ ହାସ୍ୟରସ ସୃଷ୍ଟି କରିଛି । ସୋସିଆଲ ମିଡି଼ଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଏହି ଭିଡିଓ କ୍ଲିପକୁ ଅନେକ ଲୋକ ଶେୟାର୍‌ କରୁଛନ୍ତି ।

ଏଇଠି ଦେଖନ୍ତୁ ସେହି ଭିଡିଓ:



ଅସଲରେ ଏହି ଭିଡିଓ କ୍ଲିପ୍ ୧୯୮୩ ମସିହରେ ମୁକ୍ତିଲାଭ କରିଥିବା ପାକିସ୍ତାନୀ ଫିଲ୍ମ ‘ସାହିବ ଜୀ’ର (Pakistani film Sahib Jee) ଏକ ଦୃଶ୍ୟ । ଏହା ପୂର୍ବରୁ ବି ଅନେକ ଥର ଭାଇରାଲ୍‌ ହୋଇଥିଲା । ଏବେ ପୁଣି ଆଉ ଥରେ ଭାଇରାଲ୍‌ ହେବାରେ ଲାଗିଛି । ଏହି ଦୃଶ୍ୟକୁ ଦେଖି ଆପଣ ଏହାକୁ ନିଜ ପାର୍ଟନରଙ୍କ ସହ ଟ୍ରାଇ କରିବେ ନାହିଁ ବୋଲି ଆଶା କରାଯାଏ!



ଟ୍ୱିଟରରେ ଏହି ଭିଡିଓ କ୍ଲିପକୁ ନେଇ ଲୋକେ ଅନେକ ମଜାଦାର କଥା ଲେଖୁଛନ୍ତି । ଜଣେ ଟ୍ୱିଟର୍‌ ଉପଭୋକ୍ତା ଲେଖିଛନ୍ତି, “ପ୍ରପୋଜ କରିବାର ଏହି ଉପାୟ ୧୦୦% କାମ କରେ ।’’
Published by:Anand ST Das
First published: