ଭୁବନେଶ୍ୱରରେ ବଢ଼ୁଥିବା ଷ୍ଟ୍ରିଟ୍ କ୍ରାଇମ୍ ରୋକିବା ନୂଆ DCP ଉମାଶଙ୍କରଙ୍କ ପାଇଁ ଚ୍ୟାଲେଞ୍ଜ ହେବ

ରାଜଧାନୀ ଭୁବନେଶ୍ୱରର ଏକ ରାସ୍ତାରେ ଘଟିଥିବା ଏକ ଦୁଃସାହସିକ ଚେନ୍ ସ୍ନାଚିଂ ଘଟଣା ଓ ନିକଟରେ ଘଟିଥିବା ଏହି ପ୍ରକାରର ଅପରାଧ ସୂଚାଇ ଦେଇଛି ଯେ ଉମାଶଙ୍କର ଦାଶଙ୍କ ପାଇଁ ଏହି ନୂଆ କାର୍ଯ୍ୟକାଳ ଚ୍ୟାଲେଞ୍ଜରେ ଭରା ରହିବ ।

ଭୁବନେଶ୍ୱରରେ ବଢ଼ୁଥିବା ଷ୍ଟ୍ରିଟ୍ କ୍ରାଇମ୍ ରୋକିବା ନୂଆ DCP ଉମାଶଙ୍କରଙ୍କ ପାଇଁ ଚ୍ୟାଲେଞ୍ଜ ହେବ
ନୂଆ ଡିସିପି ଭାବେ ଡଃ ଉମାଶଙ୍କର ଦାଶ; (ଡାହାଣ) ତମାଣ୍ଡୋ ଚେନ୍ ସ୍ନାଚିଂ ଘଟଣାର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନୂଆ ଡିସିପି ଭାବେ ଡଃ ଉମାଶଙ୍କର ଦାଶ ଆଜି ଯୋଗ ଦେଲେ । ତିନି ଦିନ ପୂର୍ବରୁ ରାଜଧାନୀର ଏକ ରାସ୍ତାରେ ଘଟିଥିବା ଏକ ଦୁଃସାହସିକ ଚେନ୍‌ ସ୍ନାଚିଂ ଘଟଣା ଓ ଏହା ପୂର୍ବରୁ ଘଟିଥିବା ଏହି ପ୍ରକାର ଘଟଣା ସୂଚାଇ ଦେଇଛି ଯେ ତାଙ୍କ ପାଇଁ ଏହି କାର୍ଯ୍ୟକାଳ ଚ୍ୟାଲେଞ୍ଜରେ ଭରା ରହିବ ।

ଜୁଲାଇ ୧୭ ତାରିଖରେ ତମାଣ୍ଡୋ ଅଞ୍ଚଳରେ ଘଟିଥିବା ଚେନ୍‌ ସ୍ନାଚିଂ ଘଟଣା ସିସିଟିଭି କ୍ୟାମେରାରେ କୈଦ୍‌ ହୋଇଛି । ସ୍କୁଟି ଚଳାଇ ଯାଉଥିବା ନର୍ସିଂ ଛାତ୍ରୀ ପଲ୍ଲବୀ ପ୍ରିୟଦର୍ଶନୀ ନାୟକଙ୍କ ଗଳାରୁ ଦୁଇ ଜଣ ଲୁଟେରା ଏକ ପଲସର୍‌ ମୋଟର ସାଇକେଲରେ ପଛରୁ ଆସି ୭୫ ହଜାର ଟଙ୍କାର ସୁନା ଚେନ ଝାମ୍ପି ନେଇଥିଲେ । ପଲ୍ଲବୀ ସ୍କୁଟି ସହ ତଳେ ପଡ଼ିଯାଇଥିଲେ ଓ ଭାଗ୍ୟକୁ ଗୁରୁତର ଆହତ ହୋଇ ନ ଥିଲେ । ଲୁଟେରାମାନେ ଏ ପର୍ଯ୍ୟନ୍ତ ଧରା ପଡ଼ିନାହାଁନ୍ତି ।

’’ସନ୍ଧ୍ୟା ପାଖାପାଖି ୫ଟା ବେଳେ ମୁଁ ସ୍କୁଟି ଚଳାଇ ଯାଉଥିବା ବେଳେ ପଛରୁ ଆସି ସେମାନେ ମୋତେ ଆକ୍ରମଣ କଲେ । ମୁଁ ସ୍କୁଟିରୁ ତଳକୁ ଖସିପଡ଼ିଲି । ମୋ’ ବେକରେ ଥିବା ପ୍ରାୟ ଦେଢ଼ ଭରି ସୁନାର ଚେନ୍‌ ସେମାନେ ଝାମ୍ପି ନେଇ ଚାଲିଗଲେ,’’ କହିଛନ୍ତି ଏକ ଘରୋଇ କଲେଜରେ ନର୍ସିଂ ତୃତୀୟ ବର୍ଷର ଛାତ୍ରୀ ପଲ୍ଲବୀ ।

ଦେଖନ୍ତୁ ସେହି ଚେନ୍‌ ସ୍ନାଚିଂର ସିସିଟିଭି କ୍ୟାମେରା ଭିଡିଓ:



‘‘ଆଜି ଡଃ ଉମାଶଙ୍କର ଦାଶ ନୂଆ ଡିସିପି ଭାବେ ଯୋଗ ଦେଇଛନ୍ତି । ମୁଁ ଆଶା କରୁଛି ଭୁବନେଶ୍ୱରରେ ଏମିତି ଘଟଣା ଘଟିବା ଏବେ ବନ୍ଦ୍‌ ହେବ ଓ ସେହି ଲୁଟେରାମାନେ ଧରାପଡ଼ିବେ । ମୋତେ ମୋ’ ସୁନା ଚେନ୍‌ ବି ଫେରିମିଳିବ,’’ ସେ କହିଛନ୍ତି ।

ଚଳନ୍ତା ସ୍କୁଟିରୁ ତଳକୁ ପଡ଼ିଯିବାରୁ ତାଙ୍କ ଅଣ୍ଟାରେ ଗମ୍ଭୀର ଆଘାତ ଲାଗିଛି । ପଲ୍ଲବୀଙ୍କ ବାପା ପ୍ରଶାନ୍ତ କୁମାର ନାୟକ କହିଛନ୍ତି ଯେ ଲଗାତର ଏମିତି ଘଟଣା ସହରରେ ଘଟୁଥିବାରୁ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି ।

ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉମାଶଙ୍କର ଦାଶ


ଲକଡାଉନ ଓ ସଟଡାଉନ ଉଠିଯିବା ପରେ ଜୁନ୍‌ ଓ ଜୁଲାଇ ମାସ ୧୭ ତାରିଖ ମଧ୍ୟରେ ଭିତରେ ରାଜଧାନୀରେ ପ୍ରାୟ ପ୍ରତି ଦିନ ଲୁଟପାଟ ଘଟଣାର ସୂଚନା ମିଳିଛି, ହେଲେ ଲୁଟେରାମାନେ ଧରା ପଡ଼ିନାହାଁନ୍ତି ।

ଜୁନ ୩୦ ତାରିଖରେ ଠିକ୍‌ ଏମିତି ଢଙ୍ଗରେ ନୟାପଲ୍ଲୀ ଅଞ୍ଚଳର ବ୍ୟାଙ୍କର ଜଣେ ମହିଳା ଅଧିକାରୀଙ୍କ ଠାରୁ ସୁନା ଚେନ ଲୁଟ୍‌ ହୋଇଥିଲା l ପୀଡ଼ିତା ଇଲିନା ପାଟ୍ଟଯୋଶୀ ସକାଳେ ବ୍ୟାଙ୍କକୁ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ତାଙ୍କ ଗଳାରୁ ସୁନା ଚେନ୍‌ ଝାମ୍ଫି ନେଇଥିଲେ  l ସେହି ଲୁଟର ପୂରା ଦୃଶ୍ୟ ବି ରେକର୍ଡ଼ ହୋଇଥିଲା ସିସିଟିଭି କ୍ୟାମେରାରେ l ଏ ସମ୍ପର୍କରେ ସେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ l  ହେଲେ ଲୁଟେରାମାନଙ୍କୁ ଏ ପର୍ଯ୍ୟନ୍ତ ଧରିପାରି ନାହିଁ ପୋଲିସ ।

ଏହା ବି ପଢ଼ନ୍ତୁ: ବିକାଶ ଦୁବେର ପୋଷ୍ଟ ମର୍ଟମ ରିପୋର୍ଟ: ତାକୁ ୬ ଥର ଗୁଳି କରାଯାଇଥିଲା; ୩ଟି ଗୁଳି ଦେହରେ ପଶିଥିଲା

ଦେଖନ୍ତୁ ଫଟୋ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେ

କରୋନା ସଙ୍କଟ ସମୟରେ ଏଭଳି ଲୁଟପାଟ୍‌, ଛିନତାଇ ଓ ରାହାଜାନୀ ଘଟଣା ରୋକିବା ନୂଆ ଡିସିପି ଉମାଶଙ୍କର ଦାଶଙ୍କ ପାଇଁ ହେବ ଏକ ବଡ଼ ଚ୍ୟାଲେଞ୍ଜ l ସଟଡାଉନ ଓ ଲକଡାଉନ ଯୋଗୁଁ ବେକାରୀ ସମସ୍ୟା ବଢୁଥିବାରୁ ନୂଆ ନୂଆ ଅପରାଧୀ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହେଉଥିବା ସୂଚନା ମିଳୁଛି । ଏମିତି ସମୟରେ ଅପରାଧ ନିୟନ୍ତ୍ରଣ କରିବା ଓ ନୂଆ ତିଆରି ହେଉଥିବା ଗ୍ୟାଙ୍ଗ ଉପରେ ରୋକ ଲଗାଇବା ନୂଆ ଡିସିପି ଉମାଶଙ୍କରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ମତ ପ୍ରକାଶ ପାଇଛି l
Published by: Anand Shankar Thankur Das
First published: July 20, 2020, 8:54 PM IST
corona virus btn
corona virus btn
Loading