ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ରୁ ଖସୁଛି ପଥର; ଭୟଭୀତ ସ୍ଥାନୀୟ ବାସିନ୍ଦାଙ୍କ ସହ ପଥଚାରୀ

ସୁରକ୍ଷା ଦୃଷ୍ଟିର ପଥର ଖସିଥିବା ରାସ୍ତାକୁ ବନ୍ଦ କରି ଦିଆଯାଇ ଗୋଟିଏ ଲେନରେ ଯାତାୟତ ଚାଲିଛି। ଜାତୀୟ ରାଜପଥ ପ୍ରଧିକରଣ ସହ ଯୋଗାଯୋଗ କରାଯାଇ ଏହା ସ୍ଥାୟୀ ପ୍ରତିକାର କରାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି।

ଲକ୍ଷ୍ମୀ ଡୁଙ୍ଗୁରୀରୁ ଖସୁଛି ପଥର

ଲକ୍ଷ୍ମୀ ଡୁଙ୍ଗୁରୀରୁ ଖସୁଛି ପଥର

  • Share this:
News 18 Odia Digital

ସମ୍ବଲପୁର:  ସମ୍ବଲପୁର ବରଗଡ ୫୩ ନଂ ଜାତୀୟ ରାଜପଥର ବୁର୍ଲା ମହାନଦୀ ନିକଟରେ ରହିଛି ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼। ଜାତୀୟ ରାଜପଥର ଚାରି ଥାକିଆ କରଣ ପାଇଁ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ କଟାଯିବା ପରେ ପ୍ରତି ବର୍ଷ ବର୍ଷା ଋତୁରେ ପାହାଡରୁ ପଥର ଓ ମାଟି ଅତଡା ଖସୁଛି। ଏବେ ବର୍ଷା ଦିନ ହୋଇଥିବାରୁ ପାହଡରୁ ପଥର ଖସିବା ଆରମ୍ଭ ହେଲାଣି। ବ୍ୟସ୍ଥ ବହୁଳ ଏହି ରାସ୍ତାରେ ପଥର ଖସିବାକୁ ନେଇ ଆଶଙ୍କାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା ଓ ପଥଚାରୀ।

ଏହି ରାସ୍ତା ଦେଇ ସମ୍ବଲପୁରରୁ ବୁର୍ଲା ମେଡିକାଲ, ସମ୍ବଲପୁର ବିଶ୍ବ ବିଦ୍ୟାଳୟ, ଆଇଆଇଏମ, ଭିସୁଟ ଆଦି ଅନୁଷ୍ଠାନକୁ ସବୁ ବେଳେ ଯାତାୟତ ଲାଗି ରହୁଛି। ଏଥି ସହିତ ଏହି ରାସ୍ତା ଦେଇ ବରଗଡ ଓ ରାୟପୁରକୁ ଯାତ୍ରୀବାହୀ ବସ ଓ ବହୁ ଭାରିଯାନ ଯିବା ଆସିବା କରୁଛି।  ଏହି ବ୍ୟସ୍ତବହୁଳ ରାସ୍ତାରେ ପଥର ଓ ମାଟି ଅତଡା ଧସିବାକୁ ବନ୍ଦ କରିବା ପାଇଁ ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ପଥଚାରୀ ।

ପ୍ରତି ବର୍ଷ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡରୁ ବର୍ଷା ଦିନରେ ପଥର ଓ ମାଟି ଅତଡା ଖୁସୁଛି। ଏହା ଏକ ଜାତୀୟ ରାଜପଥ ହୋଇଥିବା ବେଳେ ପଥର ଖସି ରାସ୍ତା ଅବରୋଧ ହେଉଛି ବୋଲି ସମ୍ବଲପୁର ବାସିନ୍ଦା ମନୋହର ସିଂ କହିଛନ୍ତି। ବର୍ଷା ଦିନରେ ପାହଡରୁ ପଥର ଖସୁଥିବାରୁ ଏହି ରାସ୍ତା ଦେଇ ଯିବା ବିପଦ ପୂର୍ଣ୍ଣ। ତେଣୁ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର କରିବାର ଆବଶ୍ୟକତା ରହିଛି ବୋଲି ବୁର୍ଲା ବାସିନ୍ଦା ଉମେଶ ଚନ୍ଦ୍ର ଭୋଳ କହିଛନ୍ତି।

ପଥର ଓ ମାଟି ଅତଡା ଧସିଥିବା ଅଞ୍ଚଳର ସ୍ଥାୟୀ ପ୍ରତିକାର କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପଥର ଧସୁଥିବା ରାସ୍ତାକୁ ବନ୍ଦ କରି ଦିଆଯାଇଥିବା ବେଳେ ଗୋଟିଏ ଲେନରେ ଯାତାୟତ ଚାଲିଛି। ଜାତୀୟ ରାଜପଥ ପ୍ରଧିକରଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଇଛି। ଖୁବ ଶୀଘ୍ର ସ୍ଥାୟୀ ପ୍ରତିକାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୁରକ୍ଷା ଦୃଷ୍ଟିର ପଥର ଖସିଥିବା ରାସ୍ତାକୁ ବନ୍ଦ କରି ଦିଆଯାଇ ଗୋଟିଏ ଲେନରେ ଯାତାୟତ ଚାଲିଛି। ଜାତୀୟ ରାଜପଥ ପ୍ରଧିକରଣ ସହ ଯୋଗାଯୋଗ କରାଯାଇ ଏହା ସ୍ଥାୟୀ ପ୍ରତିକାର କରାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି।
Published by:Soumyashree Mishra
First published: