ଗଞ୍ଜେଇ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଜବତ

ବେଆଇନ ଗଞ୍ଜେଇ ବ୍ଯବସାୟ ଅଭିଯୋଗରେ ଗିରଫ ହୋଇଥିବା ବନମାଳି ପ୍ରଧାନ ଓ ଅରୁଣ କୁମାର ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଏସଟିଏଫ ।

ଗିରଫ ଦୁଉ ଇ ଅଭିଯୁକ୍ତ

ଗିରଫ ଦୁଉ ଇ ଅଭିଯୁକ୍ତ

  • Share this:
News 18 Odia Digital

ଗଞ୍ଜାମ: ବେଆଇନ ଗଞ୍ଜେଇ ବ୍ୟବସାୟ ଅଭିଯୋଗରେ ଗିରଫ ହୋଇଥିବା ବନମାଳି ପ୍ରଧାନ ଓ ଅରୁଣ କୁମାର ପ୍ରଧାନଙ୍କ ସମ୍ପତ୍ତି ଜବତ କରିଛି ଏସଟିଏଫ । ଜବତ ସମତ୍ତି ମଧ୍ୟରେ ବୁଗୁଡା ସ୍ଥିତ ୫ଟି କୋଠା,  ୮ ଟି ଜମି , ବିଭିନ୍ନ ବ୍ୟାଙ୍କର ୧୯ ଟି ଆକାଉଣ୍ଟ, ବ୍ୟାଙ୍କ ବାଲାନ୍ସ,, ୫୯୫ ଗ୍ରାମ ସୁନାଗହଣା, ୨ ଟି ଗାଡି ରହିଛି ।

ବେଆଇନ ନିଷେଧାଦେଶ ଗଞ୍ଜେଇ ଓ ଅଫିମ ବ୍ୟବସାୟରୁ ଅଭିଯୁକ୍ତଙ୍କର ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଚିହ୍ନଟ କରାଯାଇ ଜବତ କରାଯାଇଥିଲା । ବେଆଇନ ନିଶା ବ୍ୟବସାୟରୁ ଅର୍ଜନ ହୋଇଥିବା ସମ୍ପତ୍ତି ଜବତ / ଜବରଦଖଲ ନିଶ୍ଚିତ କରିବା ପାଇଁ ଏକ ପ୍ରସ୍ତାବ, Sec.୬୮ (F) NDPS ଆକ୍ଟ, ୧୯୮୫ ଅନୁଯାୟୀ, କୋଲକାତାର ଦକ୍ଷ ପ୍ରାଧିକରଣ ତଥା ପ୍ରଶାସକଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା ।

ଜୁଲାଇ ୨୬ରେ ମାନ୍ୟବର ଦକ୍ଷ ପ୍ରାଧିକରଣ, NDPS ଅଧିନିୟମ ଅନୁଯାୟୀ  ଜବତ ଆଦେଶକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ବିପୁଳ ପରିମାଣର ସମ୍ପତ୍ତି ମୂଲ୍ୟ ୩ କୋଟି ଟଙ୍କା ଅଟେ। P.S. କେସ୍ ନଂ ୧୦/୨୦୨୨ U / S । ୧୮ (c) / ୨୦ (b) (ii) (C) / ୨୯ NDPS Act ୧୯୮୫ ମାମଲା ଅନୁଯାୟୀ.  ବେଆଇନ ଭାବେ ପ୍ରାପ୍ତ ସମ୍ପତ୍ତି ଜବରଦଖଲ ଉଚ୍ଛେଦ ପାଇଁ  NDPS Act ଅନୁଯାୟୀ ଦକ୍ଷ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛନ୍ତି ।

ଏପ୍ରିଲ ୨୯ ତାରିଖରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ରଘୁନାଥସାହିରୁ ବନମାଳି ପ୍ରଧାନ ଓ ଅରୁଣ କୁମାର ପ୍ରଧାନଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଅବକାରୀ ବିଭାଗ ଚଢାଉ ସମୟରେ ନାର୍କୋଟିକ୍ସ ବ୍ୟବସାୟରୁ ବେଆଇନ ଭାବେ ଅର୍ଥ ଓ ସମ୍ପତ୍ତି ପ୍ରାପ୍ତ ନେଇ ଅବକାରୀ ବିଭାଗ ଏନଡିପିସି (NDPS) ଅଧିନିୟମର ଧାରା (A-Z) ଅନୁଯାୟୀ ଦୁଇ ଜଣଙ୍କୁ ଗିରଫ କରିଥିଲା । ଚଢାଉ ସମୟରେ ପାଖାପାଖି ୧୦୬ କି.ଗ୍ରା ଗଞ୍ଜେଇ, ୫୧୭ ଗ୍ରା.ମ ଅଫିମ ଓ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ ମଧ୍ୟ ଜବତ କରିଥିଲା ଅବକାରୀ ବିଭାଗ ।
Published by:Sujit Swain
First published: